ରେଳ ମନ୍ତ୍ରଣାଳୟ
ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ଲାଗି ଭାରତୀୟ ରେଳବାଇ ପ୍ରତିଶ୍ରୁତିବଦ୍ଧ
• 68,800 କୋଚରେ ସଂଯୁକ୍ତ ଜୈବ ଶୌଚାଳୟର ମୋଟ ସଂଖ୍ୟା 100 ପ୍ରତିଶତ ମୋଟ କଭରେଜ ସହିତ 2,45,400ରୁ ଅଧିକ ହେଲା
• 2019-20ରେ ପରିବେଶ ପରିଚାଳନା ପ୍ରଣାଳୀର କାର୍ଯ୍ୟାନ୍ୱୟନ ଲାଗି 200 ରେଳ ଷ୍ଟେସନକୁ ମିଳିଲା ଆଇଏସଓ : 14001 ମାନ୍ୟତା
• ଯାତ୍ରୀମାନଙ୍କୁ ସ୍ୱଚ୍ଛ ପରିବେଶ ଓ ସୁଗମ ଯାତ୍ରା ଅନୁଭବ ପ୍ରଦାନ କରିବା ଲାଗି ଭାରତୀୟ ରେଳ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ରେଳ ପ୍ରୟାସ ଅନ୍ତର୍ଗତ ଗ୍ରହଣ କଲା ଅନ୍ୟାନ୍ୟ ପଦକ୍ଷେପ
Posted On:
05 JUN 2020 1:45PM by PIB Bhubaneshwar
ଭାରତୀୟ ରେଳ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ । ଏହା ନିଜର ନେଟୱର୍କ ମାଧ୍ୟରେ ଯାତ୍ରୀମାନଙ୍କୁ ବିଶ୍ୱସ୍ତରର ସୁବିଧା ପ୍ରଦାନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ନିଜର ଯାତ୍ରୀମାନଙ୍କୁ ସ୍ୱଚ୍ଛ ବାତାବରଣ ଓ ସୁଗମ ଯାତ୍ରା ଅନୁଭୂତି ପ୍ରଦାନ କରିବା ଲାଗି ଭାରତୀୟ ରେଳ ‘ସ୍ୱଚ୍ଛ ଭାରତ, ସ୍ୱଚ୍ଛ ରେଳ’ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ।
ଏଥିମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିମ୍ନରେ ଦିଆଯାଇଛି:
• 2019-20ରେ 14,916ଟି ରେଳ ଡବାରେ 49,487 ଜୈବ ଶୌଚାଳୟ ସଂଯୁକ୍ତ କରାଯାଇଛି । ଏଥିସହିତ 100 ପ୍ରତିଶତ କଭରେଜ ସହିତ 68,800 କୋଚରେ ଲଗାଯାଇଥିବା ଜୈବ ଶୌଚାଳୟର ମିଳିତ ସଂଖ୍ୟା 2,45,400ରୁ ଅଧିକ ହୋଇଯାଇଛି ।
• 2 ଅକ୍ଟୋବର 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଗାନ୍ଧୀ ଜୟନ୍ତୀ ପରଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର କୌଣସି ଉପଯୋଗ କରାଯାଉ ନାହିଁ ।
• ରେଳବାଇର ପ୍ରୟାସକୁ ଧ୍ୟାନରେ ରଖି ‘ସ୍ୱଚ୍ଛ କାର୍ଯ୍ୟ ଯୋଜନା’ର କାର୍ଯ୍ୟାନ୍ୱୟନ ଲାଗି ରେଳ ମନ୍ତ୍ରଣାଳୟକୁ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରୟାସ ନିମନ୍ତେ ଚୟନ କରାଯାଇଥିଲା ଏବଂ ଭାରତର ରାଷ୍ଟ୍ରପତି 6 ସେପ୍ଟେମ୍ବର 2019ରେ ମନ୍ତ୍ରଣାଳୟକୁ ସମ୍ମାନିତ କରିଥିଲେ ।
