ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ କୋଭିଡ-19 ମୃତକଙ୍କ ଶେଷକୃତ୍ୟ ତ୍ୱରାନ୍ୱିତ କଲେ

प्रविष्टि तिथि: 16 JUN 2020 8:36PM by PIB Bhubaneshwar

ଜୁନ 14ରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଏବଂ ନିର୍ଦ୍ଦେଶାନୁଯାୟୀ ଦିଲ୍ଲୀର ସମସ୍ତ ହସ୍ପିଟାଲ (କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବେସରକାରୀ) ଆଜିଠାରୁ ଏହି ନିର୍ଦ୍ଦେଶକୁ ପାଳନ କରିଛନ୍ତି ହସ୍ପିଟାଲର କର୍ମଚାରୀମାନେ କୋଭିଡ-19 ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ସେମାନଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସମ୍ମତି / ଉପସ୍ଥିତିରେ କରିଛନ୍ତି |

ଅବଶିଷ୍ଟ 36 କୋଭିଡ-19 ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ଆସନ୍ତାକାଲି କରାଯିବ, କାରଣ ସେମାନଙ୍କର ନିକଟବର୍ତ୍ତୀ ବର୍ତ୍ତମାନ ଦିଲ୍ଲୀରେ ନାହାନ୍ତି

ଆଗକୁ ମୃତକଙ୍କ ଶେଷକୃତ୍ୟ ବିଳମ୍ବ ନ ହେବା ନେଇ ଗୃହ ମନ୍ତ୍ରଣାଳୟ ହସ୍ପିଟାଲଗୁଡ଼ିକୁ କଡା ନିର୍ଦ୍ଦେଶ ଦେଇଛନ୍ତି

 

**********


(रिलीज़ आईडी: 1631997) आगंतुक पटल : 353
इस विज्ञप्ति को इन भाषाओं में पढ़ें: English , Urdu , Urdu , Marathi , हिन्दी , Manipuri , Bengali , Assamese , Punjabi , Tamil , Telugu