କ୍ୟାବିନେଟ

ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ଆରମ୍ଭ କରି ତିନି ଲକ୍ଷ କୋଟି ଟଙ୍କାର ଅତିରିକ୍ତ ପାଣ୍ଠିଯୋଗାଣକୁ କ୍ୟାବିନେଟ ମଞ୍ଜୁରି

• ସଦସ୍ୟ ଋଣପ୍ରଦାନକାରୀ ସଂସ୍ଥାନ (ଏମଏଲଆଇ)ଗୁଡ଼ିକୁ ଜାତୀୟ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ (ଏନସିଜିଟିସି) ପକ୍ଷରୁ ଶତପ୍ରତିଶତ ଋଣ ଗ୍ୟାରେଣ୍ଟି ସୁବିଧା
• ଆଗ୍ରହୀ ମୁଦ୍ରା ଋଣଗ୍ରହିତାଙ୍କ ସମେତ ଯୋଗ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଋଣଗ୍ରହିତାମାନଙ୍କୁ ସୁନିଶ୍ଚିତ ଜରୁରିକାଳୀନ ଋଣ ସୁବିଧା (ଜିଇସିଏଲ)

Posted On: 20 MAY 2020 2:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

କ୍ୟାବିନେଟ ଆଜି ଯୋଗ୍ୟ ଏମଏସଏମଇ ଓ ଇଚ୍ଛୁକ ମୁଦ୍ରା ଋଣଗ୍ରହିତାମାନଙ୍କ ପାଇଁ ତିନି ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଫାଣ୍ଠି ଯୋଗାଣ ନିମନ୍ତେ ‘ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା’କୁ ମଞ୍ଜୁରି ଦେଇଛନ୍ତି।

ଏହି ଯୋଜନା ଅନ୍ତର୍ଗତ, ଜାତୀୟ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ (ଏନସିଜିଟିସି) ପକ୍ଷରୁ ଯୋଗ୍ୟ ଏମଏସଏମଇ ଏବଂ ଇଚ୍ଛୁକ ଋଣଗ୍ରହିତାମାନଙ୍କୁ ଗ୍ୟାରେଣ୍ଟିଯୁକ୍ତ ଜରୁରିକାଳୀନ କ୍ରେଡିଟ ଲାଇନ (ଜେଇସିଏଲ) ସୁବିଧା ରୂପରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ପାଣ୍ଠି ଲଗାଣ ନିମନ୍ତେ 100 ପ୍ରତିଶତ ଗ୍ୟାରେଣ୍ଟି କଭରେଜ ଉପଲବ୍ଧ କରାଯିବ।

ଏହି ଉଦ୍ଦେଶ୍ୟ ଲାଗି ଭାରତ ସରକାରଙ୍କ ପକ୍ଷରୁ ଚଳିତ ଏବଂ ପରବର୍ତ୍ତୀ ତିନୋଟି ଆର୍ଥିକ ବର୍ଷ ଲାଗି 41,600 କୋଟି ଟଙ୍କାର ଅର୍ଥରାଶି ଉପଲବ୍ଧ କରାଯିବ।

ଜିଇସିଏଲ ସୁବିଧା ଅନ୍ତର୍ଗତ ଏହି ଯୋଜନା ଘୋଷଣା କରାଯିବା ତାରିଖ ଠାରୁ ଆରମ୍ଭ କରି 31.10.2020 ସୁଦ୍ଧା ମଞ୍ଜୁରିପ୍ରାପ୍ତ ସମସ୍ତ ଋଣ କିମ୍ବା ଜିଇସିଏଲ ଅନ୍ତର୍ଗତ 3 ଲକ୍ଷ କୋଟି ଟଙ୍କାର ଋଣ ରାଶି ମଞ୍ଜୁରି, ଏଥିମଧ୍ୟରୁ ଯାହା ପ୍ରଥମେ ହୋଇଥିବ, ତାହା ଏହି ଯୋଜନାରେ ଲାଗୁ ହେବ। ଏହି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ବିବରଣୀ :

ଜରୁରିକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)କୁ କୋଭିଡ-19 ଏବଂ ଏହାପରେ ଜାରି ହୋଇଥିବା ଲକଡାଉନ କାରଣରୁ ସୃଷ୍ଟି ହୋଇଥିବା ଅପ୍ରତ୍ୟାଶିତ ସ୍ଥିତିର ମୁକାବିଲା କରିବା ଲାଗି ଏକ ଉପାୟ ଭାବେ ପ୍ରସ୍ତୁତ କରାଯାଇଛି। ଲକଡାଉନ କାରଣରୁ ଏମଏସଏମଇ ସେକ୍ଟରରେ ଉତ୍ପାଦନ ଏବଂ ଅନ୍ୟ ଗତିବିଧି ପ୍ରଭାବିତ ହୋଇଛି। ଏହି ଯୋଜନାର ଉଦ୍ଦେଶ୍ୟ ଆଥିର୍କ ସଙ୍କଟ ଦେଇ ଗତି କରୁଥିବା ଏମଏସଏମଇଗୁଡ଼ିକୁ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ଯୁକ୍ତ ଜରୁରିକାଳୀନ କ୍ରେଡଟି ଲାଇନ ରୂପରେ ତିନି ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଫାଣ୍ଠି ଉପଲବ୍ଧ କରାଇ ସେମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିବା। ଏହି ଯୋଜନାର ଆଉ ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି, କୋଭିଡ-19 ସଙ୍କଟ କାରଣରୁ ଆର୍ଥିକ କ୍ଷତି ସହୁଥିବା ଏମଏସଏମଇଗୁଡ଼ିକୁ ଋଣପ୍ରଦାନ କରିବା ଲାଗି ସଦସ୍ୟ ଋଣଦାତା ସଂସ୍ଥା ଅର୍ଥାତ ବ୍ୟାଙ୍କ, ଆର୍ଥିକ ସଂସ୍ଥାନ (ଏଫଆଇ) ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି)ଗୁଡ଼ିକୁ ଅଧିକ ପରିମାଣରେ ପାଣ୍ଠି ଯୋଗାଇ ଦେବା। ଋଣଗ୍ରହିତାମାନେ ଜିଇସିଏଲ ପାଣ୍ଠିର ପୁନଃପରିଶୋନ କରିବା କାରଣରୁ ହେଉଥିବା କୌଣସି ପ୍ରକାର କ୍ଷତି ନିମନ୍ତେ 100 ପ୍ରତିଶତ ଗ୍ୟାରେଣ୍ଟି ଉପଲବ୍ଧ କରାଯିବ।

ଏହି ଯୋଜନାର ପ୍ରମୁଖ ବିଶେଷତ୍ବ-

ଯୋଜନା ଅନ୍ତର୍ଗତ ଜିଇସିଏଲ ପାଣ୍ଠି ଯୋଗାଣ ନିମନ୍ତେ ସେ ସମସ୍ତ ଏମଏସଏମଇ ଯୋଗ୍ୟ ହୋଇପାରିବେ ଯେଉଁମାନଙ୍କ ବକେୟା ଋଣ 29.02.2020 ସୁଦ୍ଧା 25 କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ, ଯେଉଁମାନେ ଏହି ତାରିଖ ସୁଦ୍ଧା ବିଗତ 60 ଦିନ ପର୍ଯ୍ୟନ୍ତ କିମ୍ବା ଏହାଠାରୁ କମ ଦିନ ପର୍ଯ୍ୟନ୍ତ ବକେୟା ଅର୍ଥାତ ନିୟମିତ ଏସଏମଏ 0 ଏବଂ ଏସଏମଏ 1 ଖାତା ରହିଥିବ କିମ୍ବା ଯେଉଁମାନଙ୍କର ବାର୍ଷିକ କାରବାର 1 କୋଟି ଟଙ୍କା ହୋଇଥିବ।

