ରେଳ ମନ୍ତ୍ରଣାଳୟ

ଜୁନ ପହିଲା 2020ରୁ ଆରମ୍ଭ ହେଉଥିବା ଟ୍ରେନ ସେବା ପାଇଁ ଗାଇଡଲାଇନ

• ପର୍ଯ୍ୟାୟକ୍ରମେ ପୁନଃପ୍ରଚଳନ ହେବ ଟ୍ରେନ ସେବା
• ପ୍ରବାସୀମାନଙ୍କୁ ଶ୍ରମିକ ଟ୍ରେନ ସମେତ ଅନ୍ୟମାନଙ୍କ ଯାତ୍ରାରେ ହେବ ସହାୟକ
• ଶ୍ରମିକ ଟ୍ରେନ ବ୍ୟତୀତ ଅଧିକ ସଂଖ୍ୟାରେ ଅନ୍ୟ ଟ୍ରେନ ଚଳାଚଳ ପାଇଁ ନିୟମ
• 100 ଯୋଡ଼ା ଟ୍ରେନର ତାଲିକା ପ୍ରସ୍ତୁତ
• ଟିକେଟ ବୁକିଂ ଓ ଚାର୍ଟ ପ୍ରସ୍ତୁତି, କୋଟା, ରିହାତି, ବାତିଲ ଓ ରିଫଣ୍ଡ, ସ୍ବାସ୍ଥ୍ୟ ସ୍କ୍ରିନିଂ, କ୍ୟାଟରିଂ, ଚଦର ଆଦି ପାଇଁ ନିୟମ ପ୍ରସ୍ତୁତ
• 21.05.2020 ପୂର୍ବାହ୍ନ 10ଟାଠାରୁ ଆରମ୍ଭ ହେବ ଟିକେଟ ବୁକିଂ
• ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସମସ୍ତ ମେଲ/ଏକ୍ସପ୍ରେସ, ପାସେଞ୍ଜର ଓ ଉପସହରାଞ୍ଚଳ ଟ୍ରେନ ସେବା ବାତିଲ ରହିବ
• ଏସବୁ ଟ୍ରେନରେ ରହିବ ନାହିଁ କୌଣସି ଅସଂରକ୍ଷିତ ବଗି
• ସାଧାରଣ ବଗି, ସଂରକ୍ଷିତ, ଦ୍ବିତୀୟ ଶ୍ରେଣୀ ସିଟ ଭଡ଼ା ପାଇଁ ସାଧାରଣ ଦର ଅନୁଯାୟୀ ଟିକେଟ ଦର ଆଦାୟ କରାଯିବ ଏବଂ ସବୁ ଯାତ୍ରୀଙ୍କୁ ସିଟ ଯୋଗାଇ ଦିଆଯିବ
• କେବଳ ଆଇଆରସିଟିସି ୱେବସାଇଟ ଏବଂ ଆପ ଜରିଆରେ ହେବ ଟିକେଟ ବୁକିଂ । କୌଣସି ରେଳ ଷ୍ଟେସନରେ ଥିବା ସଂରକ୍ଷିତ କାଉଣ୍ଟରରେ ହେବ ନାହିଁ ଟିକେଟ ବୁକିଂ
• ଅଗ୍ରିମ ସଂରକ୍ଷିତ ଟିକେଟର ଅବଧି ସର୍ବାଧିକ 30 ଦିନ ରହିବ
• କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଲାଗି ମିଳିବ ଅନୁମତି
• ଯାତ୍ରା ପୂର୍ବରୁ ସ୍କ୍ରିନିଂ କରାଯିବ ଏବଂ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଏବଂ ଟ୍ର

Posted On: 20 MAY 2020 10:25PM by PIB Bhubaneshwar

ଜୁନ ପହିଲା, 2020 ଠାରୁ ପୁଣିଥରେ ଆଂଶିକ ଭାବେ ଆରମ୍ଭ ହେବ ଭାରତୀୟ ରେଳବାଇର ଯାତ୍ରୀବାହୀ ରେଳ ସେବା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି

