ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

Posted On: 30 MAY 2020 6:53PM by PIB Bhubaneshwar

ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ 700 ପ୍ରବାସୀଙ୍କୁ ଆଣିବ ପରେ ମାଳଦୀପର ମାଲେରୁ ଆଉ 700 ଭାରତୀୟଙ୍କୁ ତୁତିକୋରିନକୁ ଆଣିବ ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା 1,488 ଭାରତୀୟଙ୍କୁ ମାଲେରୁ କୋଚି ଆଣିଥିଲା । ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସିବାକୁ ଥିବା ନାଗରିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ଜାହାଜରେ ଆସୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ଦୂରତ୍ଵ ନିୟମ ମାନିବା ସହ ସେମାନଙ୍କୁ ଯାତ୍ରାକାଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

ତୁତିକୋରିନରେ ଓଲ୍ହାଇବା ପରେ ସେଠାରୁ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ମାଲିକାନାରେ ଛଡାଯିବ ।  ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ସମନ୍ଵୟରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି ।

 

**********



(Release ID: 1627998) Visitor Counter : 176