ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟତା ଲାଗି ନୂଆ ଆର୍ଥିକ ଋଣ ଲଗାଣ ସଂସ୍ଥାଗୁଡ଼ିକର ସନ୍ଧାନ କରୁଛନ୍ତି ସରକାର : ନିତିନ ଗଡ଼କରୀ

Posted On: 25 MAY 2020 7:20PM by PIB Bhubaneshwar

କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ନୂଆ ଆର୍ଥିକ ଋଣ ଲଗାଣ ସଂସ୍ଥାନଗୁଡ଼ିକୁ ସନ୍ଧାନରେ କେନ୍ଦ୍ର ସରକାର ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଏମଏସଏମଇ ଓ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ। ଶ୍ରୀ ଗଡ଼କରୀ କହିଥିଲେ ଯେ ସରକାର ଏନବିଏଫସିଗୁଡ଼ିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଯାହାକି ଆଗାମୀ ଦିନରେ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ସହଜ ଋଣ ପ୍ରଦାନରେ ସହାୟକ ହୋଇପାରିବ।

ସେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏମଏସଏମଇଗୁଡ଼ିକ ଉପରେ କୋଭିଡ-19ର ପ୍ରଭାବ ଏବଂ ଏହି ଆହ୍ଵାନ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ କାଲକାଟା ଚାମ୍ବର ଅଫ କମର୍ସର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ

ସଦସ୍ୟମାନଙ୍କୁ ଉଦବୋଧନ ଦେଇ ଶ୍ରୀ ଗଡ଼କରୀ କହିଥିଲେ ଯେ କୋଭିଡ-19 ମହାମାରୀ ଏବଂ ଏଥିଯୋଗୁ ଦେଖାଦେଇଥିବା ଆର୍ଥିକ ଅସ୍ଥିରତା ବିରୋଧରେ ମୁକାବିଲା କରିବା ଲାଗି ଏହା ହେଉଛି ସମୟ। ସେ ସମସ୍ତ ଅଂଶୀଦାରମାନଙ୍କୁ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ଅନୁରୋଧ କରିବା ସହିତ ଏହି ସଙ୍କଟପୂର୍ଣ୍ଣ ସମୟରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ।

ବ୍ୟକ୍ତିଗତ ଜୀବନ ଏବଂ କାର୍ଯ୍ୟସ୍ଥଳୀରେ ମାସ୍କ, ସାନିଟାଇଜର ଭଳି ବ୍ୟକ୍ତିଗତ ସୁରକ୍ଷା ଉପକରଣ ବ୍ୟତୀତ ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ସେ ସ୍ଵତନ୍ତ୍ର ଅର୍ଥନୈତିକ ପ୍ୟାକେଜ : ଆତ୍ମନିର୍ଭର ଭାରତ ଅଭିଯାନ ସମ୍ପର୍କରେ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ଏହି ପ୍ୟାକେଜରେ ଏମଏସଏମଇ ପାଇଁ ବନ୍ଧକମୁକ୍ତ ଋଣ, ସଙ୍କଟ ପାଣ୍ଠି ଆଦି ଘୋଷଣା ବିଷୟରେ ବିଶେଷ ଭାବେ କହିଥିଲେ। ସାମ୍ପ୍ରତିକ ଆର୍ଥିକ ଆହ୍ଵାନକୁ ମୁକାବିଲା କରିବା ନିମନ୍ତେ ଏ ସମସ୍ତ ପ୍ୟାକେଜ ଏମଏସଏମଇଗୁଡ଼ିକୁ ସହାୟକ ହୋଇପାରିବ।

ମନ୍ତ୍ରୀ ସେମାନଙ୍କୁ ସୂଚନା ଦେଇଥିଲେ ଯେ ମାର୍ଚ୍ଚ 2020 ସୁଦ୍ଧା 6 ଲକ୍ଷ ଏମଏସଏମଇର ପୁନର୍ଗଠନ ହୋଇସାରିଛି ଏବଂ ଡିସେମ୍ବର 2020 ସୁଦ୍ଧା 25 ଲକ୍ଷ ଅତିରିକ୍ତ ଏମଏସଏମଇକୁ ଏଥିରେ କଭର କରିବା ଲାଗି ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ସେ କହିଥିଲେ ବର୍ତ୍ତମାନ, ରପ୍ତାନିରେ ଏମଏସଏମଇଗୁଡ଼ିକର ଯୋଗଦାନ 48% ଥିବା ବେଳେ ଏହା 60% ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବ। ବର୍ତ୍ତମାନ ଏମଏସଏମଇ ଜରିଆରେ 11 କୋଟି ଚାକିରି ସୃଷ୍ଟି ହୋଇଥିବା ବେଳେ ଏଥିରେ ଆହୁରି 5 କୋଟି ଚାକିରି ବୃଦ୍ଧି ପାଇବ।

ରପ୍ତାନି ବୃଦ୍ଧି ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଉତ୍ପାଦନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରି ଆର୍ଥିକ ଦୃଷ୍ଟିରୁ ମିତବ୍ୟୟୀ ହେବାର ଆବଶ୍ୟକତା ରହିଛି ବୋଲି ମଧ ସେ କହିଥିଲେ।

ସେହିପରି ବିଳମ୍ବିତ ପଇଠ ଆବଶ୍ୟକତା ଜାରି କରିବା ପ୍ରତି ଅତିରିକ୍ତ ଗୁରୁତ୍ବ ଦେଇ ଏମଏସଏମଇଗୁଡ଼ିକୁ ସମୟୋପଯୋଗୀ  ପରିଶୋଧ ପ୍ରଦାନ କରିବା, ଏମଏସଏମଇଗୁଡ଼ିକୁ ସହାୟତା କରିବା ଲାଗି 4 ପ୍ରତିଶତ ସୁଧଛାଡ଼, ସେମାନଙ୍କୁ ଅଚଳ ପରିସମ୍ପତ୍ତି (ଏନପିଏ)ରେ ପରିଣତ ହେବାରୁ ରକ୍ଷା କରିବା, ବ୍ୟାଙ୍କଗୁଡ଼ିକ ପ୍ରସ୍ତାବିତ ପଦକ୍ଷେପ କିଭଳି ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବେ ସେ ସଂକ୍ରାନ୍ତରେ କେତେକ ପ୍ରଶ୍ନ ଏବଂ ପରାମର୍ଶ ଦିଆଯାଇଥିଲା।

ଶ୍ରୀ ଗଡ଼କରୀ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ସରକାରଙ୍କ ଠାରୁ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।

 

***********

 



(Release ID: 1626822) Visitor Counter : 305