କେନ୍ଦ୍ରୀୟ ଲୋକ ସେବା ଆୟୋଗ

ଆସନ୍ତା ଜୁଲାଇ 20ରୁ ଆରମ୍ଭ ହେବ 2019 ସିଭିଲ ସର୍ଭିସ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ଵ ପରୀକ୍ଷା

Posted On: 05 JUN 2020 4:23PM by PIB Bhubaneshwar

ଆଜି କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କ (05.06.2020)ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ କୋଭିଡ-19 ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥିତିର ସମୀକ୍ଷା କରାଯାଇଛି ଲକଡାଉନ ପରେ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷିତ କୋହଳ କଟକଣା ପରିପ୍ରେକ୍ଷୀରେ ଆୟୋଗ ଲିଖିତ ଓ ମୌଖିକ ପରୀକ୍ଷା ସୂଚୀରେ କେତେକ ସଂଶୋଧନ କରାଯାଇଛି ସଂଶୋଧିତ କାର୍ଯ୍ୟସୂଚୀର ବିସ୍ତୃତ ବିବରଣୀ ଆୟୋଗଙ୍କ ୱେବସାଇଟରେ ସନ୍ନିବେଶିତ ହୋଇଛି ।

ଆୟୋଗ ମଧ୍ୟ 2019 ବର୍ଷ ସିଭିଲ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ବ୍ୟକ୍ତିତ୍ଵ ପରୀକ୍ଷା ଆସନ୍ତାମାସ 20 ତାରିଖରୁ କରାଇବା ନେଇ ନିଷ୍ପତ୍ତି ନେଇଛି । ପ୍ରାର୍ଥୀମାନଙ୍କୁ ବ୍ୟକ୍ତିଗତ ଭାବେ ଏହା ଜଣାଇ ଦିଆଯିବ ।

କର୍ମଚାରୀ ଭବିଷ୍ୟନିଧି ସଂଗଠନ ନିମନ୍ତେ ଇଓ/ଏଓ ପଦବୀ ପାଇଁ ଆସନ୍ତା ଅକ୍ଟୋବର 4 ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷାର ନୂତନ ତାରିଖ ଆୟୋଗର ୱେବସାଇଟରେ  ପ୍ରକାଶ ପାଇବ ।

 

**********



(Release ID: 1629698) Visitor Counter : 146