ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲର କୋଭିଡ-19 ବ୍ୟବସ୍ଥା ସମୀକ୍ଷା ଲାଗି ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଆକସ୍ମିକ ପରିଦର୍ଶନ

प्रविष्टि तिथि: 15 JUN 2020 6:59PM by PIB Bhubaneshwar

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲକୁ ଆକସ୍ମିକ ପରିଦର୍ଶନ କରି କୋଭିଡ-19 ସମ୍ବନ୍ଧୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଶ୍ରୀ ଅମିତ ଶାହ ପ୍ରତ୍ୟେକ ହସ୍ପିଟାଲର କରୋନା ୱାର୍ଡରେ ସିସିଟିଭି କ୍ୟାମେରା ଲଗାଇବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଫଳରେ ଉପଯୁକ୍ତ ମନିଟରିଂ ହୋଇପାରିବ ଏବଂ ରୋଗୀଙ୍କ ସମସ୍ୟା ମଧ୍ୟ ସମାଧାନ ହୋଇପାରିବ

ଖାଦ୍ୟ ଯୋଗାଉଥିବା କ୍ୟାଣ୍ଟିନଗୁଡିକ ପାଇଁ ବ୍ୟାକ ଅପ ପ୍ରତିଷ୍ଠା କରାଇବା ଲାଗି ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯଦ୍ୱାରା ଗୋଟିଏ କ୍ୟାଣ୍ଟିନରେ ସଂକ୍ରମଣ ବ୍ୟାପିଲେ ରୋଗୀମାନେ ବିନା ଅସୁବିଧାରେ ଖାଦ୍ୟ ପାଇପାରିବେ

କରୋନା ରୋଗୀଙ୍କ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତର ଏବଂ ନର୍ସମାନଙ୍କର ମାନସିକ-ସାମାଜିକ କାଉନସେଲିଂ କରାଇବା ନେଇ ଶ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ, ଯାହା ସେମାନଙ୍କୁ କେବଳ ଶାରୀରିକ ନୁହେଁ ବରଂ ମହାମାରୀର ମୁକାବିଲା ପାଇଁ ମାନସିକ ସ୍ତରରେ ମଧ୍ୟ ଫିଟ ଥିବା ନିଶ୍ଚିତ କରିବ  

 

**********


(रिलीज़ आईडी: 1631789) आगंतुक पटल : 283
इस विज्ञप्ति को इन भाषाओं में पढ़ें: Bengali , English , Urdu , Marathi , Assamese , Tamil , Telugu , Kannada