ନିମ୍ନ ସଂଲଗ୍ନକ ଦିଆଯାଇଥିବା ତାଲିକା ଅନୁଯାୟୀ 200 ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରିବ ଭାରତୀୟ ରେଳବାଇ ଏହି ଟ୍ରେନଗୁଡ଼ିକ 1/6/2020ରୁ ଚଳାଚଳ କରିବ ଏବଂ ଏଥିପାଇଁ 21/06/2020ରୁ ଟିକେଟ ବୁକିଂ ଆରମ୍ଭ କରାଯିବ ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ମେ ପହିଲା ଏବଂ ସ୍ବତନ୍ତ୍ର ଏସି ଟ୍ରେନ (30 ଟ୍ରେନ) 12 ମେ ଠାରୁ ଚଳାଚଳ କରୁଛି । ଏହାସହିତ ଏହି ଟ୍ରେନଗୁଡ଼ିକୁ ଚଳାଚଳ କରିବ

ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ମେଲ/ଏକ୍ସପ୍ରେସ, ପାସେଞ୍ଜର ଓ ଉପସହରାଞ୍ଚଳ ଟ୍ରେନ ସେବା ସମତେ ନିୟମିତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ ରହିବ।

ଟ୍ରେନ ଶ୍ରେଣୀ : ନିୟମିତ ଟ୍ରେନ ଢାଞ୍ଚାରେ ସ୍ବତନ୍ତ୍ର ଟ୍ରେନ

ଉଭୟ ଏସି ଏବଂ ଅଣ ଏସି ବର୍ଗରେ ଚଳାଚଳ କରିବ ଏହି ଟ୍ରେନ ।

ସାଧାରଣ ବଗିରେ ବସିବା ପାଇଁ ମଧ୍ୟ ସଂରକ୍ଷିତ ସିଟ ରହିବ ଟ୍ରେନରେ କୌଣସି ଅସଂରକ୍ଷିତ ବଗି ରହିବ ନାହିଁ।

ସାଧାରଣ ବଗି ଭଳି ଟିକେଟ ଦର ମଧ୍ୟ ସାଧାରଣ ରହିବ, ସଂରକ୍ଷିତ, ଦ୍ବିତୀୟ ଶ୍ରେଣୀ ସିଟ ପାଇଁ ଭଡ଼ା ଆଦାୟ କରାଯିବ ଏବଂ ସମସ୍ତ ଯାତ୍ରୀଙ୍କୁ ମିଳିବ ସିଟ।