ଯୋଗ୍ୟ ଏମଏସଏମଇ ଋଣଗ୍ରହିତାମାନଙ୍କୁ ଜିଇସିଏଲ ପାଣ୍ଠି ଯୋଗାଣ ଅର୍ଥରାଶି ଅତିରିକ୍ତ ସକ୍ରିୟ ପୁଞ୍ଜି ମିଆଦି ଋଣ (ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନ କ୍ଷେତ୍ରରେ) କିମ୍ବା ମିଆଦି ଋଣ (ଏନବିଏଫସି କ୍ଷେତ୍ରରେ) ଆକାରରେ ଦିଆଯିବ। ଯାହାକି 29 ଫେବୃଆରୀ, 2020 ସୁଦ୍ଧା ସେମାନଙ୍କର 25 କୋଟି ଟଙ୍କା ପର୍ଯ୍ୟନ୍ତ ମୋଟ ବକେୟା ଋଣ ପରିମାଣର 20 ପ୍ରତିଶତ ହେବ।

ଇସିଏଲଜିଏସ ଅନ୍ତର୍ଗତ ଜିଇସିଏଲ ଜରିଆରେ ଯୋଗାଇ ଦିଆଯାଉଥିବା ସମ୍ପୂର୍ଣ୍ଣ ପାଣ୍ଠିଯୋଗାଣ ଏନସିଜିଟିସି ଦ୍ଵାରା ସଦସ୍ୟ ଋଣଦାତା ସଂସ୍ଥା କିମ୍ବା 100 ପ୍ରତିଶତ କ୍ରେଡିଟ ଗ୍ୟାରେଣ୍ଟି ସହିତ ମିଳିବ।

ଯୋଜନା ଅନ୍ତର୍ଗତ ଋଣ ଅବଧି 4 ବର୍ଷ ହେବ ଏବଂ ଏହାର ଋଣସ୍ଥଗନ ଅବଧି ମୂଳଧନ ଉପରେ ଗୋଟିଏ ବର୍ଷ ହେବ।

ଯୋଜନା ଅନ୍ତର୍ଗତ ଏନସିଜିଟିସି ଦ୍ଵାରା ସଦସ୍ୟ ଋଣଦାତା ସଂସ୍ଥାନରୁ କୌଣସି ଗ୍ୟାରେଣ୍ଟି ରାଶି ନିଆଯିବ ନାହିଁ।

ଯୋଜନା ଅନ୍ତର୍ଗତ ସୁଧ ଦର ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନଗୁଡ଼ିକ ଲାଗି ସର୍ବାଧିକ 9.25 ପ୍ରତିଶତ ଏବଂ ଅଣ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ଲାଗି ସର୍ବାଧିକ 14 ପ୍ରତିଶତ ହେବ।

କାର୍ଯ୍ୟାନ୍ବୟନ କାର୍ଯ୍ୟକ୍ରମ:

ଜିଇସିଏଲ ସୁବିଧା ଅନ୍ତର୍ଗତ ଏହି ଯୋଜନା ଘୋଷଣା କରାଯିବା ତାରିଖ ଠାରୁ ଆରମ୍ଭ କରି 31.10.2020 ସୁଦ୍ଧା ମଞ୍ଜୁରିପ୍ରାପ୍ତ ସମସ୍ତ ଋଣ କିମ୍ବା ଜିଇସିଏଲ ଅନ୍ତର୍ଗତ 3 ଲକ୍ଷ କୋଟି ଟଙ୍କାର ଋଣ ରାଶି ମଞ୍ଜୁରି, ଏଥିମଧ୍ୟରୁ ଯାହା ପ୍ରଥମେ ହୋଇଥିବ, ତାହା ଏହି ଯୋଜନାରେ ଲାଗୁ ହେବ।

ପ୍ରଭାବ:

କମ ସୁଧ ହାରରେ 3 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଋଣ ସୁବିଧା ଉପଲବ୍ଧ ହେବା ଦ୍ଵାରା ଏମଏସଏମଇଗୁଡ଼ିକୁ ଯଥେଷ୍ଟ ଲାଭ ମିଳିବ। ଫଳରେ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଏମଏସଏମଇଗୁଡ଼ିକ ନିଜର ପରିଚାଳନା ଉତ୍ତରଦାୟିତ୍ଵଗୁଡ଼ିକୁ ପୂରଣ କରି ପୁଣିଥରେ ସେମାନଙ୍କ ୟୁନିଟଗୁଡ଼ିକୁ କାର୍ଯ୍ୟକ୍ଷମ କରିପାରିବେ। ଏହାଦ୍ଵାରା ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସିପାରିବ

 

**********



(Release ID: 1625923) Visitor Counter : 192