ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ଯୋଗୁଁ ପ୍ରତିରକ୍ଷା ନିର୍ମାଣ ପ୍ରଭାବିତ-ରାଜନାଥ ସିଂ

• ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦରେ ଭାରତକୁ ଆତ୍ମନିର୍ଭର କରିବାକୁ ଏମଏସଏମଇକୁ ଉତ୍ସାହିତ କରିବ;
• ସଂସ୍କାର ଏବଂ ଆର୍ଥିକ ପ୍ୟାକେଜ୍ ଏମ୍ଏସ୍ଏମ୍ଇକୁ ସୁଦୃଢ କରିବା ସହିତ ନିଯୁକ୍ତି ସୃଷ୍ଟି କରିବ;
• ଆତ୍ମନିର୍ଭରଶୀଳ ହେବା ପାଇଁ ଦୈନନ୍ଦିନ ଜୀବନରେ 'ସ୍ଥାନୀୟ'କୁ ଜୋର ଦେବାକୁ ଆହ୍ଵାନ

Posted On: 21 MAY 2020 2:23PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କୋଭିଡ-19 ମହାମାରୀ ବିରୋଧରେ ଦେଶର ସଂଗ୍ରାମରେ ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ମ୍ୟାନୁଫାକଚର୍ସ (SIDM) ଏବଂ ଅନ୍ୟାନ୍ୟ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଭୂମିକାକୁ ପ୍ରଶଂସା କରିଛନ୍ତି ନୂଆଦିଲ୍ଲୀରେ SIDM, କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII) ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ମିଳିତ ଆୟୋଜନରେ ଏକ ଭିଡିଓ କନଫରେନ୍ସ ଏମଏସଏମଇ ଇ-ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି

ରାଜନାଥ ସିଂ କହିଛନ୍ତି ଯେ, SIDM ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଦ୍ୱାରା ବିକଶିତ ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE)କିଟ୍, ମାସ୍କ, ଭେଣ୍ଟିଲେଟର ଉତ୍ପାଦନ କରିଛି ଏବଂ ଉପାଦାନ ଉତ୍ପାଦନକୁ ତ୍ୱରାନ୍ୱିତ କରିଛି ବୋଲି ଜାଣି ମୁଁ ବହୁତ ଖୁସି ଦୁଇ ମାସରୁ କମ୍ ସମୟ ମଧ୍ୟରେ ଆମେ କେବଳ ଆମର ଘରୋଇ ଚାହିଦା ପୂରଣ କରିନାହୁଁ, ବରଂ ଆଗାମୀ ସମୟରେ ପଡୋଶୀ ଦେଶକୁ ସାହାଯ୍ୟ କରିବାକୁ ମଧ୍ୟ ଚିନ୍ତା କରିପାରିବା।"

ପ୍ରତିରକ୍ଷା ମନ୍ତ୍ରୀ ଏମଏସଏମଇ(MSME)କୁ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ବୋଲି କହିଛନ୍ତି ଯାହା ଜାତୀୟ ଅଭିବୃଦ୍ଧିକୁ ଗତି ଦେଇଥାଏ, ରପ୍ତାନୀରେ ମାଧ୍ୟମରେ ମୂଲ୍ୟବାନ ବିଦେଶୀ ବିନିମୟ ମୁଦ୍ରା ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ ଏମଏସଏମଇ ଗୁଡିକୁ(MSMEs) ସୁଦୃଢ କରିବା ସରକାରଙ୍କ ପ୍ରାଥମିକତା ମଧ୍ୟରୁ ହେଉଛି ଗୋଟିଏ ସେ କହିଛନ୍ତି, “ଆମର ଅନେକ ସଂସ୍ଥା-ଅର୍ଡିନାନ୍ସ କାରଖାନା, ଡିପିଏସୟୁ ଏବଂ ସେବା ସଂଗଠନରେ 8,000ରୁ ଅଧିକ ଏମଏସଏମଇ ଅଛି ସେମାନେ ଏହି ସଂଗଠନ ମୋଟ ଉତ୍ପାଦନକୁ 20ରୁ ଅଧିକ ପ୍ରତିଶତ ଯୋଗଦାନ ଦେଉଛନ୍ତି’’

ପ୍ରତିରକ୍ଷା ଶିଳ୍ପ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସ୍ୱୀକାର କରି ଶ୍ରୀ ରାଜନାଥ ସିଂହ କହିଛନ୍ତି, “ବର୍ତ୍ତମାନର ଯୋଗାଣ ଶୃଙ୍ଖଳା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅନେକ  ପ୍ରତିବନ୍ଧକ ସୃଷ୍ଟି ହେତୁ ଉତ୍ପାଦନ କ୍ଷେତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହା କୁହାଯାଇପାରେ ଯେ, ପ୍ରତିରକ୍ଷା କ୍ଷେତ୍ର ଏକମାତ୍ର କ୍ରେତା ହୋଇଥିବାରୁ ପ୍ରତିରକ୍ଷା କ୍ଷେତ୍ର ଅନ୍ୟ କ୍ଷେତ୍ର ତୁଳନାରେ ବହୁତ ବଡ କ୍ଷେତ୍ର ଅଟେ। ଲକଡାଉନ୍ ଲାଗୁ ହେବା ପରଠାରୁ SIDM ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ଅନେକ କଥାବାର୍ତ୍ତା କରିଛି | ପ୍ରତିରକ୍ଷା ଶିଳ୍ପଗୁଡିକର ସମସ୍ୟା ଜାଣିବା ପାଇଁ ଏହା ଏକ ସୁଯୋଗ ଦେଇଛି ଏବଂ SIDMରୁ ଏହାର ପ୍ରତିକାର ପାଇଁ ଅନେକ ପରାମର୍ଶ ମଧ୍ୟ ଗ୍ରହଣ କରାଯାଇଛି