ଟିକେଟ ବୁକିଂ ଓ ଚାର୍ଟ ପ୍ରସ୍ତୁତି

  1. କେବଳ ଆଇଆରସିଟିସି ୱେବସାଇଟ ଓ ମୋବାଇଲ ଆପ ଜରିଆରେ ଇ-ଟିକେଟ ବୁକିଂ କରାଯିବ କୌଣସି ରେଳ ଷ୍ଟେସନରେ ଥିବା ସଂରକ୍ଷିତ ଟିକେଟ କାଉଣ୍ଟରରେ ଟିକେଟ ବୁକିଂ ହେବ ନାହିଁ। ‘ଏଜେଣ୍ଟ’ (ଉଭୟ ଆଇଆରସିଟି ଏଜେଣ୍ଟ ଏବଂ ରେଳବାଇ ଏଜେଣ୍ଟ)ଙ୍କ ଜରିଆରେ ଟିକେଟ ବୁକିଂକୁ ଅନୁମତି ମିଳିବ ନାହିଁ।
  2. ଅଗ୍ରିମ ସଂରକ୍ଷିତ ଟିକେଟ (ଏଆରପି) ର ଅବଧି ସର୍ବାଧିକ 30 ଦିନ ରହିବ
  3. ବର୍ତ୍ତମାନର ନିୟମ ଅନୁଯାୟୀ ୱେଟିଂ ଲିଷ୍ଟ ଓ ଆରଏସି ପ୍ରସ୍ତୁତ କରାଯିବ, ତେବେ ୱେଟିଂ ଲିଷ୍ଟ ଟିକେଟ ଧାରୀ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା ନିମନ୍ତେ ଅନୁମତି ମିଳିବ ନାହିଁ।  
  4. କୌଣସି ଯାତ୍ରୀଙ୍କୁ ଅସଂରକ୍ଷିତ ଟିକେଟ କିମ୍ବା ଯାତ୍ରା ସମୟରେ ଟିକେଟ ଜାରି କରାଯିବ ନାହିଁ
  5. ଏହିସବୁ ଟ୍ରେନରେ କୌଣସି ତତ୍କାଳ କିମ୍ବା ପ୍ରିମିୟମ ତତ୍କାଳ ଟିକେଟ ସୁବିଧା ମିଳିବ ନାହିଁ
  6. ନିର୍ଦ୍ଧାରିତ ସମୟରେ ଟ୍ରେନ ଯାତ୍ରା କରିବାର 4 ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ପ୍ରସ୍ତୁତ କରାଯିବ ଏବଂ ଦୁଇ ଘଣ୍ଟା ପୂର୍ବରୁ (ସାଧାରଣତଃ 30 ମିନିଟ ଆଗରୁ ପ୍ରସ୍ତୁତ ହୋଇଥାଏ) ଦ୍ବିତୀୟ ଚାର୍ଟ ପ୍ରସ୍ତୁତ କରାଯିବ ପ୍ରଥମ ଦ୍ବିତୀୟ ଚାର୍ଟ ପ୍ରସ୍ତୁତି ମଧ୍ୟରେ କେବଳ ଅନଲାଇନ କରେଣ୍ଟ ବୁକିଂକୁ ଅନୁମତି ମିଳିବ
  7. ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ନଥିବା ଯାତ୍ରୀମାନଙ୍କୁ ଷ୍ଟେସନରେ ପ୍ରବେଶ ଟ୍ରେନରେ ଯାତ୍ରା କରିବାର ଅନୁମତି ମିଳିବ

ଏସବୁ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ନିମ୍ନୋକ୍ତ ସତର୍କତା ଅବଲମ୍ବନ କରିବେ:

  1. କେବଳ ସୁନିଶ୍ଚିତ ସଂରକ୍ଷିତ ଟିକେଟ ଥିଲେ ଯାତ୍ରୀଙ୍କୁ ରେଳ ଷ୍ଟେସନରେ ପ୍ରବେଶ ଲାଗି ଅନୁମତି ମିଳିବ।
  2. ପ୍ରବେଶ ଏବଂ ଯାତ୍ରା କରିବା ସମୟରେ ମୁହଁ ଘୋଡ଼ାଇବା ଓ ମାସ୍କ ପିନ୍ଧିବା ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ
  3. ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର 90 ମିନିଟ ପୂର୍ବରୁ ଷ୍ଟେସନରେ ପହଞ୍ଚିବେ କୌଣସି ଲକ୍ଷଣ ନଥିଲେ ହେଁ ଯାତ୍ରୀଙ୍କୁ ଯାତ୍ରା ନିମନ୍ତେ ଅନୁମତି ମିଳିବ।
  4. ଉଭୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରୀମାନେ ସାମାଜିକ ଦୂରତା ଅବଲମ୍ବନ କରିବେ।
  5. ଗନ୍ତବ୍ୟରେ ପହଞ୍ଚିବା ପରେ ସେଠାକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଅନୁମୋଦିତ ସ୍ବାସ୍ଥ୍ୟ ନିରାପତ୍ତା ନିୟମ ଯାତ୍ରୀଙ୍କୁ ପାଳନ କରିବାକୁ ହେବ।

କୋଟା ଅନୁମତି :

