ସଂସ୍କୃତି ମନ୍ତ୍ରଣାଳୟ

ନମସ୍ତେ ଯୋଗ ଅଭିଯାନର ଆୟୋଜନ କରି ସଂସ୍କୃତି ମନ୍ତ୍ରଣାଳୟ ପାଳନ କରୁଛି ଆନ୍ତର୍ଜାତିକ ଯୋଗ ଦିବସ 2020

• ଆନ୍ତର୍ଜାତିକ ଯୋଗ ଦିବସ 2020ରେ ସମସ୍ତଙ୍କୁ ସୂର୍ଯ୍ୟ ନମସ୍କାରରେ ଯୋଗ ଦେବାପାଇଁ ପ୍ରହ୍ଲାଦ ସିଂ ପଟେଲଙ୍କ ନିବେଦନ

ପୋଷ୍ଟ କରାଯିବା ଦିନାଙ୍କ: 20 JUN 2020 1:50PM by PIB Bhubaneswar

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ଆନ୍ତର୍ଜାତିକ ଯୋଗ ଦିବସ ଜୁନ 21, 2020ରେ ସେ ପୁରୁଣା କିଲ୍ଲାଠାରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ । ସମସ୍ତେ ନିଜ ନିଜ ଘରେ ରହି ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଶ୍ରୀ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକୁ ଯୋଗ ଦିବସ ଉପହାର ସ୍ୱରୂପ ଦେଇଛନ୍ତି ଏବଂ ଆମେ ଆମର ଦୈନନ୍ଦିନ ଜୀବନରେ ଯୋଗ ଅଭ୍ୟାସ କରିବା ଉଚିତ ।

ସୋସିଆଲ ମିଡିଆରେ ଶ୍ରୀ ପଟେଲ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ # 10 ମିଲିୟନ ସୁର୍ଯ୍ୟ ନମସ୍କାର ଏବଂ # ନମସ୍ତେ ଯୋଗ ବ୍ୟବହାର କରି ସେମାନଙ୍କର ସୂର୍ଯ୍ୟ ନମସ୍କାର ଭିଡିଓ ପୋଷ୍ଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତିଯାହାଦ୍ୱାରା ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିବ ଏବଂ ଏହା ଲୋକଙ୍କ  ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ ସୋସିଆଲ ମିଡିଆରେ ସଂସ୍କୃତି ମନ୍ତ୍ରୀଙ୍କ ଏହି ବାର୍ତ୍ତା ବହୁ ପ୍ରତିକ୍ରିୟା ପାଇବାରେ ଲାଗିଛି ସେ ଆଶା କରିଛନ୍ତି ଯେ, ଆନ୍ତର୍ଜାତିକ ଯୋଗ ଦିବସ 2020ରେ ପ୍ରାୟ 10 ଲକ୍ଷ ଲୋକ ନିଜ ନିଜ ଘରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ତାଙ୍କ ସହିତ ଯୋଡିହେବେ ।

 

**********

 


(ରିଲିଜ ଆଡି: 1633020) ପରିଦର୍ଶକ କାଉଣ୍ଟର : 263