ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ପ୍ରତିବନ୍ଧକ ହଟାଇବା ଯୋଗୁଁ ସୁଗମ ହେଲା କରୋନା ପରୀକ୍ଷଣ

• ଏବେ ଘରୋଇ ଡାକ୍ତର ମଧ୍ୟ କରୋନା ପରୀକ୍ଷା ପାଇଁ ସୁପାରିଶ କରିପାରିବେ
• ଖୁବ ଶୀଘ୍ର ନମୁନା ପରୀକ୍ଷା ସଂଖ୍ୟା 1 କୋଟି ଛୁଇଁବ

Posted On: 02 JUL 2020 2:44PM by PIB Bhubaneshwar

ଦେଶରେ ଖୁବ ଶୀଘ୍ର କୋଭିଡ ନମୁନା ପରୀକ୍ଷା ସଂଖ୍ୟା ଏକ କୋଟି ଛୁଇଁବ ସରକାର ଏଦିଗରେ କେତେଗୁଡିଏ ପ୍ରତିବନ୍ଧକ ହଟାଇଥିବାରୁ ଏହା ସମ୍ଭବ ହେଉଛି କେନ୍ଦ୍ର ସରକାରଙ୍କ ଦ୍ଵାରା କେତେଗୁଡିଏ ପଦକ୍ଷେପ ନିଆଯିବା ଯୋଗୁଁ ନମୁନା ପରୀକ୍ଷଣର ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏପର୍ଯ୍ୟନ୍ତ 90,56,173 ପରୀକ୍ଷା କରାଯାଇଥିବା ବେଳେ କ୍ରମବର୍ଦ୍ଧିଷ୍ଣୁ ପରୀକ୍ଷାଗାର ଏଥିରେ ସହାୟକ ହୋଇଛନ୍ତି ଦେଶରେ ଅଦ୍ୟାବଧି 768ଟି ସରକାରୀ ଓ 297ଟି ଘରୋଇ ଏହିପରି ମୋଟ 1065ଟି ପରୀକ୍ଷାଗାର ରହିଛି ଦିନ ପିଛା ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ଗତକାଲି 2,29,528 ଜଣ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି ।

ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କ୍ରମେ ବର୍ତ୍ତମାନ ଜଣେ ପଞ୍ଜୀକୃତ ଘରୋଇ ଡାକ୍ତର ମଧ୍ୟ ନମୁନା ପରୀକ୍ଷା ପାଇଁ ସୁପାରିଶ କରିପାରିବେ । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଯଥାଶୀଘ୍ର ନମୁନା ପରୀକ୍ଷଣ ସଂଖ୍ୟା ବଢାଇବା ସହ ଘରୋଇ ସମେତ ସମସ୍ତ ଯୋଗ୍ୟ ଡାକ୍ତରମାନଙ୍କୁ ଆଇସିଏମଆର ମାର୍ଗଦର୍ଶିକା ଅନୁଯାୟୀ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥା ପତ୍ର ବା ଔଷଧ ଚିଠା ଲେଖିବା ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୀଘ୍ର ରୋଗ ନିରୂପଣ ଓ ସଂକ୍ରମଣ ରୋକିବା ପାଇଁ ‘ଟେଷ୍ଟ-ଟ୍ରେସ-ଟ୍ରିଟ’ ପଦ୍ଧତି ଅବଲମ୍ବନ ହୋଇଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନଗୁଡିକୁ ପରୀକ୍ଷଣ କେନ୍ଦ୍ରଗୁଡ଼ିକର ସଂପୂର୍ଣ୍ଣ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ଏହା ହେଲେ ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ ।

ଏକ ବିଶେଷ ପଦକ୍ଷେପ ସ୍ୱରୂପ ଆଇସିଏମଆର ବିଭିନ୍ନ ପରୀକ୍ଷାଗାରଗୁଡିକ ଯେକୌଣସି ବ୍ୟକ୍ତିର ପରୀକ୍ଷା କରିପାରିବେ ଓ ରାଜ୍ୟ ସରକାର ଏଥିପାଇଁ କୌଣସି ପ୍ରତିବନ୍ଧକ ହେବେ ନାହିଁ । ସଅଳ ପରୀକ୍ଷା ଭୂତାଣୁ ସଂକ୍ରମଣ ରୋକିବା ସହ ବହୁତ ମୂଲ୍ୟବାନ ଜୀବନ ବଞ୍ଚାଇପାରିବ । କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଆରଟିପିସିଆର ପରୀକ୍ଷାର ବହୁଳ ଉପଯୋଗ ପାଇଁ ପରାମର୍ଶ ଦେଇଛନ୍ତି । ରାପିଡ଼ ଆଣ୍ଟିଜେନ ପରୀକ୍ଷା ସହଜ, ଶୀଘ୍ର ଓ ନିରାପଦ ଏବଂ ଏହା ଆବଧାଞ୍ଚଳ ସମେତ ହସ୍ପିଟାଲଗୁଡିକରେ ମଧ୍ୟ ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁସାରେ ମଧ୍ୟ କରାଯାଇପାରିବ । କେନ୍ଦ୍ର ସରକାର ନମୁନା ପରିକ୍ଷାକୁ ଏକ ଅଭିଯାନ ଭାବେ ଗ୍ରହଣ କରି ବିଭିନ୍ନ ଶିବିରର ଆୟୋଜନ ଓ ଭ୍ରାମ୍ୟମାଣ ବାହାନ ଜରିଆରେ ଏହା କରିବାକୁ ପରାମର୍ଶ ଦେଇଛନ୍ତି । ଏହା ଲୋକମାନଙ୍କ ନିକଟରେ ପହଞ୍ଚି ପରୀକ୍ଷା କରାଇବା ସହ ସଂକ୍ରମଣ ରୋକିବାରେ ବିଶେଷ ସହାୟକ ହୋଇପାରିବ

 

**********



(Release ID: 1635961) Visitor Counter : 257