ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଯୋଗାଇବା ସକାଶେ ଜିଇଏମରେ ବିକ୍ରେତାମାନଙ୍କୁ ଉତ୍ପାଦର ମୂଳ ଦେଶ ସୂଚନା ଦେବା ବାଧ୍ୟତାମୂଳକ

Posted On: 23 JUN 2020 10:57AM by PIB Bhubaneshwar

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (ଜିଇଏମ)କୁ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସାଧନକାରୀ ବାହକ ଭାବେ ବ୍ୟବହାର କରାଯାଉଛି । ବିକ୍ରେତାମାନେ ଯେକୌଣସି ଦ୍ରବ୍ୟ ବିକ୍ରୟ ସମୟରେ ଏହାର ମୂଳ ଦେଶ ସୂଚନା ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି । ଜିଇଏମ ଅଧୀନରେ ସମସ୍ତ ନୂତନ ଉତ୍ପାଦର ପଞ୍ଜିକରଣ କରାଗଲା ବେଳେ ଏହା କେଉଁ ଦେଶରୁ ମୂଳତଃ ଆସିଛି ତାହା ଦର୍ଶାଇବା ଜରୁରି । ଅଧିକନ୍ତୁ, ବିକ୍ରେତାମାନେ ଯେଉଁମାନେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହେବା ପୂର୍ବରୁ ସେମାନଙ୍କର ଉତ୍ପାଦକୁ ଜିଇଏମରେ ଅପଲୋଡ଼ କରିସାରିଛନ୍ତି, ସେମାନଙ୍କୁ ମଧ୍ୟ ନିୟମିତ ଭାବେ ସୂଚୀତ କରାଯାଇଛି ଯେ ସେମାନେ ଏହାର ମୂଳ ଦେଶ ସୂଚନା ଅପ୍ଡ଼େଟ୍ କରନ୍ତୁ । ଯଦି ସେମାନେ ତାହା ନକରନ୍ତି ତେବେ ଜିଇଏମରୁ ସେମାନଙ୍କ ଉତ୍ପାଦକୁ ହଟାଇ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ମେକ ଇନ ଇଣ୍ଡିଆଏବଂ ଆତ୍ମନିର୍ଭର ଭାରତକାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ ଯୋଗାଇବା ସକାଶେ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଜିଇଏମ ପକ୍ଷରୁ ଆହୁରି ମଧ୍ୟ ଏକ ବ୍ୟବସ୍ଥା କରାଯାଇଛି ଯେ ଯେକୌଣସି ଉତ୍ପାଦରେ କେତେ ମାତ୍ରାର ସ୍ଥାନୀୟ ଦ୍ରବ୍ୟ ରହିଛି ତାହା ମଧ୍ୟ ସୂଚୀତ କରାଯିବ । ଏଭଳି ନୂତନ ବ୍ୟବସ୍ଥା ଦ୍ୱାରା, ବର୍ତ୍ତମାନ ମୂଳ ଦେଶ ତଥା ସ୍ଥାନୀୟ ଉତ୍ପାଦର ମାତ୍ରା ବଜାରରେ ଉପଲବ୍ଧ ହେଉଥିବା ସମସ୍ତ ସାମଗ୍ରୀରୁ ସହଜରେ ଜଣାପଡ଼ିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, “ମେକ ଇନ ଇଣ୍ଡିଆଫିଲଟରକୁ ଏବେ ପୋର୍ଟାଲରେ ସାମିଲ କରାଯାଇଛି । ଯେଉଁସବୁ ଦ୍ରବ୍ୟରେ 50% ସ୍ଥାନୀୟ କଞ୍ଚାମାଲ ବ୍ୟବହୃତ ହୋଇଥିବ ସେହିସବୁ ସାମଗ୍ରୀକୁ କ୍ରେତାମାନେ ଚୟନ କରିପାରିବେ । ନିଲାମୀ କ୍ଷେତ୍ରରେ କ୍ରେତାମାନେ ଯେକୌଣସି ସାମଗ୍ରୀକୁ କ୍ଲାସ-1 ସ୍ଥାନୀୟ ଯୋଗାଣକାରୀ (Local content>50%) ଭାବେ ସଂରକ୍ଷିତ ରଖିପାରିବେ । ଯେଉଁସବୁ ନିଲାମୀ ଆଇଏନଆର 200 କୋଟି ତଳକୁ ହୋଇଥିବ, କେବଳ କ୍ଲାସ-1 ଏବଂ କ୍ଲାସ-2 ସ୍ଥାନୀୟ ଯୋଗାଣକାରୀମାନେ(Local content>50% ଏବଂ >20 respectively) ସେହିସବୁ ସାମଗ୍ରୀ ଉପରେ ନିଲାମ ଧରିପାରିବେ । ନିମ୍ନରେ ପ୍ରଦତ୍ତ ପରିଶିଷ୍ଟରେ ଜିଇଏମ ପୋର୍ଟାଲରେ ଥିବା କେତେକ ସ୍ଥାନୀୟ ବୈଶିଷ୍ଟ୍ୟର ସ୍ନାପସଟ୍ ପ୍ରଦାନ କରାଯାଇଛି ।