ଏହି ଆହ୍ବାନଗୁଡିକର ମୁକାବିଲା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶିଳ୍ପଗୁଡିକ ପାଇଁ ବିଶେଷକରି RFP / RFIC ର ପ୍ରତିକ୍ରିୟା ତାରିଖର ବୃଦ୍ଧି, ବିଚାରାଧୀନ ଦେୟଗୁଡିକର ଶୀଘ୍ର ଦେୟ ଇତ୍ୟାଦି ବିଶେଷ ପଦକ୍ଷେପ ନେଇଛିଏହି ସଙ୍କଟରେ ଶିଳ୍ପଗୁଡିକର ଆର୍ଥିକ ବୋଝ ହ୍ରାସ କରିବାକୁ ସରକାର ଏବଂ ଆରବିଆଇ ଦ୍ଵାରା ଅନେକ ଆର୍ଥିକ ସହାୟତା ପଦକ୍ଷେପ ଘୋଷଣା କରାଯାଇଛି। ଅତିରିକ୍ତ କାର୍ଯ୍ୟର ପୁଞ୍ଜି ଉପଲବ୍ଧତା, ସୁଧ ଦେୟରେ କୋହଳ ହେତୁ ଏଗୁଡିକ କିଛି ସହାୟତା କରିବ |

ପ୍ରତିରକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ' ଆତ୍ମନିର୍ଭର ଭାରତ' ଅଭିଯାନ ଭାରତୀୟ ଶିଳ୍ପକୁ ଅନେକ ସୁଯୋଗ ପ୍ରଦାନ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତ ସୃଷ୍ଟିରେ ସାହାଯ୍ୟ କରିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦିଗରେ 'ଭୋକାଲ୍ ଫର୍ ଲୋକାଲ୍' ଆହ୍ଵାନ କରିଛନ୍ତି କିନ୍ତୁ ଏହା ପୂର୍ବରୁ ଆମ ନିଜ ଜୀବନରେ, 'ଲୋକାଲ୍' ଫୋକସ୍ ପଏଣ୍ଟରେ ରହିବା ଉଚିତ୍ ତାହା ହେଉଛି, ଆମକୁ ଜୀବନରେ ସ୍ୱଦେଶୀ ଉତ୍ପାଦ ଗ୍ରହଣ କରିବାକୁ ପଡିବ | ଏଥିରେ କୌଣସି ସନ୍ଦେହ ନାହିଁ ଯେ ସ୍ୱଦେଶୀ ଉତ୍ପାଦନ ତଥା ଆତ୍ମନିର୍ଭର ଭାରତର ଲକ୍ଷ୍ୟରେ ଏମଏସଏମଇଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଶ୍ରୀ ରାଜନାଥ ସିଂହ ଆତ୍ମନିର୍ଭର ଭାରତଯୋଜନା ଅଧୀନରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷଣା କରାଯାଇଥିବା କିଛି ଉପାୟ ବିଷୟରେ ଉଲ୍ଲେଖ କରିଥିଲେଏମଏସଏମଇ ପାଇଁ 3 ଲକ୍ଷ କୋଟିର ବିନା ଗ୍ୟାରେଣ୍ଟିର ଋଣ-ଏହା ପ୍ରାୟ 45 ଲକ୍ଷ ୟୁନିଟ୍ ପୁନରୁଦ୍ଧାର ଏବଂ ନିଯୁକ୍ତି ସଞ୍ଚୟ କରିବାରେ ପ୍ରଭାବଶାଳୀ ଭୂମିକା ତୁଳାଇବ ଦୁଇ ଲକ୍ଷ ଏମଏସଏମଇ ପାଇଁ 20,000 କୋଟି ଟଙ୍କାର ଏକ ଋଣ ବ୍ୟବସ୍ଥା ଘୋଷଣା କରାଯାଇଛି, ଏହା ଅସୁବିଧା ବା ସମସ୍ୟା ମଧ୍ୟଦେଇ ଚାଲୁଥିବା ଏମଏସଏମଇ ମାନଙ୍କୁ ସହାୟତା କରିବ ଅଭାବଗ୍ରସ୍ତ ଏମଏସଏମଇ ମାନଙ୍କୁ ଉପକାର କରିବା ଉଦ୍ଦେଶ୍ୟରେ ମଦର-ଡଟର ପାଣ୍ଠି' ମାଧ୍ୟମରେ 50,000 କୋଟି ଟଙ୍କାର ଇକ୍ୱିଟି ଇନଫ୍ୟୁଜନ ପ୍ରଦାନ କରାଯିବ। ଏହି ୟୁନିଟ୍ ଗୁଡିକର କ୍ଷମତାର ସଂପ୍ରସାରଣ ଏବଂ ବଜାର ବ୍ୟବସ୍ଥା ପାଇଁ 10,000 କୋଟିର ଏକ ପାଣ୍ଠିର ବ୍ୟବସ୍ଥା କରାଯିବ।

