ରସାୟନ ଓ ସାର ମନ୍ତ୍ରଣାଳୟ

ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରସାୟନ ଓ ସାର କମ୍ପାନୀ ଶିଳ୍ପଜାତ ସାମଗ୍ରୀ ବିକ୍ରିରୁ ସଞ୍ଚୟ କରିଛି 100 କୋଟି ଟଙ୍କା

Posted On: 06 JUN 2020 5:01PM by PIB Bhubaneshwar

ବର୍ତ୍ତମାନର କୋଭିଡ-19 ପରିସ୍ଥିତି ସତ୍ତ୍ୱେ ଭାରତ ସରକାରଙ୍କ ସାର ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫ) ଏହାର କାର୍ଯ୍ୟ ଚାଲୁ ରଖିଛି ଚଳିତ ଆର୍ଥିକ ବର୍ଷ 2020-21ର ପ୍ରଥମ ଦୁଇ ମାସରେ ଏହାର ଶିଳ୍ପ ଉତ୍ପାଦ ବିକ୍ରି 100 କୋଟି ଟଙ୍କାକୁ ଅତିକ୍ରମ କରିଛି

ମୁଖ୍ୟ ଉତ୍ପାଦଗୁଡ଼ିକ ହେଉଛି –ଇସ୍ପାତ, ରକେଟ ଇନ୍ଧନ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ ହିମକୃତ ଆମୋନିଆ,

କୋଇଲା ଖନନ ପାଇଁ ବ୍ୟବହୃତ ବିସ୍ଫୋରକ ଆମୋନିୟମ ନାଇଟ୍ରେଟ

ଆମୋନିୟମ ବାଇକାର୍ବୋନେଟ- ବେକରି ଏବଂ ଚମଡା ଶିଳ୍ପ ପାଇଁ ବ୍ୟବହୃତ

ମିଥାଇଲ ଆମିନିସ- କୀଟନାଶକ, ରଙ୍ଗ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ

ଜମାଟ ବାନ୍ଧିଥିବା ନାଇଟ୍ରିକ ଏସିଡ: ବିସ୍ଫୋରକ, ଫାର୍ମାସ୍ୟୁଟିକାଲ୍ସ ପାଇଁ ବ୍ୟବହୃତ

ହାଲୁକା ନାଇଟ୍ରିକ ଏସିଡ: ଅଳଙ୍କାର ଓ ପ୍ରୋପେଲାଣ୍ଟ ପାଇଁ

ଆର୍ଗନ - ଆର୍କ ୱେଲଡିଂ ପାଇଁ

ଫର୍ମିକ ଏସିଡ - ରବର, ଚମଡା ପାଇଁ

ଡାଇମିଥାଇଲ ଫର୍ମାମାଇଡ - ଫାଇବର, ସ୍ପାଣ୍ଡେକ୍ସ, ପଲିମାଇଡ ପାଇଁ ଦ୍ରବଣକାରୀ

ଡାଇମିଥାଇଲ ଆସେଟାମାଇଡ - ପଲିଷ୍ଟର ଫିଲ୍ମ, ଆକ୍ରିଲିକ ଫାଇବର ପାଇଁ ଦ୍ରବଣକାରୀ

ସୋଡିୟମ ନାଇଟ୍ରେଟ: ପ୍ରୋପେଲାଣ୍ଟ, ବିସ୍ଫୋରକ

ଆରସିଏଫର Q4 2019-20 Q4 2018-19 ଉପରେ ଟିକସ 190%ରୁ ଅଧିକ ହେବା ପରେ ଲାଭ

ମାର୍ଚ୍ଚ ମାସ ସୁଦ୍ଧା ଟିକସ ପରେ ରାଷ୍ଟ୍ରୀୟ କେମିକାଲ୍ସ ଏବଂ ଫର୍ଟିଲାଇଜର୍ସ ଲିମିଟେଡ ଏହାର ସ୍ଵତନ୍ତ୍ର ଲାଭକୁ ତିନିଗୁଣ କରି ପୂର୍ବ ବର୍ଷ ତୁଳନାରେ 48.47 କୋଟିରୁ 142.28 କୋଟିରେ ପହଞ୍ଚିଛି, ଯାହାକି  ଗତ ଆର୍ଥିକ ବର୍ଷ ତୁଳନାରେ 193.54% ଅଧିକ

2019-20 ଆର୍ଥିକ ବର୍ଷ ପାଇଁ ଟିକସ ପରେ ଆରସିଏଫର ଲାଭ 2018-19 ଆର୍ଥିକ ବର୍ଷ ତୁଳନାରେ 49% ଅଧିକ

31 ମାର୍ଚ୍ଚ 2020ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ଟିକସ ପରେ ଲାଭ ପୂର୍ବ ବର୍ଷର 139.17 କୋଟିରୁ 208.15 କୋଟି ଟଙ୍କାକୁ ବୃଦ୍ଧି ପାଇଛି

କମ୍ପାନୀ ବିଭିନ୍ନ ଆହ୍ଵାନର ସମ୍ମୁଖୀନ ହେଉଥିଲେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆର୍ଥିକ ପ୍ରଦର୍ଶନ ଭଲ ହୋଇଛି

ସରକାର କେତେକ କାରଖାନା ପାଇଁ ରିଲିଫ ଦେବା ଯୋଗୁଁ ସାର ଶିଳ୍ପ ଅନେକ ସୁବିଧା ପାଇଛି । କମ୍ପାନୀର ଇତିହାସରେ ଏହାର ବୋର୍ଡ ଡିଭିଡେଣ୍ଟ ବାବଦକୁ ସର୍ବାଧିକ ଶତକଡା 28.40 ଲାଭ ଘୋଷଣା କରିଛି ଆରସିଏଫର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଗତବର୍ଷ ତୁଳନାରେ ଏହାର ସାର ଚାହିଦା ଶତକଡା 7 ଭାଗ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି । ସୁଫଳା ସାର ଗତ ବର୍ଷ ତୁଳନାରେ ଶତକଡା 15 ଭାଗ ବୃଦ୍ଧି ପାଇଛି ଆରସିଏଫ ଜୈବିକ ଅଭିବୃଦ୍ଧି ଉତ୍ପାଦକ ଓ ପାଣିରେ ଦ୍ରବିଭୂତ ହେଉଥିବା ସିଲିକନ ସାର ଭଳି ଦୁଇଟି ନୂତନ ସାମଗ୍ରୀର ଉତ୍ପାଦନ ଆରମ୍ଭ କରିଛି । ଏହା 16 ଲକ୍ଷ ଟନ ୟୁରିଆ ରପ୍ତାନି କରି ଦେଶର ପ୍ରମୁଖ ଉତ୍ପାଦକର ମାନ୍ୟତା ହାସଲ କରିଛି ।

ଚଳିତ ଆର୍ଥିକ ବର୍ଷରେ ଭଲ ମୌସୁମୀ ବର୍ଷା ଆକଳନ ଥିବାରୁ ଚାଷ କାର୍ଯ୍ୟ ଖୁବ ଭଲ ହେବା ସମ୍ଭାବନା ଦେଖାଦେଇଛି । କୋଭିଡ-19 ପରିସ୍ଥିତିସତ୍ଵେ ଆରସିଏଫ ସମସ୍ତ ସଦୁପଯୋଗ କରିବ ବୋଲି ଆଶା କରାଯାଉଛି ।

 

**********


(Release ID: 1629937)