ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର 48.31%କୁ ବୃଦ୍ଧି
• ମୃତ୍ୟୁ ହାର 2.80%କୁ ହ୍ରାସ

Posted On: 03 JUN 2020 3:15PM by PIB Bhubaneshwar

ବିଗତ 24 ଘଣ୍ଟା ମଧ୍ୟରେ ମୋଟ 4,776 କୋଭିଡ-19 ରୋଗୀ ଆରୋଗ୍ୟ ହୋଇଛନ୍ତି

ଆଜିସୁଦ୍ଧା ମୋଟ 1,00,303 ରୋଗୀ କୋଭିଡ-19ରୁ ଆରୋଗ୍ୟ ଲାଭ କରିଛନ୍ତି । କୋଭିଡ-19 ରୋଗୀଙ୍କ ଆରୋଗ୍ୟ ହାର 48.31%ବର୍ତ୍ତମାନ 1,01,497 ଜଣ କୋଭିଡ-19 ରୋଗୀ ସକ୍ରିୟ ଅଛନ୍ତି ଏବଂ ସେମାନେ ସମସ୍ତେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି

ମୃତ୍ୟୁ ହାର 2.80% ରହିଛି 480 ସରକାରୀ ଏବଂ 208 ବେସରକାରୀ ଲାବୋରେଟୋରୀ (ମୋଟ 688 ଲାବୋରେଟୋରୀ) ମାଧ୍ୟମରେ ଦେଶରେ ପରୀକ୍ଷା କ୍ଷମତା ବୃଦ୍ଧି ପାଇଛି ବର୍ତ୍ତମାନ ସୁଦ୍ଧା କୋଭିଡ-19 ପାଇଁ ସମୁଦାୟ 41,03,233 ନମୁନା ପରୀକ୍ଷା କରାଯାଇଛି, ଯାହାମଧ୍ୟରୁ 1,37,158 ନମୁନା ଗତକାଲି ପରୀକ୍ଷା କରାଯାଇଛି

ବର୍ତ୍ତମାନ ସୁଦ୍ଧା, ଦେଶରେ ଉପଲବ୍ଧ 952 ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ମଧ୍ୟରେ 1,66,332 ଏକାନ୍ତ ଶଯ୍ୟା, 21,393 ଆଇସିୟୁ ଶଯ୍ୟା ଏବଂ 72,762 ଅମ୍ଳଜାନ ସଂଯୁକ୍ତ ଶଯ୍ୟା ରହିଛି ସେହିଭଳି 2,391 ଉତ୍ସର୍ଗୀକୃତ କୋଭିଡ-19 ସ୍ୱାସ୍ଥ୍ୟ କେନ୍ଦ୍ରରେ 1,39,945 ଏକାନ୍ତ ଶଯ୍ୟା ସହିତ 11,027 ଆଇସିୟୁ ଶଯ୍ୟା ଏବଂ 46,875 ଅମ୍ଳଜାନ ସଂଯୁକ୍ତ ଶଯ୍ୟା କାର୍ଯ୍ୟକ୍ଷମ ହେଉଛି କେନ୍ଦ୍ର ମଧ୍ୟ 125.28 ଲକ୍ଷ ଏନ-95 ମାସ୍କ ଏବଂ 101.54 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେନ୍ଦ୍ରୀୟ ଅନୁଷ୍ଠାନକୁ ପ୍ରଦାନ କରିଛି

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1629194) Visitor Counter : 238