ରେଳ ମନ୍ତ୍ରଣାଳୟ

ରାଜ୍ୟ କର୍ତ୍ତୃପକ୍ଷଙ୍କୁ କୋଭିଡ କେୟାର ସେଣ୍ଟର ହସ୍ତାନ୍ତର କରିବ ଭାରତୀୟ ରେଳବାଇ

• କୋଚ ପିଛା 16ଜଣ କରି 10ଟି କୋଚ ବିଶିଷ୍ଟ ଟ୍ରେନ ପ୍ରସ୍ତୁତ
• କୋଭିଡ ଚିକିତ୍ସା କେନ୍ଦ୍ର ଭାବେ ପ୍ରସ୍ତୁତ ହୋଇଛି ମୋଟ 5,231ଟି କୋଚ
• ଉତ୍ତରପ୍ରଦେଶରେ 24ଟି ଷ୍ଟେସନ, ତେଲଙ୍ଗାନାର ସିକନ୍ଦରାବାଦ, କାଚିଗୁଡା ଓ ଆଦିଲାବାଦରେ ରହିବ କୋଚ
• ଦିଲ୍ଲୀର ସକୁର ବସ୍ତିରେ ରହିବ 10ଟି କୋଚ
• କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ହେବ ଅନୁପାଳନ
• ଦେଶର କୋଭିଡ-19 ଲଢେଇରେ ସଂପୂର୍ଣ୍ଣ ସହଯୋଗ କରିଛି ଭାରତୀୟ ରେଳବାଇ

Posted On: 11 JUN 2020 6:16PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କେତେକ ରାଜ୍ୟ ରେଳବାଇକୁ କୋଭିଡ କେୟାର ସେଣ୍ଟର ପାଇଁ ଅନୁରୋଧ କରିଛନ୍ତି ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଚ ଆବଣ୍ଟନ କରିଛି । ଉତ୍ତରପ୍ରଦେଶ ଏଥିପାଇଁ 24ଟି ଷ୍ଟେସନ ଚୁଡାନ୍ତ କରିଛି । ସେହିପରି ତେଲଙ୍ଗାନାର ସିକନ୍ଦରାବାଦ, କାଚିଗୁଡା ଓ ଆଦିଲାବାଦରେ କୋଚ ରହଣିର ବ୍ୟବସ୍ଥା ହୋଇଛି । ଦିଲ୍ଲୀ ପାଇଁ 10ଟି କୋଚ ପ୍ରସ୍ତୁତ କରାଯାଇଛି ।

କୋଭିଡ-19ର ମୁକାବିଲା ଲାଗି ଭାରତୀୟ ରେଳ ସରକାରଙ୍କୁ ସଂପୂର୍ଣ୍ଣ ସହାୟତାର ହାତ ବଢାଇଛି । ଭାରତୀୟ ରେଳ ବିଭିନ୍ନ ରାଜ୍ୟକୁ 5,231ଟି କୋଭିଡ କେୟାର ସେଣ୍ଟର ଯୋଗାଇଦେଇଛି । ଆଞ୍ଚଳିକ ରେଳବାଇ ମଣ୍ଡଳଗୁଡିକ ଏହି କୋଚଗୁଡିକୁ ସଙ୍ଗରୋଧ ସୁବିଧା କେନ୍ଦ୍ର ଭାବେ ପରିଣତ କରିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା ଅନୁସାରେ କମ ଲକ୍ଷଣ ଯୁକ୍ତ ସଂକ୍ରମିତ ମାମଲାଗୁଡିକୁ ଏହି ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ଚିକିତ୍ସା କରାଯାଇପାରିବ । ଯେଉଁସବୁ ରାଜ୍ୟରେ ଏକାନ୍ତବାସ ସୁବିଧା ନିମନ୍ତେ ଶଯ୍ୟାର ଅଭାବ ରହିଛି ସେହି ରାଜ୍ୟଗୁଡିକରେ ଏହାକୁ ସଙ୍ଗରୋଧ କେନ୍ଦ୍ର ଭାବେ ଉପଯୋଗ କରାଯାଇପାରିବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ କୋଭିଡ ପରିଚାଳନା ଯୋଜନା ଅଧୀନରେ ଏହି ସୁବିଧା ପ୍ରଦାନ କରାଯାଇଛି ।

215ଟି ଷ୍ଟେସନ ମଧ୍ୟରୁ ରେଳବାଇ 85ଟି ଷ୍ଟେସନରେ ସ୍ୱାସ୍ଥ୍ୟ ସେବା ସୁବିଧା ଏବଂ 130ଟି ଷ୍ଟେସନରେ ରାଜ୍ୟଗୁଡିକ କୋଭିଡ ଚିକିତ୍ସା ପାଇଁ କୋଚଗୁଡିକ ବ୍ୟବହାର କରିବେ । ତେବେ ସମ୍ପୃକ୍ତ ରାଜ୍ୟଗୁଡିକ ଚିକିତ୍ସକ ଓ ଔଷଧପତ୍ର ସୁବିଧା ଯୋଗାଇଦେବେ ଭାରତୀୟ ରେଳ ପାନୀୟ ଜଳ ସମେତ 158ଟି ଷ୍ଟେସନରେ ଚାର୍ଜିଂ ସୁବିଧାର ବ୍ୟବସ୍ଥା କରିଛି ଏବଂ ସେଥିରୁ 58ଟି କୋଭିଡ କେୟାର ସେଣ୍ଟରରେ ଏହି ସୁବିଧା ଉପଲବ୍ଧ ହେବ ।

 

**********

 



(Release ID: 1631004) Visitor Counter : 202