ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ରାଜ୍ୟରେ ଭୂକମ୍ପ ପରେ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

• କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ନେଇ ସୁନିଶ୍ଚିତ କଲେ ଗୃହ ମନ୍ତ୍ରୀ

Posted On: 22 JUN 2020 7:04PM by PIB Bhubaneshwar

ମିଜୋରାମ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋରାମ ଥାଙ୍ଗାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କଥା ହୋଇଛନ୍ତି ଏବଂ ରାଜ୍ୟରେ ଭୂକମ୍ପ ପର ପରିସ୍ଥିତିର ସମୀକ୍ଷା କରିଛନ୍ତି । ସମସ୍ତଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରି ଶ୍ରୀ ଅମିତ ଶାହ କହିଛନ୍ତି ଯେ, “କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦେବା ଲାଗି ମୁଁ ତାଙ୍କୁ ସୁନିଶ୍ଚିତ କରାଇଛି” ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସହାୟତାର ପ୍ରତିଶୃତି ପାଇଁ ଶ୍ରୀ ଜୋରାମ ଥାଙ୍ଗା ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

 

**********



(Release ID: 1633393) Visitor Counter : 194