ରେଳ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ମେ’ 25, 2020 ସୁଦ୍ଧା ରେଳବାଇ 3274 “ଶ୍ରମିକ ସ୍ପେଶାଲ” ଟ୍ରେନ ଜରିଆରେ 44 ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଛି 
                    
                    
                        •	ପ୍ରବାସୀମାନଙ୍କୁ ଯାତ୍ରା କାଳରେ ଯୋଗାଇଛି 74 ଲକ୍ଷ ମାଗଣା ମିଲ ଓ 1 କୋଟିରୁ ଅଧିକ ପାଣି ବୋତଲ
•	ଆଜି ଚାଲୁଥିବା ଟ୍ରେନଗୁଡିକରେ ଭିଡ ପରିମାଣ ହ୍ରାସ
•	ଶ୍ରମିକ ସ୍ପେଶାଲ ସହ ରେଳ ବିଭାଗ ନୂଆଦିଲ୍ଲୀରୁ ଚଳାଚଳ ଆରମ୍ଭ କରିଛି 15 ଯୋଡା ସ୍ଵତନ୍ତ୍ର ଟ୍ରେନ 
•	ଆସନ୍ତା ମାସ ପହିଲାରୁ ଅଧିକ 200 ଟ୍ରେନ ଚଳାଚଳ କରିବାକୁ ଯୋଜନା 
                    
                
                
                    Posted On:
                26 MAY 2020 5:04PM by PIB Bhubaneshwar
                
                
                
                
                
                
                ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା । ଗତକାଲି ଅର୍ଥାତ 25.05.2020 ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟକୁ 3274ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତାୟାତ କରିଛି । ଏହିସବୁ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ପ୍ରାୟ 44 ଲକ୍ଷ ଯାତ୍ରୀ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଗତକାଲି ପ୍ରାୟ 2.80 ଲକ୍ଷ ଯାତ୍ରୀଙ୍କୁ ନେଇ 223ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଛି । ଆଇଆରସିଟିସି ପକ୍ଷରୁ ପ୍ରବାସୀ ଯାତ୍ରୀଙ୍କୁ 74 ଲକ୍ଷ ମାଗଣା ମିଲ ଓ 1 କୋଟିରୁ ଊର୍ଦ୍ଧ୍ଵ ପାଣି ବୋତଲ ଯୋଗାଇ ଦିଆଯାଇଛି । ଆଜି ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉ ନାହିଁ । ଶ୍ରମିକ ସ୍ପେଶାଲ ଟ୍ରେନ ସହ ରେଳବାଇ ଦିଲ୍ଲୀରୁ 15 ଯୋଡା ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଆସନ୍ତା ମାସ ପହିଲାରୁ ଆହୁରି 200  ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି । 
 
**********
                
                
                
                
                
                (Release ID: 1627010)
                Visitor Counter : 362
                
                
                
                    
                
                
                    
                
                Read this release in: 
                
                        
                        
                            Telugu 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam