ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

• ଆରୋଗ୍ୟ ହାର ଶତକଡା 60ର ନିକଟତର
• ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ଆକ୍ରାନ୍ତଙ୍କ ଠାରୁ 1.20 ଲକ୍ଷ ଅଧିକ

Posted On: 30 JUN 2020 2:37PM by PIB Bhubaneshwar

କୋଭିଡ-19 ମହାମାରୀ ମୁକାବିଲାରେ ନିରନ୍ତର ସମୂଚିତ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ପାଖାପାଖି ଶତକଡା 60 ଭାଗ ଛୁଇଁଛି ଏପର୍ଯ୍ୟନ୍ତ ସକ୍ରିୟ ରୋଗୀଙ୍କ ତୁଳନାରେ 1,19,696 ଅଧିକ ଆରୋଗ୍ୟ ଲାଭ କରିଛନ୍ତି ।  ବର୍ତ୍ତମାନ 2,15,125 ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଥିବା ବେଳେ 3,34,821 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସୁସ୍ଥତା ହାର ଶତକଡା 59.07ରେ ପହଞ୍ଚିଛି ।

କେବଳ ଗତ 24 ଘଣ୍ଟା ମଧ୍ୟରେ 13,099 ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ନମୁନା ପରୀକ୍ଷାଗାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ 761ଟି ସରକାରୀ ଓ 288ଟି ଘରୋଇ ପରୀକ୍ଷାଗାର ଏହିପରି ମୋଟ 1049 ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି । ନମୁନା ପରୀକ୍ଷଣ କାର୍ଯ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ 2,10,292ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 86,08,654ଟି ନମୁନା ପରୀକ୍ଷା କରାଯାଇସାରିଲାଣି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ରକ୍ତଦାନ ପରିଷଦ କୋଭିଡ-19 ବୈଶ୍ଵିକ ମହାମାରୀ କାଳରେ ନିରାପଦ ରକ୍ତଦାନ କରିବା ନେଇ ଦ୍ଵିତୀୟ ଅନ୍ତରୀଣ ନିୟମାବଳୀ ଜାରି କରିଛି ।   

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********

 



(Release ID: 1635447) Visitor Counter : 212