ରେଳ ମନ୍ତ୍ରଣାଳୟ

ଜୁନ 24 ସୁଦ୍ଧା ଭାରତୀୟ ରେଳବାଇ ଦ୍ୱାରା 1.91 ଲକ୍ଷ ପିପିଇ ଗାଉନ୍‌, 66.4 କିଲୋଲିଟର ସାନିଟାଇଜର, 7.33 ଲକ୍ଷ ମାସ୍କ ପ୍ରସ୍ତୁତ

• ଜୁନ ଓ ଜୁଲାଇ ମାସ ପାଇଁ ପିପିଇ କଭରଅଲ୍‌ ଉତ୍ପାଦନ ଲକ୍ଷ ମାସ ପିଛା 1.5 ଲକ୍ଷ ଧାର୍ଯ୍ୟ
• ଅଧିକ ପ୍ରସ୍ତୁତ ରହିବା ନିମନ୍ତେ ରେଳବାଇ ପିପିଇ (22 ଲକ୍ଷ), ଏନ 95ମାସ୍କ (22.5 ଲକ୍ଷ), ହ୍ୟାଣ୍ଡ ସାନିଟାଇଜର 500 ଏମଏଲ (2.25 ଲକ୍ଷ) ଏବଂ ଅନ୍ୟାନ୍ୟ ଉପକରଣ କେନ୍ଦ୍ରୀୟ ଭିତ୍ତିରେ କ୍ରୟ କରିବା ସକାଶେ ମେସର୍ସ ଏଚଏଲଏଲ ଲାଇଫ୍‌ କେୟାର (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ପିଏସୟୁ) ନିକଟରେ ଅର୍ଡ଼ର ଉପସ୍ଥାପନ

Posted On: 25 JUN 2020 5:35PM by PIB Bhubaneshwar

ଭାରତୀୟ ରେଳବାଇ ଅନ୍ୟାନ୍ୟ କେନ୍ତ୍ରୀୟ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରମାନଙ୍କ ସହଯୋଗରେ ଏବେ ଏହାର ଛାମୁଆ ମେଡ଼ିକାଲ କର୍ମଚାରୀ ଏବଂ ଅନ୍ୟାନ୍ୟ ଅପରେସନାଲ୍‌ ଷ୍ଟାଫ୍‌ମାନଙ୍କୁ ସକଳ ପ୍ରକାର ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ତଥା ତତ୍ପରତା ପ୍ରକାଶ କରିଛନ୍ତି । କୋଭିଡ଼ 19 ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ରେଳବାଇ ନିଜର ସମସ୍ତ ସଂସାଧନକୁ ସମନ୍ୱିତ ଭାବେ ଉପଯୋଗ କରି ଏଭଳି ବ୍ୟବସ୍ଥାର ଉନ୍ନତିକରଣ ଓ ସୃଷ୍ଟି ନିମନ୍ତେ ପ୍ରୟାସ କରୁଛି ।

