ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳ ଆଜିସୁଦ୍ଧା (27.05.2020) 3543 ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ 48 ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇଛି

• ପ୍ରବାସୀ ଯାତ୍ରୀମାନଙ୍କୁ 78 ଲକ୍ଷ ମାଗଣା ଖାଦ୍ୟ ଓ 1.10 ଲକ୍ଷରୁ ଅଧିକ ପାନୀୟ ଜଳ ବୋତଲ ବାଣ୍ଟିଛି
• 255ଟି ଶ୍ରମିକ ସ୍ପେଶାଲ ଟ୍ରେନ ଗତକାଲି (26.05.2020) ଯାତ୍ରା କରିଛି
• ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟତୀତ ଦିଲ୍ଲୀ ସହ ଯୋଗାଯୋଗ କରିବା ପାଇଁ 15 ଯୋଡା ସ୍ଵତନ୍ତ୍ର ଟ୍ରେନ ମେ’ 12ରୁ ଆରମ୍ଭ କରିଥିବା ବେଳେ ଜୁନ ପହିଲାରୁ ଆଉ 200ଟି ଟ୍ରେନ ଚଳାଇବା ପାଇଁ ଯୋଜନା

Posted On: 27 MAY 2020 7:30PM by PIB Bhubaneshwar

ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା ଆଜିସୁଦ୍ଧା (27.05.2020) ଦେଶର ବିଭିନ୍ନ ରାଜ୍ୟକୁ 3543ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା କରିଛି ଗତକାଲି (26.05.2020) 255ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଥିଲା ଏବେସୁଦ୍ଧା ଗତ 26ଦିନ ମଧ୍ୟରେ ପାଖାପାଖି ପ୍ରାୟ 48 ଲକ୍ଷ ପ୍ରବାସୀ ଏଥିରେ ଯାତ୍ରା କରିଛନ୍ତି ଏହି 3543ଟି ଟ୍ରେନ ବିଭିନ୍ନ ରାଜ୍ୟରୁ ଯାତ୍ରା ଆରମ୍ଭ କରିଥିଲା ସବୁଠାରୁ ଅଧିକ ଟ୍ରେନ ଯାତ୍ରା ଆରମ୍ଭ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଗୁଜରାଟ – 946, ମହାରାଷ୍ଟ୍ର – 677, ପଞ୍ଜାବ – 377, ଉତ୍ତରପ୍ରଦେଶ – 243 ଏବଂ ବିହାର – 215 ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ବିଭିନ୍ନ ରାଜ୍ୟକୁ ଯାତ୍ରା କରିଥିଲା । ସବୁଠାରୁ ଅଧିକ 5ଟି ରାଜ୍ୟକୁ ଯାଇଥିବା ଟ୍ରେନଗୁଡିକର ସଂଖ୍ୟା ହେଲା ଉତ୍ତରପ୍ରଦେଶ – 1392, ବିହାର – 1123, ଝାଡଖଣ୍ଡ – 156, ମଧ୍ୟପ୍ରଦେଶ – 119 ଏବଂ ଓଡିଶା – 123

ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ 78 ଲକ୍ଷ ମାଗଣା ମିଲ ଏବଂ 1.10 ଲକ୍ଷରୁ ଅଧିକ ପାଣି ବୋତଲ ଦିଆଯାଇଥିଲା ।

ଆଜି ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉନାହିଁ ।

ଶ୍ରମିକ ସ୍ପେଶାଲ ଟ୍ରେନକୁ ଛାଡି ଭାରତୀୟ ରେଳ ବିଭିନ୍ନ ସ୍ଥାନରୁ ନୂଆଦିଲ୍ଲୀକୁ 15 ଯୋଡା ଟ୍ରେନ ଚଲାଉଥିବା ବେଳେ ଜୁନ ପହିଲାରୁ ଅଧିକ 200 ଟ୍ରେନ ଚଳାଇବାର ଯୋଜନା ରଖିଛି ।

 

*********

 

 



(Release ID: 1627318) Visitor Counter : 295