ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷା ଭିତ୍ତିଭୂମି ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ – ମାନବ ସମ୍ବଳ ବିକାଶ ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 MAY 2020 6:43PM by PIB Bhubaneswar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କକହିଛନ୍ତି ଯେ, ସମଗ୍ର ଭାରତ ବିଶେଷକରି ଉତ୍ତର-ପୂର୍ବ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଏବଂ ଶିକ୍ଷାର ଉନ୍ନତ ଭିତ୍ତିଭୂମି ପ୍ରଦାନ କରିବା ନେଇ ସରକାର ପ୍ରତିଶ୍ରୁତିବଦ୍ଧ ସେ ସୂଚନା ଦେଇଛନ୍ତି ଯେ, ଏ ସଂକ୍ରାନ୍ତରେ ସରକାର ଚଳିତ ବର୍ଷ କିଛି ବଡ ନିଷ୍ପତ୍ତି ନେଇଛନ୍ତି ୟାଙ୍ଗୟାଙ୍ଗଠାରେ 986.47 କୋଟି ଟଙ୍କା ବ୍ୟୟରେ ସିକ୍କିମ ବିଶ୍ୱବିଦ୍ୟାଳୟ (ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ସରକାର ଅନୁମତି ଦେଇଛନ୍ତି ସିକ୍କିମ ସରକାରଙ୍କ ଦ୍ଵାରା 15 କୋଟି ଟଙ୍କାରେ ଆବଣ୍ଟନ ହୋଇଥିବା 300 ଏକର ଜମି ମଧ୍ୟରୁ 265.94 ଏକର ଜମି ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର ହୋଇସାରିଛି । ଅବଶିଷ୍ଟ ଜମିର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି

ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ଦିଲ୍ଲୀ ଏବଂ ପୁଡୁଚେରୀରେ 6ଟି ଏନଆଇଟି ପାଇଁ ସଂଶୋଧିତ 4371.90 କୋଟି ଟଙ୍କାର ବ୍ୟୟ ବରାଦକୁ ସରକାର ଅନୁମୋଦନ କରିସାରିଛନ୍ତି ଏହି ଅନୁମୋଦିତ ସଂଶୋଧିତ ବ୍ୟୟ ବରାଦ ବିନିଯୋଗ ସହିତ, ଏନଆଇଟିଗୁଡିକ 31 ମାର୍ଚ୍ଚ 2022 ସୁଦ୍ଧା ନିଜ ନିଜ ସ୍ଥାୟୀ କ୍ୟାମ୍ପସରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବେ ଏହି କ୍ୟାମ୍ପସରେ ଛାତ୍ରମାନଙ୍କ ସାମଗ୍ରିକ କ୍ଷମତା 6320 ହେବ

 

**********

 


(ରିଲିଜ ଆଡି: 1627007) ପରିଦର୍ଶକ କାଉଣ୍ଟର : 268