ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ଭିସା ଓ ବିଦେଶ ଯାତ୍ରା ଉପରେ କଟକଣା କୋହଳ କଲା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ; ବିଦେଶରେ ଫସି ରହିଥିବା କେତେକ ଶ୍ରେଣୀର ଦରିଆପାରି ନାଗରିକଙ୍କୁ ଭାରତ ଫେରିବାକୁ ଅନୁମତି 
                    
                    
                        
                    
                
                
                    Posted On:
                22 MAY 2020 3:06PM by PIB Bhubaneshwar
                
                
                
                
                
                
                କୋଭିଡ-19 ପରିପ୍ରେକ୍ଷୀରେ ଲାଗୁ ହୋଇଥିବା ଭିସା ଓ ଯାତ୍ରା କଟକଣାକୁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ କେତେକାଂଶରେ କୋହଳ କରିଛନ୍ତି । ସେଦୃଷ୍ଟିରୁ ବିଦେଶରେ ଫସି ରହିଥିବା କେତେକ ଦରିଆ ପାରି ଭାରତୀୟ ନାଗରିକ (ଓସିଆଇ) କାର୍ଡଧାରୀଙ୍କୁ ସ୍ଵଦେଶ ଫେରିବାକୁ ଅନୁମତି ପ୍ରଦାନ କରାଯାଇଛି । 
ନିମ୍ନୋକ୍ତ ଓସିଆଇ ଶ୍ରେଣୀର କାର୍ଡଧାରୀମାନଙ୍କୁ ସ୍ଵଦେଶ ଫେରିବା ପାଇଁ ଏହି ଅନୁମତି ମିଳିଛି
	- ଓସିଆଇ କାର୍ଡଧାରୀ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ନାବାଳକ ସନ୍ତାନସନ୍ତତି
- ପରିବାରର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଭଳି ଜଟିଳ ପରିସ୍ଥିତିରେ ସ୍ଵଦେଶ ଫେରିବାକୁ ଇଚ୍ଛୁକ ଓସିଆଇ କାର୍ଡଧାରୀ
- ସ୍ଵାମୀ, ସ୍ତ୍ରୀଙ୍କ ମଧ୍ୟରୁ ଜଣେ ଓସିଆଇ କାର୍ଡଧାରୀ ଓ ଅନ୍ୟଜଣେ ଭାରତୀୟ ନାଗରିକ ହେବା ସହ ଭାରତରେ ସ୍ଥାୟୀ ବସବାସ କରୁଥିବେ
- ଓସିଆଇ କାର୍ଡଧାରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତା ଭାରତୀୟ ନାଗରିକ ଏବଂ ଭାରତରେ ରହୁଥିବେ 
ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ 7 ତାରିଖ ଦିନ ଜାରି ଯାତ୍ରା କଟକଣା କୌଣସି ବିମାନ, ଜାହାଜ, ଟ୍ରେନ ବା ଅନ୍ୟ କୌଣସି ଯାନବାହାନ ଯାହାକି ସେମାନଙ୍କୁ ଆଣିବାକୁ ଯିବ ସେମାନଙ୍କ ପ୍ରତି ଏହା ଲାଗୁ ହେବ ନାହିଁ । ଏହାବ୍ୟତୀତ ସେହିଦିନ ଜାରି ଅନ୍ୟାନ୍ୟ କତାକନାଗୁଡିକ ବଳବତ୍ତର ରହିବ । 
 
**********
                
                
                
                
                
                (Release ID: 1626120)
                Visitor Counter : 353
                
                
                
                    
                
                
                    
                
                Read this release in: 
                
                        
                        
                            Punjabi 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam