ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅଧିକ କୋଭିଡ-19 ମାମଲା ଥିବା ମହାନଗର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କଲେ ସ୍ଵାସ୍ଥ୍ୟ ସଚିବ

• କୋଭିଡ-19 ଅବରୋଧ ଓ ମୁକାବିଲା ପଦକ୍ଷେପର ସମୀକ୍ଷା
• ଆରୋଗ୍ୟ ହାର 41.39%କୁ ବୃଦ୍ଧି

प्रविष्टि तिथि: 23 MAY 2020 7:50PM by PIB Bhubaneshwar

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଧାନ, ଓଏସଡି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ଭିଡିଓ କନଫରେନ୍ସ ଜରିଆରେ କୋଭିଡ-19 ମୁକାବିଲା ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଅଧିକ କୋଭିଡ-19 ସଂକ୍ରମଣ ମାମଲା ଥିବା 11ଟି ମହାନଗର ନିଗମର ସ୍ଵାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ସହରାଞ୍ଚଳ ବିକାଶ ସଚିବ, ମହାନଗର ନିଗମ କମିଶନର, ଏନଏଚଏମ ମିଶନ ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଭିଡିଓ କନଫରେନ୍ସରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ କମରାନ ରିଜୱି ମଧ୍ୟ ଅଂଶଗ୍ରହଣ କରିଥିଲେ।

ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନର ଏହି 11ଟି ମହାନଗର ନିଗମରେ ସମଗ୍ର ଦେଶର 70 ପ୍ରତିଶତ ଆକ୍ରାନ୍ତ ରହିଛନ୍ତି ।

ଏହି ଅବସରରେ ବିଭିନ୍ନ ଦିଗ ଯଥା ମାମଲା ସଂଖ୍ୟାରେ ବୃଦ୍ଧି, ମୋଟ ସୁନିଶ୍ଚିତ ସଂକ୍ରମିତ ମାମଲା, ମୃତ୍ୟୁହାର, ମାମଲା ଦ୍ଵିଗୁଣିତ ହେବାର ହାର, ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରେ ପରୀକ୍ଷା ହାର ଏବଂ ସଂକ୍ରମିତଙ୍କ ପ୍ରତିଶତ ଆଦି ସମ୍ପର୍କରେ ଏକ ଉପସ୍ଥାପନା କରାଯାଇଥିଲା। ଏସବୁ ବୃହତ ମହାନଗରରେ ଜାତୀୟ ହାର ତୁଳନାରେ ଅଧିକ ଦ୍ରୁତ ବେଗରେ ମାମଲା ସଂଖ୍ୟା ଦୁଇଗୁଣିତ ହେଉଛି, ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି ଏବଂ ଅଧିକ ସୁନିଶ୍ଚିତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ମ୍ୟାପିଂ ସମୟରେ ବିବେଚନା କରାଯିବାକୁ ଥିବା କାରଣ ବିଷୟରେ ସେମାନଙ୍କୁ କୁହାଯାଇଥିଲା। ଏହି ଜୋନ ଚିହ୍ନଟ ସମୟରେ ପରିସୀମା ନିର୍ଦ୍ଧାରଣ, ଘରକୁ ଘର ବୁଲି ସର୍ବେକ୍ଷଣ ଜରିଆରେ ସକ୍ରିୟ ମାମଲା ଠାବ କରିବା, କଣ୍ଟାକ୍ଟ ଟ୍ରେସିଂ, ପରୀକ୍ଷା ନିୟମ, ସକ୍ରିୟ ମାମଲାକୁ ଚିକିତ୍ସା, ବଫର ଜୋନରେ ଫ୍ଲୁ ଏବଂ ଗମ୍ଭୀର ଶ୍ଵାସ ରୋଗରେ ପଡ଼ିଥିବା ରୋଗୀଙ୍କୁ ଠାବ କରି ଚିକିତ୍ସା ଯୋଗାଇ ଦେବା ଆଦି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଥିଲା।

