ଶକ୍ତି ମନ୍ତ୍ରଣାଳୟ

କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ଦ୍ଵାରା ବିଶ୍ଵସ୍ତରୀୟ ରିଅଲ ଟାଇମ ମାର୍କେଟର ଆରମ୍ଭ

• ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ପୂରଣ କରିବାରେ ସହାୟକ ହେବ ଏହି ମାର୍କେଟ
• ବଳକା ବିଦ୍ୟୁତର ସୁପରିଚାଳନା ମଧ୍ୟ ସହଜ ହେବ

Posted On: 03 JUN 2020 12:45PM by PIB Bhubaneshwar

କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ ଆଜି ନୂଆଦିଲ୍ଲୀଠାରେ (03.06.2020) ବିଦ୍ୟୁତ ଶକ୍ତି କ୍ଷେତ୍ରରେ ବିଶ୍ଵ ସ୍ତରୀୟ ରିଅଲ ଟାଇମ ମାର୍କେଟର ଶୁଭାରମ୍ଭ କରିଛନ୍ତି ଭିଡିଓ କନଫରେନ୍ସ ଜରିଆରେ ଆରମ୍ଭ ହୋଇଥିବା ଏହି ବାସ୍ତବ ବଜାର ବିଶ୍ଵ ସ୍ତରରେ ଏକ ଅନନ୍ୟ ବଜାର ଭାବେ ପରିଗଣିତ ହେବ

ଏହି ଅବସରରେ ସମ୍ମିଳନୀକୁ ସମ୍ବୋଧନ କରି ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ଏହି ରିଅଲ ଟାଇମ ମାର୍କେଟ ଏକ ସଂଗଠିତ ବଜାର ପ୍ଲାଟଫର୍ମ ଯାହାକି ଭାରତ ଓ ଭାରତ ବାହାରର କ୍ରେତା ଓ ବିକ୍ରେତାଙ୍କ ଶକ୍ତି ଆବଶ୍ୟକତା ସମ୍ପର୍କରେ ଆବଶ୍ୟକ ଦିଗଦର୍ଶନ ଦେଇପାରିବ । ରିଅଲ ଟାଇମ ମାର୍କେଟ ପ୍ରବର୍ତ୍ତନ ବଳରେ ବଳକା ବିଦ୍ୟୁତର ସୁପରିଚାଳନା ମଧ୍ୟ ସହଜ ହେବ । ଜାତୀୟ ସ୍ତରରେ ଏକ ସଂଗଠିତ ବଜାର ଯୋଗୁଁ ବିବିଧ ଶକ୍ତି ଚାହିଦା ପୂରଣ ମଧ୍ୟ ସହଜ ହେବ । 

ରିଅଲ ଟାଇମ ମାର୍କେଟ ଦିନକୁ ମାତ୍ର 30 ମିନିଟ ପାଇଁ କାର୍ଯ୍ୟ କରି ଏଥିପାଇଁ ଆବଶ୍ୟକ ନିଲାମ କାର୍ଯ୍ୟ ସମ୍ପାଦନ କରିବ । କ୍ରେତା ଓ ବିକ୍ରେତା 15 ମିନିଟର ସମୟ ବ୍ଲକରେ ସେମାନଙ୍କ ନିଲାମ ଡାକକୁ କାର୍ଯ୍ୟକାରୀ କରିବେ । ଏହି ପ୍ରସ୍ତାବିତ ରିଅଲ ଟାଇମ ମାର୍କେଟ ଡ଼ିସକମକୁ ପ୍ରତିଯୋଗିତାମୂଳକ କରି ବୃହତ ମାର୍କେଟ ଯୋଗାଡ କରିବା ପାଇଁ ଏକ ଦିଶାନିର୍ଦ୍ଦେଶ ଦେବଏହି ବ୍ୟବସ୍ଥାରେ ଜେନେରେଟରଗୁଡିକୁ ଦୀର୍ଘ ମିଆଦି ଭିତ୍ତିରେ ଏହି ରିଅଲ ଟାଇମ ମାର୍କେଟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ । ଏହି ରିଅଲ ଟାଇମ ମାର୍କେଟ ଭବିଷ୍ୟତରେ ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ପୂରଣ କରିବା ସହ ଅକ୍ଷୟ ଶକ୍ତି ବିକାଶ ପରିଚାଳନାରେ ମଧ୍ୟ ସହାୟକ ହେବ ।  ଏହି ବ୍ୟବସ୍ଥା ଯୋଗୁଁ ଅଧିକ ଶକ୍ତି ଆହରଣ ଯୋଜନା ଓ ଏହାର ଉତ୍ତମ ବିତରଣ ବ୍ୟବସ୍ଥା ମଧ୍ୟରେ ଭାରସାମ୍ୟ ରକ୍ଷା କରାଯାଇପାରିବ ।

ବିତରକ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ ଶକ୍ତି କ୍ରୟ ଚାହିଦା ମୁତାବକ ନେବା ସହ ଅଧିକ ବିଦ୍ୟୁତ କ୍ରୟ ପାଇଁ କୌଣସି ରାଜିନାମା କରିବେ ନାହିଁ । ଏହା ଶକ୍ତି କ୍ରୟ କ୍ଷେତ୍ରରେ ମିତବ୍ୟୟୀ ହେବା ସହ ଖାଉଟିମାନଙ୍କୁ ସମୟୋଚିତ ସେବା ଯୋଗାଇପାରିବ । ଅତି ଆବଶ୍ୟକସ୍ଥଳେ ଏହି ରିଅଲ ଟାଇମ ମାର୍କେଟରୁ ସହଜରେ ବିଦ୍ୟୁତ କ୍ରୟ କରିପାରିବ । ଏହାଦ୍ଵାରା ବିଦ୍ୟୁତ କାଟ ବ୍ୟବସ୍ଥାରେ ମଧ୍ୟ ସହଜରେ ସୁଧାର ଆସିପାରିବ ।  

 

**********



(Release ID: 1629184) Visitor Counter : 210