ରେଳବାଇ ୱାର୍କସପ୍‌ ଉତ୍ପନ୍ନ ପରିସ୍ଥିତିକୁ ଏକ ଚାଲେଞ୍ଜ୍‌ ଭାବେ ଗ୍ରହଣ କରିଛି ଏବଂ ପିପିଇ କଭର ଅଲ୍‌, ସାନିଟାଇଜର, ମାସ୍କ ଏବଂ ଶଯ୍ୟାମାନ ନିଜସ୍ୱ ଭାବେ ପ୍ରସ୍ତୁତ କରୁଛି । ଏଭଳି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ କଞ୍ଚାମାଲ ମଧ୍ୟ କ୍ଷେତ୍ରୀୟ ୟୁନିଟମାନଙ୍କ ମାଧ୍ୟମରେ ସଂଗ୍ରହ କରାଯାଉଛି । 24/ 06/ 2020 ତାରିଖ ସୁଦ୍ଧା ଭାରତୀୟ ରେଳବାଇ 1.91 ଲକ୍ଷ ପିପିଇ ଗାଉନ୍‌, 66.4 କିଲୋଲିଟର ସାନିଟାଇଜର, 7.33 ଲକ୍ଷ ମାସ୍କ ପ୍ରସ୍ତୁତ କରିଛି ।  ସେହିଭଳି ଜୁନ୍‌ ଏବଂ ଜୁଲାଇ ମାସ ପାଇଁ ପ୍ରତି ମାସରେ 1.5 ଲକ୍ଷ ପିପିଇ କଭର ଅଲ୍‌ ଉତ୍ପାଦନ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆବଶ୍ୟକ ସ୍ଥଳେ ଏହି ଲକ୍ଷ୍ୟ ମାତ୍ରାକୁ ବଢ଼ାଯାଇପାରେ । ଲକ୍‌ ଡାଉନ୍‌ ସମୟରେ ଏଭଳି ସାମଗ୍ରୀ ଉତ୍ପାଦନ ନିମନ୍ତେ ଆବଶ୍ୟକ କଞ୍ଚାମାଲ କେନ୍ଦ୍ରୟ ଭାବେ ସଂଗ୍ରହ କରାଯିବା ସହ ସେସବୁର ବିତରଣ କରାଯାଇଥିଲା ଏବଂ ରେଳବାଇ ନେଟୱାର୍କ ମାଧ୍ୟମରେ ସେସବୁର ଉତ୍ପାଦନ କରାଯାଇଥିଲା ଯାହାକି ଥିଲା ଏକ ଗୁରୁ ଦାୟିତ୍ୱ । ଏଭଳି ସଂକଟର ଘଡ଼ିରେ ରେଳବାଇ ସେହି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିଛି । ଉତ୍ତର ରେଳବାଇକୁ ଏଥିପାଇଁ କେନ୍ଦ୍ରୀୟ ଭାବେ କଞ୍ଚାମାଲ ସଂଗ୍ରହ ସକାଶେ ଚୟନ କରାଯାଇଥିଲା ଏବଂ ପିପିଇ କଭର ଅଲ୍‌ ଗାଉନ ଯାହାକି ଗୁଣାତ୍ମକ ମାନ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସାଧନ ତାହା ସେହି ରେଳବାଇ ଅଧୀନରେ ସଫଳତାର ସହ ଉତ୍ପାଦନ କରାଯାଇଥିଲା । ରେଳବାଇ ଦ୍ୱାରା ଇନ୍‌ ହାଉସରେ ଉତ୍ପାଦିତ ସକଳ ଉପକରଣ ସବୁ ପ୍ରକାର ଗୁଣାତ୍ମକ ମାନଯୁକ୍ତ ବୋଲି ପ୍ରମାଣିତ ହୋଇପାରିଛି ।

ରେଳବାଇକୁ ଅଧିକ ପ୍ରସ୍ତୁତ ରହିବା ନିମନ୍ତେ ରେଳବାଇ ପିପିଇ (22 ଲକ୍ଷ), ଏନ 95ମାସ୍କ (22.5 ଲକ୍ଷ), ହ୍ୟାଣ୍ଡ ସାନିଟାଇଜର 500 ଏମଏଲ (2.25 ଲକ୍ଷ) ଏବଂ ଅନ୍ୟାନ୍ୟ ଉପକରଣ କେନ୍ଦ୍ରୀୟ ଭିତ୍ତିରେ କ୍ରୟ କରିବା ସକାଶେ ମେସର୍ସ ଏଚଏଲଏଲ ଲାଇଫ୍‌ କେୟାର  (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ପିଏସୟୁ) ନିକଟରେ ଅର୍ଡ଼ର ଦିଆଯାଇଛି । ଏହି ସବୁ ଉପକରଣ ରେଳବାଇର ସମସ୍ତ ୟୁନିଟ୍‌ ପାଇଁ ଆବଶ୍ୟକ ହେବ ।

ସେହିଭଳି ରେଳ ମନ୍ତୟଣାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଥିବା 50ଟି ରେଳବାଇ ହସପିଟାଲକୁ ସମର୍ପିତ କୋଭିଡ଼ ହସପିଟାଲ ଏବଂ ସମର୍ପିତ କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଚିହ୍ନିତ କରାଯାଇଛି । ସେହିସବୁ ହସପିଟାଲମାନଙ୍କରେ ସବୁ ପ୍ରକାର ସଂସାଧନର ଉନ୍ନତିକରଣ ଅଧିକ ମେଡ଼ିକାଲ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ଦ୍ୱାରା କରାଯାଇଛି ଯାହାକି କୋଭିଡ଼ ମହାମାରୀ ଭଳି ଚାଲେଞ୍ଜର ମୁକାବିଲା ସକାଶେ ଅତି ଆବଶ୍ୟକ ।

