ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ପେନସନଭୋଗୀଙ୍କ ସୁବିଧା ପାଇଁ ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଜନସେବା କେନ୍ଦ୍ରରେ ଦାଖଲ କରିହେବ ଜୀବନ ପ୍ରମାଣପତ୍ର

Posted On: 11 JUN 2020 4:45PM by PIB Bhubaneshwar

କୋଭିଡ-19 ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଇପିଏସ ପେନସନଭୋଗୀମାନଙ୍କୁ ଘର ପାଖରେ ସୁବିଧା ପ୍ରଦାନ କରିବା ଉଦେ୍ଦଶ୍ୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଜନ ସେବା କେନ୍ଦ୍ର ଏବଂ ଇପିଏଫଓ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି । ଯାହାଫଳରେ ବରିଷ୍ଠ ପେନସନଭୋଗୀମାନେ ଏବେ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଦେଶରେ ବର୍ତମାନ 3.65 ଲକ୍ଷ ଜନସେବା କେନ୍ଦ୍ରର ଏକ ବିଶାଳ ନେଟୱର୍କ ରହିଛି । ଯାହାଫଳରେ ଇପିଏଫଓର 65 ଲକ୍ଷ ପେନସନଭୋଗୀ ସେମାନଙ୍କ ଘର ପାଖରେ ଥିବା ଜନସେବା କେନ୍ଦ୍ରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ନିୟମିତ ଭାବେ ପେନସନ ଉଠାଣ ନିମନ୍ତେ ଇପିଏସ ପେନସନଭୋଗୀମାନଙ୍କୁ ବର୍ତମାନ ବର୍ଷକୁ ଥରେ ଜୀବନ ପ୍ରମାଣ/ଲାଇଫ ସାର୍ଟିଫିକେଟ ଦାଖଲ କରିବାକୁ ହେଉଛି ।

ଜନସେବା କେନ୍ଦ୍ରଗୁଡ଼ିକ ବ୍ୟତୀତ ଇପିଏସ ପେନସନଭୋଗୀମାନେ ମଧ୍ୟ 135ଟି ଆଂଚଳିକ କାର୍ଯ୍ୟାଳୟ, 117ଟି ଜିଲ୍ଲା କାର୍ଯ୍ୟାଳୟ ଏବଂ ସେମାନେ ପେନସନ ଉଠାଉଥିବା ବ୍ୟାଙ୍କରେ ମଧ୍ୟ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଇପିଏଫଓ ପକ୍ଷରୁ ଏକ ବହୁମୁଖୀ ବିକଳ୍ପ ମଡେଲ ଗ୍ରହଣ କରାଯାଇଛି । ଯାହାଫଳରେ ଇପିଏସ ପେନସନଭୋଗୀଙ୍କ ନିକଟରେ ନିଜ ସୁବିଧା ଅନୁସାରେ ସେବା ପାଇବାର ବିକଳ୍ପ ଓ ଅଧିକାର ରହିବ ।

ବର୍ଷର ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ଇପିଏସ ପେନସନଭୋଗୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପରିବର୍ତ୍ତନ କରାଯାଇଛି । ଦାଖଲ କରିବାର 1 ବର୍ଷ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ରର ବୈଧତା ରହିବ । ପୂର୍ବରୁ ବର୍ଷର କେବଳ ନଭେମ୍ବର ମାସରେ ଜୀବନପ୍ରମାଣପତ୍ର ଦାଖଲର ସୁବିଧା ପେନସନଭୋଗୀ ମାନଙ୍କୁ ମିଳୁଥିଲା । ଏହି କାରଣରୁ ପେନସନଭୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପେନସନ ବନ୍ଦ ହୋଇଯିବାର ବହୁସଂଖ୍ୟକ ଅଭିଯୋଗ ଆସୁଥିଲା । ଆହୁରି ବିଳମ୍ବରେ ଜୀବନ ପ୍ରମାଣପତ୍ର ଦାଖଲ କରାଯିବାର ଫଳ ସ୍ୱରୂପ ନଭେମ୍ବର ମାସ ପର୍ଯ୍ୟନ୍ତ ମାତ୍ର କିଛି ମାସ ଲାଗି ଏହାର ବୈଧତା ରହୁଥିଲା । ଇପିଏସ ପେନସନଭୋଗୀମାନଙ୍କୁ ବାଧାମୁକ୍ତ ସାମାଜିକ ସୁରକ୍ଷା ପ୍ରଦାନ କରିବା ଲାଗି ସେମାନଙ୍କ ଲାଗି ଅନୁକୂଳ ପଦକ୍ଷେପ ଗ୍ରହଣ କରାଯାଇଛି ।

ସଙ୍କଟ ସମୟରେ 65 ଲକ୍ଷ ଇପିଏସ ପେନସନଭୋଗୀମାନଙ୍କୁ ଉଚିତ ସମୟରେ ପେନସନ ପ୍ରଦାନ କରି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ପ୍ରତି ଇପିଏଫଓ ପ୍ରତିଶ୍ରୁତିବଦ୍ଧ ।

 

**********



(Release ID: 1631007) Visitor Counter : 257