ନିୟମିତ ଟ୍ରେନରେ ମିଳୁଥିବା କୋଟା ଭଳି ଏହି ସ୍ବତନ୍ତ୍ର ଟ୍ରେନରେ ସମସ୍ତ ପ୍ରକାରର କୋଟା ଲାଗୁ ହେବ। ଏଥିପାଇଁ ସୀମିତ ସଂଖ୍ୟକ ସଂରକ୍ଷିତ କାଉଣ୍ଟର ଖୋଲାଯିବ।  ତେବେ ଏସବୁ କାଉଣ୍ଟରରେ ସାଧାରଣ ଟିକେଟ ବୁକିଂ ହୋଇପାରିବ ନାହିଁ।

ରିହାତି : ଏସବୁ ସ୍ବତନ୍ତ୍ର ଟ୍ରେନରେ କେବଳ ତିନୋଟି ବର୍ଗର ଦିବ୍ୟାଙ୍ଗଜନ ରିହାତି ଏବଂ  ଏବଂ 11ଟି ବର୍ଗରେ ରୋଗୀ ରିହାତି ଏହି ସ୍ବତନ୍ତ୍ର ଟ୍ରେନରେ ମିଳିବ

ବାତିଲ ଓ ଅର୍ଥଫେରସ୍ତ ନିୟମ: ରେଳବାଇ ଯାତ୍ରୀ (ଟିକେଟ ବାତିଲ ଓ ଭଡ଼ା ଅର୍ଥ ଫେରସ୍ତ) ନିୟମ, 2015 ଏଥିରେ ଲାଗୁ ହେବ।

ଏହାଛଡ଼ା କରୋନା ଲକ୍ଷଣ କାରଣରୁ ଯାତ୍ରା କରିନପାରିଲେ ଯାତ୍ରୀଙ୍କୁ ଟିକେଟ ଭଡ଼ା ଅର୍ଥ ଫେରସ୍ତ ବାବଦରେ ନିମ୍ନୋକ୍ତ ନିର୍ଦ୍ଦେଶ ଲାଗୁ ହେବ

ଗୃହ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସ୍କ୍ରିନିଂ କରାଯିବ ଏବଂ କେବଳ ଲକ୍ଷଣ ନଥିବା ଯାତ୍ରୀଙ୍କୁ ଟ୍ରେନରେ ପ୍ରବେଶ/ଯାତ୍ରା କରିବା ଲାଗି ଅନୁମତି ମିଳିବ।

ଯଦି ସ୍କ୍ରିନିଂ ସମୟରେ ଯାତ୍ରୀଙ୍କ ଶରୀରରେ ଅଧିକ ତାପମାତ୍ରା କିମ୍ବା କୋଭିଡ-19ର କୌଣସି ଲକ୍ଷଣ ଦେଖାଦିଏ ତା’ହେଲେ ତାଙ୍କୁ ସୁନିଶ୍ଚିତ ଟିକେଟ ଥିଲେ ମଧ୍ୟ ଯାତ୍ରା କରିବା ଲାଗି ଅନୁମତି ମିଳିବ ନାହିଁ। ଏଭଳି କ୍ଷେତ୍ରରେ ନିମ୍ନୋକ୍ତ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ଟିକେଟ ଅର୍ଥ ଫେରସ୍ତ କରାଯିବ:

  1. ଜଣେ ଯାତ୍ରୀଙ୍କ ପାଇଁ ପିଏନଆର ଥିଲେ।
  2. ମିଳିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ଲାଗି ଅନଫିଟ ଥିଲେ ଏବଂ ତାଙ୍କ ସହିତ ଗୋଟିଏ ପିଏନଆର ଥିବା ଅନ୍ୟ ଯାତ୍ରୀମାନେ ଯାତ୍ରା କରିବା ନିମନ୍ତେ ଅନିଚ୍ଛୁକ ଥିଲେ ସମସ୍ତ ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରାଯିବ।
  3. ମିଳିତ ଭାବେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରିବା ଲାଗି ଅନଫିଟ ଥିଲେ ଏବଂ ତାଙ୍କ ସହିତ ଗୋଟିଏ ପିଏନଆର ଥିବା ଅନ୍ୟ ଯାତ୍ରୀମାନେ ଯାତ୍ରା କରିବା ନିମନ୍ତେ ଇଚ୍ଛୁକ ଥିଲେ କେବଳ ଯାତ୍ରା କରିବା ଲାଗି ଅନଫିଟ ଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରାଯିବ।
  4. ଏ ସମସ୍ତ ମାମଲାରେ, ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀମାନଙ୍କୁ ପ୍ରବେଶ/ଯାଞ୍ଚ/ସ୍କ୍ରିନିଂ ପଏଣ୍ଟରେ ଟିଟିଇ ସାର୍ଟିଫିକେଟ ଜାରି କରାଯିବ । ଏଥିରେ କୋଭିଡ-19 ଲକ୍ଷଣ କାରଣରୁ ଯାତ୍ରା ନିମନ୍ତେ ଅନୁମତି ମିଳୁନଥିବା ଜଣେ କିମ୍ବା ଏକାଧିକ ଯାତ୍ରୀଙ୍କ ତାଲିକା ରହିବ।
  5. ଟିଟିଇ ସାର୍ଟିଫିକେଟ ପାଇବା ପରେ ଯାତ୍ରା କରିନଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ଫେରସ୍ତ କରିବା ଲାଗି ମୂଳ ଟିକେଟ ସହିତ ଅନଲାଇନ ଟିଡିଆର ଯାତ୍ରାର ଦଶଦିନ ମଧ୍ୟରେ ଦାଖଲ କରାଯିବ।
  6. ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀଙ୍କୁ ଜାରି ହୋଇଥିବା ଟିଟିଇ ସାର୍ଟିଫିକେଟ ଆଇଆରସିଟିସିକୁ ପଠାଯିବ ଏବଂ ଯାତ୍ରା କରୁନଥିବା ଯାତ୍ରୀଙ୍କ ଟିକେଟ ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଆଇଆରସିଟିସି ଦ୍ବାରା ପଠାଯିବ।
  7. ଉପରୋକ୍ତ ଉଦ୍ଦେଶ୍ୟ ଲାଗି, କୋଭିଡ-19 ଲକ୍ଷଣ କାରଣରୁ ଯାତ୍ରା କରିନପାରୁଥିବା ଯାତ୍ରୀଙ୍କ ଟିଡିଆର ଦାଖଲ ନିମନ୍ତେ ସିଆରଆଇଏସ ଏବଂ ଆଇଆରସିଟିସି ପକ୍ଷରୁ ଆବଶ୍ୟକ ପରିବର୍ତ୍ତନ କରାଯିବ। ଗୋଟିଏ ବିକଳ୍ପ-‘ଶରୀରରେ ଅଧିକ ତାପମାତ୍ରା/କୋଭିଡ-19 ଲକ୍ଷଣ କାରଣରୁ ଆଂଶିକ/ସମ୍ପୂର୍ଣ୍ଣ ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଲାଗି ଅନୁମତି ମିଳିନାହିଁ’ ଉପଲବ୍ଧ ରହିବ।

 

ଭୋଜନ :

