ରେଳ ମନ୍ତ୍ରଣାଳୟ

ସିଏସସି ଓ ଏଜେଣ୍ଟଭିତ୍ତିକ ଟିକେଟ ରିଜର୍ଭ, ବୁକିଂ କାଉଣ୍ଟର ପୁନର୍ବାର ଖୋଲିବାକୁ ରେଳବାଇର ସବୁଜ ସଂକେତ

• ଆଜିଠାରୁ ପର୍ଯ୍ୟାୟକ୍ରମେ ଏହିସବୁ କାଉଣ୍ଟର ଖୋଲିବାକୁ ବିଭିନ୍ନ ରେଳଜୋନକୁ ନିର୍ଦ୍ଦେଶ
• ସ୍ଥାନୀୟ ସବୁ ଜୋନ ତଥା ସବୁ କାଉଣ୍ଟର ସ୍ଥାନ ଖୋଲିବା ସମୟ ବିଷୟରେ ସଚେତନ କରାଇବେ ଜୋନ କର୍ତ୍ତୃପକ୍ଷ
• ପାସେଞ୍ଜର ରେଳସେବାକୁ ପର୍ଯ୍ୟାୟକ୍ରମେ ପୁନର୍ବାର ଚାଲୁ କରିବା ଦିଗରେ ଟିକେଟ ବୁକିଂ ସେଣ୍ଟର ଖୋଲିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ପୋଷ୍ଟ କରାଯିବା ଦିନାଙ୍କ: 21 MAY 2020 9:12PM by PIB Bhubaneshwar

ଭାରତୀୟ ରେଳବାଇ ପର୍ଯ୍ୟାୟକ୍ରମେ ଟିକେଟ ବୁକିଂ ରିଜର୍ଭସନ କାଉଣ୍ଟରମାନ ପୁନର୍ବାର ଖୋଲିବାକୁ ନିଷ୍ପତ୍ତି ନେଇଛିଆଜିଠାରୁ ଏସବୁ କାଉଣ୍ଟରମାନ ଖୋଲିବା ପ୍ରକ୍ରିୟା ଆରମ୍ଭ କରିବାକୁ ସବୁ ରେଳଜୋନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛିଏସବୁ ଜୋନର କର୍ତ୍ତୃପକ୍ଷ ସ୍ଥାନୀୟ ସ୍ଥିତି ଆବଶ୍ୟକତାକୁ ବିଚାରକୁ ନେଇ ରିଜର୍ଭସନ କାଉଣ୍ଟର ଏବଂ ଏଜେଣ୍ଟ ଭିତ୍ତିକ ଟିକେଟ ବୁକିଂ (CSC) ପୁନର୍ବାର ଚାଲୁ କରିବେଏସବୁ କାଉଣ୍ଟର ସ୍ଥାନ, ସେବା ପ୍ରଦାନର ସମୟ ଆଦି ସମ୍ପର୍କରେ ସଂପୃକ୍ତ ଜୋନ କର୍ତ୍ତୃପକ୍ଷ ସର୍ବସାଧାରଣଙ୍କ ଗୋଚରାର୍ଥେ ଆବଶ୍ୟକ ସୂଚନା ପ୍ରଦାନ କରିବେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନର ନିୟମ ଅନୁସାରେ ସ୍ଥାନୀୟ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଶ୍ରମିକ ଏକ୍ସପ୍ରେସ ଟ୍ରେନଗୁଡିକର ଚଳାଚଳ ପୂର୍ବପରି ଅବ୍ୟାହତ ରହିବ

କମନ ସର୍ଭିସ ସେଣ୍ଟର ଏଜେଣ୍ଟଙ୍କ ମାଧ୍ୟମରେ ଟିକେଟ ବୁକିଂ ଏବଂ ରିଜର୍ଭସନ ବ୍ୟବସ୍ଥାକୁ ପୁନର୍ବାର ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ରେଳବାଇ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଏହା ଫଳରେ ଟିକେଟ ବୁକିଂ ବ୍ୟବସ୍ଥା ସହଜ ହେବା ସହ ଦେଶର ଯେ କୌଣସି ସ୍ଥାନକୁ ଯିବା ପାଇଁ ଆଗ୍ରହୀ ଯାତ୍ରୀ ସୁବିଧାରେ ଆଗୁଆ ଟିକେଟ ସଂରକ୍ଷିତ କରିପାରିବେ

ସାଂପ୍ରତିକ କରୋନା ମହାମାରୀ ସଂକ୍ରମଣ ଦୃଷ୍ଟିରୁ ରେଳଯାତ୍ରା ଏବଂ ଟିକେଟ ବୁକିଂ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ନି ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ସବୁ ରେଳ ଜୋନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛିଏଥିରେ ସାମାନ୍ୟତମ ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ

 

**************

 

 


(ରିଲିଜ ଆଡି: 1626089) ପରିଦର୍ଶକ କାଉଣ୍ଟର : 342