କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂଙ୍କ ଦ୍ଵାରା କୋଭିଡ-19 ଫିଡ଼ବ୍ୟାକ କଲ ସେଣ୍ଟର ଉଦ୍ଘାଟିତ

• 1 ଲକ୍ଷ କୋଭିଡ-19 ସାଧାରଣ ଅଭିଯୋଗକୁ ସମାଧାନ କରିଥିବାରୁ ଡିଏଆରପିଜିକୁ ଅଭିନନ୍ଦନ

Posted On: 15 JUN 2020 4:22PM by PIB Bhubaneshwar

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ପେନସନ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ “Feedback Call Centres on public grievance”ର ଉଦ୍ଘାଟନ କରି ସାଧାରଣ ନାଗରିକ ଯେଉଁମାନଙ୍କ କୋଭିଡ-19 ସଂକ୍ରାନ୍ତ ଆପତ୍ତି ଅଭିଯୋଗର ଫଇଲସା କରାଯାଇଛି, ସେମାନଙ୍କ ସଙ୍ଗେ ମତ ବିନିମୟ କରିଥିଲେ ଡଃ ଜିତେନ୍ଦ୍ର ସିଂ ପ୍ରାୟ 1 ଲକ୍ଷରୁ ଊର୍ଦ୍ଧ୍ଵ କୋଭିଡ-19 ସଂକ୍ରାନ୍ତ ଆପତ୍ତି ଅଭିଯୋଗର ଫଇସଲା କରିଥିବାରୁ ଡିଏଆରପିଜିକୁ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଫଇସଲା ଦିଗରେ ଯଥେଷ୍ଟ ପ୍ରେରଣା ଯୋଗାଇଛି ବୋଲି ସେ କହିଥିଲେ । ପ୍ରଥମଥର ପାଇଁ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ଆପତ୍ତି ଅଭିଯୋଗ ଆଣିଥିବା ନାଗରିକଙ୍କ ସହ ମତ ବିନିମୟ କରିଥିଲେ, ଯାହାଫଳରେ କି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଏହା କରିବା ସହ ଏସମ୍ପର୍କିତ ମତାମତ ହାସଲ କରିପାରିବେ । ଡିଏଆରପିଜି, ବିଏସଏନଏଲର ସମନ୍ଵୟରେ ଭୁବନେଶ୍ୱର, ଗୌହାଟୀ, ଜାମସେଦପୁର, ଭଦୋଦରା, ଅହମଦାବାଦ, ଲକ୍ଷ୍ନୌ, ଆଜମୀର, ଗୁଣ୍ଟୁର, କୋଏମ୍ବାଟୁର, ଗୁଣ୍ଟକାଲରେ ଫିଡବ୍ୟାକ କଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଏହି କଲ ସେଣ୍ଟରଗୁଡିକ ନାଗରିକମାନଙ୍କଠାରୁ ବ୍ୟକ୍ତିଗତ ଭାବେ କୋଭିଡ-19 ସଂକ୍ରାନ୍ତ ଆପତ୍ତି ଅଭିଯୋଗଗୁଡିକ ନେଇ ମତାମତ ସଂଗ୍ରହ କରିବେ । ଗତ 30 ମାର୍ଚ୍ଚ 2020ରୁ 30 ମେ’ 2020 ମଧ୍ୟରେ 1.28 ଲକ୍ଷ ସାଧାରଣ ଅଭିଯୋଗ ଆସିଛି । କଲ ସେଣ୍ଟରର ପରିଚାଳକଙ୍କ ଦ୍ଵାରା ମତାମତ ପ୍ରଶ୍ନାବଳୀ ପାଇଁ ତାଲିମ ମଧ୍ୟ ଗତ 9 ଓ 10 ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଫିଡବ୍ୟାକ କଲ ସେଣ୍ଟରଗୁଡିକ ହିନ୍ଦୀ, ଇଂରାଜୀ, ଗୁଜରାଟୀ, ମରାଠୀ, ପଞ୍ଜାବୀ, କନ୍ନଡ, କୋଙ୍କଣୀ, ମାଲାୟଲମ, ତାମିଲ, ତେଲଗୁ, ଓଡିଆ, ବଙ୍ଗଳା, ଅହମିୟା ଓ ରାଜସ୍ଥାନୀ ଭାଷାରେ କାର୍ଯ୍ୟ କରିବେ ।