ଭଡ଼ାରେ କୌଣସି ଭୋଜନ ଶୁଳ୍କ ମିଶିବ ନାହିଁ। ଆଗୁଆ ମିଲ ବୁକିଂ ଏବଂ ଇ-କ୍ୟାଟରିଂ ପାଇଁ ଥିବା ବିକଳ୍ପକୁ ହଟାଇ ଦିଆଯିବ। ତେବେ ଆଇଆରସିଟିସି ପକ୍ଷରୁ ସୀମିତ ସଂଖ୍ୟକ ଖାଦ୍ୟ ଓ ପ୍ୟାକେଟ ହୋଇଥିବା ପାନୀୟ ଯୋଗାଇ ଦିଆଯିବ। ଏହି ସେବା ପ୍ୟାଣ୍ଟ୍ରି କାର ସଂଯୁକ୍ତ ଥିବା ସୀମିତ ସଂଖ୍ୟକ ଟ୍ରେନରେ ମିଳିବ। ଟିକେଟ ବୁକିଂ ସମୟରେ ଯାତ୍ରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଯାତ୍ରୀଙ୍କୁ ସାଥୀରେ ଖାଦ୍ୟ ଓ ପାନୀୟ ଜଳ ନେଇ ଆସିବା ଲାଗି କୁହାଯିବ ରେଳ ଷ୍ଟେସନରେ ଥିବା ସମସ୍ତ ସ୍ଥିର କ୍ୟାଟରିଂ ଓ ଭେଣ୍ଡିଂ ୟୁନିଟ (ବହୁମୁଖୀ ଷ୍ଟଲ, ବୁକ ଷ୍ଟଲ, ଔଷଧ ଏବଂ ଅନ୍ୟାନ୍ୟ ଷ୍ଟଲ ଆଦି) ଖୋଲା ରହିବ ଫୁଡ ପ୍ଲାଜା ଓ ରିଫ୍ରେଶମେଣ୍ଟ ରୁମ ଆଦିରେ କେବଳ ରନ୍ଧା ହୋଇଥିବା ଖାଦ୍ୟ ସାଥୀରେ ନେଇଯିବା ଲାଗି ବିକ୍ରି କରାଯିବ, ବସି ଖାଇବା ନିମନ୍ତେ କୌଣସି ବ୍ୟବସ୍ଥା ରହିବ ନାହିଁ।

ଚଦର ଓ କମ୍ବଳ

· ଟ୍ରେନ ଭିତରେ ଚଦର, କମ୍ବଳ ଓ ପରଦା ଦିଆଯିବ ନାହିଁ। ଯାତ୍ରୀମାନେ ଯାତ୍ରା ପାଇଁ ସେମାନଙ୍କ ସାଥୀରେ ଚଦର ନେଇ ଆସିବେ। ଏସି ବଗି ଭିତରେ ଏଥିପାଇଁ ତାପମାତ୍ରାକୁ ନିୟନ୍ତ୍ରିତ କରି ରଖାଯିବ।

· ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ଲାଗି ପୃଥକ ପ୍ରବେଶ ଓ ପ୍ରସ୍ଥାନ ଗେଟ ପ୍ରସ୍ତୁତ କରିବା ଲାଗି ଆଞ୍ଚଳିକ ରେଳ କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଯାତ୍ରୀମାନେ ମୁହାଁମୁହିଁ ହେବେ ନାହିଁ। ସମସ୍ତ ଷ୍ଟେସନରେ ସାମାଜିକ ଦୂରତା ଗାଇଡଲାଇନ ସମେତ ନିରାପତ୍ତା, ସୁରକ୍ଷା ଓ ସ୍ବଚ୍ଛତା ନିୟମ ପାଳନ କରାଯିବ।

· ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ଏବଂ ବ୍ୟବହାର କରିବା ଜରୁରି।

· ସାଙ୍ଗରେ ଲାଇଟ ନେବା ଲାଗି ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି।

· ସୁନିଶ୍ଚିତ ଟିକେଟ ଆଧାରରେ ଯାତ୍ରୀ ଓ ସେମାନଙ୍କୁ ଷ୍ଟେସନକୁ ନେବା ଆଣିବା କରୁଥିବା ଗାଡ଼ିର ଡ୍ରାଇଭରମାନଙ୍କୁ ରେଳ ଷ୍ଟେସନକୁ ଯିବା ଏବଂ ଫେରିବା ଲାଗି ଅନୁମତି ଦେବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

 

************

 



(Release ID: 1625840) Visitor Counter : 284