ଅଧିକ ବିପଦ ଥିବା ଏବଂ ଦୁର୍ବଳ ଜନସଂଖ୍ୟା ଓ ଗୋଷ୍ଠୀଙ୍କୁ ସକ୍ରିୟ ଭାବେ ଯାଞ୍ଚ କରିବା ଉପରେ ଗୁରୁତ୍ଵାରୋପ କରିବାର ଆବଶ୍ୟକତା ରହିଛି। ସେହିପରି ମୃତ୍ୟୁହାର ରୋକିବା ଲାଗି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା

ଆଗୁଆ ସଂକ୍ରମିତଙ୍କୁ ଚିହ୍ନଟ କରିବା, ଠିକ ସମୟରେ ଚିକିତ୍ସା ଯୋଗାଇ ଦେବା ଏବଂ ମୃତ୍ୟୁହାର ରୋକିବା ଦିଗରେ କେତେକ ମହାନଗର ନିଗମ ଦୃଷ୍ଟି ଦେବା ଆବଶ୍ୟକ। ସେମାନେ ମଧ୍ୟ ଅକ୍ସିଜେନ, ଭେଣ୍ଟିଲେଟର ଓ ଆଇସିୟୁ ଶଯ୍ୟା ସହିତ ଯଥାଶୀଘ୍ର ସ୍ଵାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଉଚିତ। ନମୁନା ସଂଗ୍ରହରେ ବିଳମ୍ବକୁ ଏଡ଼ାଇବା ଲାଗି ସରକାରୀ ଓ ଘରୋଇ ପରୀକ୍ଷାଗାର ସହିତ ସମନ୍ବୟ ସ୍ଥାପନ କରିବା, କୋଭିଡ ସଂକ୍ରମିତ ଇଲାକାରେ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବିଶୋଧନ, ରୋଗୀ ଏବଂ ସ୍ଵାସ୍ଥ୍ୟ କର୍ମୀଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ ସଚେତନତା ସୃଷ୍ଟି କରିବା, ନିରୀକ୍ଷଣ ଏବଂ ସଚେତନତା କାର୍ଯ୍ୟ ସହିତ ବିଶ୍ଵାସ ବୃଦ୍ଧି ଲାଗି ସମୁଦାୟ ନେତୃତ୍ଵ, ଯୁବ ଗୋଷ୍ଠୀ, ଏନଜିଓ ଏବଂ ଏସଏଚଜିଗୁଡ଼ିକୁ ସାମିଲ କରିବା ଆଦି ବିଭିନ୍ନ ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ପ୍ରତି ବୈଠକରେ ଗୁରୁତ୍ବ ଦିଆଯାଇଥିଲା।

ସେହିପରି କୋଭିଡ-19 ମୁକାବିଲା ପାଇଁ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ଶ୍ରେଷ୍ଠ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଘରୋଇ ଡାକ୍ତରଖାନା ଏବଂ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହିତ ମିଶି ସ୍ଵାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ପ୍ରୟାସ କରାଯାଇଥିବା ସୂଚନା ଦିଆଯାଇଥିଲା। ଇନ୍ଦୋର ସହରାଞ୍ଚଳ କର୍ତ୍ତୃପକ୍ଷ କଣ୍ଟାକ୍ଟ ଟ୍ରେସିଂ ଏବଂ ଘରକୁ ଘର ବୁଲି ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ସେମାନେ ଏଥିପାଇଁ ଏକ ‘ଗଲି ପାଟ୍ରୋଲିଂ ଟିମ ଗଠନ କରିଛନ୍ତି ବୋଲି ସୂଚନା ଦେଇଥିଲେ

ବର୍ତ୍ତମାନ ସୁଦ୍ଧା ଦେଶରେ 51,783 ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 3250 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ହାର 41.39 ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1,25,101ରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 6654 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

***************

 

 


(रिलीज़ आईडी: 1626474) आगंतुक पटल : 406
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Manipuri , Punjabi , Tamil , Kannada