ଏହି ଅବସରରେ ଡଃ ଜିତେନ୍ଦ୍ର ସିଂ କୋଭିଡ-19 ଅଭିଯୋଗର ସମାଧାନ ହୋଇଥିବା 4 ଜଣ ନାଗରିକଙ୍କ ସହ ମତ ବିନିମୟ କରିଥିଲେ । ଯେଉଁମାନଙ୍କ ସହ ମତ ବିନିମୟ କରିଥିଲେ ସେମାନେ ହେଲେ ବିଜାପୁରର ଶ୍ରୀମତୀ ରେଣୁକା ଭି. ପାରୋଷପାଗଲ । କର୍ଣ୍ଣାଟକର ଏହି ମହିଳାଙ୍କ ରିଫଣ୍ଡ ସଂକ୍ରାନ୍ତ ଏକ ଅଭିଯୋଗ ଆର୍ଥିକ ସେବା ବିଭାଗ ଦ୍ଵାରା ସମାଧାନ କରାଯାଇଛି । ଗୁଜରାଟର ଭଦୋଦରାର ଗୋର୍ଦ୍ଧନ ଭାଇ ଜେଠା ଭାଇ ପଟେଲଙ୍କ ରିପୋର୍ଟ ସମ୍ପର୍କ ଅଭିଯୋଗ ଡାକ ବିଭାଗ ଦ୍ଵାରା ସମାଧାନ କରାଯାଇଛି । ଦିଲ୍ଲୀନିବାସୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଝିଅର ଚିକିତ୍ସା ସମ୍ପର୍କିତ ଅଭିଯୋଗର ସମାଧାନ ଏମ୍ସ ଦ୍ଵାରା କରାଯାଇଛି । ତାମିଲନାଡୁ ଚେନ୍ନାଇନିବାସୀ ଶ୍ରୀ ମୃଥିଞ୍ଜୟନ ମାସିକ କିସ୍ତି ଜମା ସଂକ୍ରାନ୍ତ ଅଭିଯୋଗର ସମାଧାନ ଡାକ ବିଭାଗ ଦ୍ଵାରା କରାଯାଇଛି । ଏହି ହିତାଧିକାରୀମାନେ ମନ୍ତ୍ରୀଙ୍କ ଏକ ଟ୍ଵିଟ ଦ୍ଵାରା କୋଭିଡ-19 ସଂକ୍ରାନ୍ତ ସାଧାରଣ ଅଭିଯୋଗ ବିଷୟରେ ଅବଗତ ହୋଇଥିଲେ । ମାତ୍ର ସେମାନଙ୍କର ସମୟୋଚିତ ଆପତ୍ତି ଅଭିଯୋଗର ଫଇସଲା ପାଇଁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଡଃ ସିଂ ଆହୁରି କହିଛନ୍ତି ଯେ, ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଦ୍ଵିତୀୟ ପାଳି ଶାସନରେ ଅନେକ ବୈପ୍ଳବିକ ସଂସ୍କାର ଅଣାଯାଇଛି ଏବଂ ସ୍ଵଚ୍ଛ ପ୍ରଶାସନ ଯୋଗୁଁ ଜନସାଧାରରଣଙ୍କ ଆପତ୍ତି ଅଭିଯୋଗର ସମୟୋଚିତ ସମାଧାନ ହୋଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଡିଏଆରପିଜି ସଚିବ ଡଃ କେ. ଶିବାଜୀ, ଅତିରିକ୍ତ ସଚିବ ଡି. ଶ୍ରୀନିବାସ, ବିଏସଏନଏଲର ପରିଚାଳନା ନିର୍ଦ୍ଦେଶକ ପି. କେ. ପୁରୱାର, ଡିଏଆରପିଜିର ଯୁଗ୍ମ ସଚିବ ଶ୍ରୀମତୀ ଜୟା ଦୁବେ, ବିଏସଏନଏଲ କଲ ସେଣ୍ଟରର 1500 ଅପରେଟର ଓ ଅଭିଯୋଗ ଆଣିଥିବା ନାଗରିକମାନେ ଯୋଗଦେଇଥିଲେ ।

 

**********



(Release ID: 1631741) Visitor Counter : 201