ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା – 1

• ଆରୋଗ୍ୟଲାଭ ହାର 41.57%କୁ ବୃଦ୍ଧି

ପୋଷ୍ଟ କରାଯିବା ଦିନାଙ୍କ: 25 MAY 2020 4:36PM by PIB Bhubaneswar

ଭାରତ ସରକାର କୋଭିଡ-19ର ପ୍ରତିରୋଧ, ଧାରଣ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଅନେକ ପଦକ୍ଷେପ ନେଉଛନ୍ତି । ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ମୋଟ 57,720 ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେବଳ ଗତ 24 ଘଣ୍ଟା ମଧ୍ୟରେ 3280 ରୋଗୀ ସୁସ୍ଥ ହୋଇଛନ୍ତି । ମୋଟ ଆରୋଗ୍ୟ ହାର 41.57%ରେ ପହଞ୍ଚିଛି । ଏବେସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା 1,38,845ରେ ପହଞ୍ଚିଥିବା ବେଳେ ଡାକ୍ତରଖାନାରେ  77,103 ଜଣ ଚିକିତ୍ସାଧୀନ ଅଛନ୍ତି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA ।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ ।

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।

https://www.mohfw.gov.in/pdf/coronvavirushelplinenumber.pdf

 

**********

 


(ରିଲିଜ ଆଡି: 1626843) ପରିଦର୍ଶକ କାଉଣ୍ଟର : 393