ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ମାମଲାର ସୁପରିଚାଳନା ପାଇଁ ପରିବର୍ତ୍ତିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

• ସ୍ୱଳ୍ପରୁ ଅଧିକ ଆକ୍ରାନ୍ତ ରୋଗୀଙ୍କ ପାଇଁ Methylprednisoloneର ବିକଳ୍ପ ଭାବେ Dexamethasoneର ପ୍ରୟୋଗ ପାଇଁ ଅନୁମତି

Posted On: 27 JUN 2020 1:41PM by PIB Bhubaneshwar

କୋଭିଡ-19 ମାମଲାଗୁଡିକର ସୁପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଜି ପରିବର୍ତ୍ତିତ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କରିଛି ଏଥିରେ ସ୍ଵଳ୍ପରୁ ଅଧିକ ଲକ୍ଷଣ ଥିବା କରୋନା ପାଇଁ Methylprednisoloneର ବିକଳ୍ପ ଭାବେ Dexamethasone ଔଷଧ ପାଇଁ ଅନୁମତି ଦିଆଯାଇଛି ପ୍ରମାଣ ଓ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଏହି ଔଷଧ ପ୍ରୟୋଗ ପାଇଁ ମନ୍ତ୍ରଣାଳୟ ସୁପାରିଶ କରିଛି ଏହି Dexamethasone ଔଷଧ ବିଭିନ୍ନ ଆଣ୍ଟିଇନକ୍ଲାମେଟୋରି ଅବସ୍ଥା ଥିବା ରୋଗୀମାନଙ୍କୁ ଦିଆଯାଇଥାଏ ଏହି ଔଷଧ କୋଭିଡ-19 ଦ୍ଵାରା ସଂକ୍ରମିତ ସାଂଘାତିକ ରୋଗୀମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇ ସୁଫଳ ମିଳିଥିବା ଜଣାପଡିଛି ଏହି ଔଷଧ ମଧ୍ୟ ଜାତୀୟ ଅତ୍ୟାବଶ୍ୟକ ତାଲିକା ସୂଚିରେ ରହିଛି ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପ୍ରୀତି ସୁଦାନ ଏହି ସବିଶେଷ ନିୟମାବଳୀ ସମ୍ପର୍କରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅବଗତ କରାଇଛନ୍ତି । ଏସମ୍ପର୍କିତ ସବିଶେଷ ତଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ https://www.mohfw.gov.in/pdf/ClinicalManagementProtocolforCOVID19dated27062020.pdf ମିଳିପାରିବ

ଗତ 13 ତାରିଖ ଦିନ ସର୍ବଶେଷ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଜାରି କରାଯାଇଥିଲା ।

**********



(Release ID: 1634814) Visitor Counter : 195