ଏହି ବ୍ୟବସ୍ଥା ପ୍ରବର୍ତ୍ତନ ହେବା ଦିନଠାରୁ ଜିଇଏମ ନିରବଚ୍ଛିନ୍ନ ଭାବେ ମେକ ଇନ ଇଣ୍ଡିଆଉଦ୍ୟମକୁ ପ୍ରୋତ୍ସାହନ ଯୋଗାଇବା ଦିଗରେ କାର୍ଯ୍ୟ କରୁଛି । ବଜାର ବ୍ୟବସ୍ଥା ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀମାନଙ୍କ ନିକଟରେ ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇଛି ଯଦ୍ୟପି ସରକାରଙ୍କ  ମେକ ଇନ ଇଣ୍ଡିଆଏବଂ ଏମଏସଇ କ୍ରୟ ଅଗ୍ରାଧିକାରୀ ନୀତିକୁ ବାସ୍ତବ ରୂପେ ପ୍ରବର୍ତ୍ତନ କରାଯାଇପାରିଛି । ଜିଇଏମ ଦ୍ୱାର ତ୍ୱରିତ, ସକ୍ରିୟ, ସ୍ୱଚ୍ଛ ଏବଂ ସୁଲଭ ମୂଲ୍ୟରେ ସାମଗ୍ରୀ ସଂଗ୍ରହ ସମ୍ଭବପର ହୋଇପାରିଛି ବିଶେଷ କରି ବର୍ତ୍ତମାନର ଆପାତ ସମୟରେ ଯେତେବେଳେ ସରକାରୀ ସଂସ୍ଥାମାନେ କୋଭିଡ଼-19 ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼ିବା ସକାଶେ ବିଭିନ୍ନ ସାମଗ୍ରୀ ତଥା ସେବା ଜରୁରି ଆବଶ୍ୟକ କରୁଛନ୍ତି । ଜିଇଏମ ମାଧ୍ୟମରେ ସରକାରଙ୍କ ଦ୍ୱାରା କ୍ରୟ କରାଯିବା ଦ୍ୱାରା ବ୍ୟବହାରୀକାରୀମାନଙ୍କୁ ଏଥିପାଇଁ କ୍ଷମତାଧିକାର ପ୍ରଦାନ କରାଯାଇଛି ତଥା ଅର୍ଥ ମନ୍ତ୍ରଣାଳୟ ତାଙ୍କର ସାଧାରଣ ଆର୍ଥିକ ନିୟମାବଳୀ 2017ର ନିୟମ ସଂଖ୍ୟା 149 ଅନୁସାରେ ଏହାକୁ ବାଧ୍ୟତାମୂଳକ କରିଛନ୍ତି ।

 

**********

 



(Release ID: 1633721) Visitor Counter : 228