• 200ରେଳ ଷ୍ଟେସନକୁ 2019-20ରେ ପରିବେଶ ପରିଚାଳନା ପ୍ରଣାଳୀ କାର୍ଯ୍ୟାନ୍ୱୟନ ଲାଗି ଆଇଏସଓ:14001 ମାନ୍ୟତା ପ୍ରଦାନ କରାଗଲା ।
• ସମନ୍ୱିତ ମେସିନ ଚାଳିତ ସଫେଇ କାର୍ଯ୍ୟରେ ଏବେ 953 ଷ୍ଟେସନରେ ପ୍ରଦାନ କରାଯାଉଛି ।
• 2019-20ରେ ସ୍ୱଚ୍ଛତା ଗୁଣବତା ପ୍ରତି ଯାତ୍ରୀଙ୍କ ଧାରଣା ଉପରେ ସ୍ୱାଧୀନ, ତୃତୀୟ ପକ୍ଷ ସର୍ବେକ୍ଷଣ 720 ଷ୍ଟେସନରେ କରାଯାଇଥିଲା । ପୂର୍ବରୁ ଏହି ସର୍ବେକ୍ଷଣ 407ଟି ଷ୍ଟେସନରେ କରାଯାଇଥିଲା ।
• ରାଜଧାନୀ, ଶତାବ୍ଦୀ, ଦୂରୋନ୍ତୋ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଲମ୍ବା ଦୂରତାର ମେଲ/ଏକ୍ସପ୍ରେସ ରେଳ ଗାଡ଼ି ସମେତ 1100 ଯୋଡ଼ାରୁ ଅଧିକ ରେଳଗାଡ଼ିରେ ଯାତ୍ରା ସମୟରେ ଶୌଚାଳୟ, ଦ୍ୱାର, କରିଡର ଏବଂ ଯାତ୍ରୀ ଡବାରେ ସଫେଇ ଲାଗି ଟ୍ରେନରେ ହାଉସ କିପିଂ ସେବା (ଓବିଏଚଏସ) ସୁବିଧା ଉପଲବ୍ଧ ରହିଛି ।
• ‘କୋଚ ମିତ୍ର’ ସେବାର ଚାହିଦା ଉପରେ ଆଧାରିତ ଏସଏମଏସ ଦ୍ୱାରା ସମର୍ଥିତ ଓବିଏଚଏସ ସେବା ଏବେ 1060 ଯୋଡ଼ାରୁ ଅଧିକ ଟ୍ରେନରେ ମିଳିପାରିବ ।
• ଏପରି କୋଚର ଯାତ୍ରୀମାନଙ୍କୁ ଦିଆଯାଉଥିବା ଚଦର ଧୋଇବାର ଗୁଣବତାରେ ସୁଧାର ଲାଗି ମେସିନ ଯୁକ୍ତ ଲଣ୍ଡ୍ରି ପ୍ରତିଷ୍ଠା କରାଯାଉଛି । 2019-20 ଆର୍ଥିକ ବର୍ଷରେ ମୋଟ 8ଟି ମେସିନଚାଳିତ ଲଣ୍ଡ୍ରି ସ୍ଥାପନ ।
• ଷ୍ଟେସନରୁ ବାହାରୁଥିବା ପ୍ଲାଷ୍ଟିକ ବର୍ଜ୍ୟକୁ କମ କରିବା, ପୁନଚକ୍ରଣ କରିବା ଏବଂ ପରିଚାଳନା କରିବା ଲାଗି ଏକ ପ୍ରୟାସ ସ୍ୱରୂପ ଜୋନାଲ ରେଳବାଇ ଦ୍ୱାରା ପ୍ଲାଷ୍ଟିକ ବୋତଲ କ୍ରସିଂ ମେସିନ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ନୀତିଗତ ଦିଶା-ନିର୍ଦ୍ଦେଶ ଅଣାଯାଇଛି । ବର୍ତ୍ତମାନ, ଭାରତୀୟ ରେଳବାଇ ଅନେକ ଜିଲ୍ଲା ମୁଖ୍ୟାଳୟ ରେଳ ଷ୍ଟେସନ ସମେତ 229ଟି ଷ୍ଟେସନରେ ପାଖାପାଖି 315ଟି ଏଭଳି ମେସିନ ସ୍ଥାପନ କରାଯାଇଛି ।
• ଷ୍ଟେସନରେ ପାଣି ଭରିବା ସମୟକୁ ହ୍ରାସ କରିବା ଲାଗି 2019-20ରେ (ମୋଟ 44) 29ଟି ସ୍ଥାନରେ ତ୍ୱରିତ ଜଳ ଭରିବା ସୁବିଧା ପ୍ରତିଷ୍ଠା କରାଯାଇଛି ।
**********
(Release ID: 1629771)
Visitor Counter : 163
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Malayalam