MSMEର ସଂଜ୍ଞା ସଂଶୋଧିତ ହୋଇଛି, ଯାହା ଦ୍ବାରା MSME ସଂପ୍ରସାରିତ ହୋଇପାରିବ ଆହୁରି ମଧ୍ୟ, ଉତ୍ପାଦନ ଏବଂ ସେବା କ୍ଷେତ୍ର ଏମଏସଏମଇ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ200 କୋଟି କିମ୍ବା ତାଠାରୁ କମ୍ ମୂଲ୍ୟର ସରକାରୀ ଚୁକ୍ତିନାମା (କ୍ରୟ) ରେ ବିଶ୍ବ ସ୍ତରୀୟ ଟେଣ୍ଡର ଅନୁମତି ଦିଆଯିବ ନାହିଁ ଏହା ଏମଏସଏମଇ ମାନଙ୍କୁ ସେମାନଙ୍କର ବ୍ୟବସାୟ ବଢାଇବାରେ ସାହାଯ୍ୟ କରିବ କୋଭିଡ-19 ଯୋଗୁଁ ବାଣିଜ୍ୟ ମେଳାରେ ଯୋଗଦେବାରେ ଅସମର୍ଥ ହେଲେ ଇ-ମାର୍କେଟ ସଂଯୋଗ ନିଶ୍ଚିତ ହେବ ଆସନ୍ତା 45 ଦିନ ମଧ୍ୟରେ ସମସ୍ତ ବକେୟା ଦେୟ ଅନୁମୋଦନକୁ ସରକାର ଏବଂ PSU ମଧ୍ୟ ନିଶ୍ଚିତ କରିବେ |

ଇ-ସମ୍ବିଳନୀର ବିଷୟବସ୍ତୁ ଥିଲା 'ପ୍ରତିରକ୍ଷା ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଏମଏସଏମଇ ସେକ୍ଟରର ବ୍ୟବସାୟୀ ଗୋଷ୍ଠୀଯେଉଁଥିରେ 800ରୁ ଅଧିକ ପ୍ରତିରକ୍ଷା ଏମଏସଏମଇ ଅଂଶଗ୍ରହଣ କରିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର ଉଦାହରଣ ଦେଇ, ଯେଉଁଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଘରୋଇ ପ୍ରତିରକ୍ଷା ଶିଳ୍ପ ଦୁଇ ବର୍ଷ ମଧ୍ୟରେ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ ଭାରତର ନିଜର ପ୍ରତିରକ୍ଷା ଶିଳ୍ପ ରହିବା ଉଚିତ୍ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାରେ ଭାରତକୁ ଶ୍ରେଷ୍ଠ ଦଶ ଦେଶରେ ସ୍ଥାନିତ କରିବାକୁ ସେ ଏମଏସଏମଇ ମାନଙ୍କୁ ଅନୁରୋଧ କରିଛନ୍ତି।

ସଚିବ (ପ୍ରତିରକ୍ଷା ଉତ୍ପାଦନ) ଶ୍ରୀ ରାଜ କୁମାର ତାଙ୍କ ଅଭିଭାଷଣରେ କୋଭିଡ-19 କାରଣରୁ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଡିପିଏସୟୁ ମାନଙ୍କୁ ଏମଏସଏମଇକୁ କିସ୍ତି ଦେବାକୁ କୁହାଯାଇଛି ଏବଂ ସେମାନଙ୍କ ଉତ୍ପାଦନ ଲକ୍ଷ୍ୟ ହ୍ରାସ କରାଯାଇ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ନିକଟରେ ଘୋଷିତ ସଂସ୍କାର ବିଷୟରେ ସେ କହିଛନ୍ତି ଯେ ଏହି ପଦକ୍ଷେପ 2025 ସୁଦ୍ଧା 25 ବିଲିୟନ ଡ଼ଲାରର ପ୍ରତିରକ୍ଷା ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

ଏହି ଅବସରରେ SIDMK ସଭାପତି ଶ୍ରୀ ଜୟନ୍ତ ଡି ପାଟିଲ, ପୂର୍ବତନ ସିଆଇଡିଏମକେ ସଭାପତି ଶ୍ରୀ ବାବା ଏନ କଲ୍ୟାଣୀ, CIIK ମହାନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରଜିତ ବାନାର୍ଜୀ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଅର୍ଡିନାନ୍ସ କାରଖାନା ବୋର୍ଡ ଏବଂ ଡିପିଏସୟୁକେ ବରିଷ୍ଠ ନାଗରିକ ତଥା ସାମରିକ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

*****



(Release ID: 1625954) Visitor Counter : 173