ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 04 JUN 2020 4:45PM by PIB Bhubaneswar

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3,804 କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ 1,04,107ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଆରୋଗ୍ୟ ଲାଭ ହାର 47.99% ବୋଲି ଜଣାପଡିଛି । ବର୍ତ୍ତମାନ 1,06,737ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଭାରତୀୟ ଭେଷଜ ଗବେଷଣା ପରିଷଦ ଅଧିକ ନମୁନା ପରୀକ୍ଷା ସାମର୍ଥ୍ୟ ବୃଦ୍ଧି ପାଇଁ ଉଦ୍ୟମ ପୁଣି ଆରମ୍ଭ କରିଛି । ସରକାରୀ ପରୀକ୍ଷାଗାର ସଂଖ୍ୟା 498କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ସଂଖ୍ୟା 212କୁ ବୃଦ୍ଧି ପାଇଛି । କେବଳ ଗତ 24ଘଣ୍ଟା ମଧ୍ୟରେ 1,39,485ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 42,42,718 ନମୁନା ପରୀକ୍ଷା କରାଯାଇପାରିଛି । କୋଭିଡ-19 ମହାମାରୀ କାଳରେ ମନ୍ତ୍ରଣାଳୟ କର୍ଣ୍ଣ, ନାସା ଓ ଗଳାର ବ୍ୟବହାର ନେଇ ସଦ୍ୟ ମାର୍ଗଦର୍ଶିକା ଜାରି କରିଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

https://www.mohfw.gov.in/pdf/coronvavirushelplinenumber.pdf

 

**********

 


(ରିଲିଜ ଆଡି: 1629459) ପରିଦର୍ଶକ କାଉଣ୍ଟର : 286