ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ଆବୁଧାବୀ ରାଜାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 25 MAY 2020 7:44PM by PIB Bhubaneshwar

ଆବୁଧାବୀ ରାଜା ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନଙ୍କ ସହ ଟେଲିଫୋନ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ସରକାର ଏବଂ ସେଠାକାର ଲୋକଙ୍କୁ ଇଦ-ଉଲ-ଫିତରର ଶୁଭେଚ୍ଛା ଜଣାଇଛନ୍ତି

କୋଭିଡ-19 ମହାମାରୀ ପରିସ୍ଥିତି ସମୟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସହଯୋଗକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ ୟୁଏଇରେ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇ ରାଜାଙ୍କୁ ଧନ୍ୟବାଦ ଜଣାଇଥିଲେ

ରାଜା, ରାଜକୀୟ ପରିବାର ଓ ୟୁଏଇ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ

 

**********



(Release ID: 1626816) Visitor Counter : 194