ପିପିଇ କଭର ଅଲ୍‌, ମାସ୍କ ଭଳି ସୁରକ୍ଷା ପୋଷାକ, ସାନିଟାଇଜର ଏବଂ ଅନ୍ୟାନ୍ୟ ଉପକରଣ ଯଥା ଭେଣ୍ଟିଲେଟର ଯାହାର ଯୋଗାଣ କୋଭିଡ଼-19 ମହାମାରୀ ଆରମ୍ଭ ହେବାବେଳେ ବିଶ୍ୱବ୍ୟାପୀ ଅତି ସୀମିତ ଥିଲା ତାହା ମଧ୍ୟ ସଂଗ୍ରହ କରାଯାଇଛି ।

ରେଳବାଇ ପକ୍ଷରୁ 5231ଟି କୋଚକୁ କୋଭିଡ଼ କେୟାର କେନ୍ଦ୍ର ଭଳି କାର୍ଯ୍ୟକରିବା ସହ ସେଗୁଡ଼ିକୁ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହାର ନିମନ୍ତେ ପରିବର୍ତ୍ତିତ କରାଯାଇଛି । ଏହା ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦକ୍ଷତା ବୃଦ୍ଧି ଦିଗରେ ସହାୟକ ହୋଇଛି । ସେଥି ମଧ୍ୟରୁ 960ଟି କୋଚକୁ ଏବେସୁଦ୍ଧା ରାଜ୍ୟମାନଙ୍କ ଅନୁରୋଧ କ୍ରମେ ବିଭିନ୍ନ ସ୍ଥାନରେ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା କାଗଜାତ ରେଳବାଇ କୋଚ- କୋଭିଡ଼ କେୟାର କେନ୍ଦ୍ରମାନଙ୍କରେ ସନ୍ଦିଗ୍ଧ/ ସୁନିଶ୍ଚିତ ରୋଗୀମାନଙ୍କ ଚିକିତ୍ସା ସୁପରିଚାଳନା ନିମନ୍ତେ ଯୋଗାଇ ଦିଆଯାଇଛି ।

ରେଳବାଇ ଯୋଗାଣ ଚେନ୍‌, ଯାହାକି କରୋନା ବୈଶ୍ୱିକ ମହାମାରୀ ଯୋଗୁ ଆକ୍ରାନ୍ତ ହୋଇଥିଲା, ତାହା କିନ୍ତୁ ରେଳବାଇ ଅପରେସନ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ପ୍ରତିହତ କରିନାହିଁ । ତେଣୁ ସୀମିତ ମାତ୍ରାରେ ରେଳ ଚଳାଚଳ ଜାରି ରହିଛି ଏବଂ ସମସ୍ତ ଡ଼ିପୋରେ ଆବଶ୍ୟକ ସରଞ୍ଜାମ ମଧ୍ୟ ଉପଲବ୍ଧ ରହିଛି । ରେଳବାଇ ଭେଣ୍ଡରମାନେ ଏହି ଯୋଗାଣ ଚେନ୍‌ରେ ସହଯୋଗର ହାତ ବଢ଼ାଇଛନ୍ତି । ସେହିଭଳି କ୍ଷେତ୍ରୀୟ ୟୁନିଟମାନଙ୍କୁ ଏହି ପରିପ୍ରେକ୍ଷୀରେ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଛି । ରେଳବାଇ ମଧ୍ୟ ନିଜର ଡ଼ିଜିଟାଲ ଯୋଗାଣ ଚେନ୍‌ ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ମହାମାରୀ ପରିଚାଳନା ନିମନ୍ତେ ସଂଗ୍ରହ ଓ ଉପଯୋଗ କରିବାକୁ ସକ୍ଷମ ହୋଇପାରିଛି ।

 

**********



(Release ID: 1634557) Visitor Counter : 193