କ୍ୟାବିନେଟ
                
                
                
                
                
                
                    
                    
                        “ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା”ର ମିଆଦ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
                    
                    
                        
                    
                
                
                    Posted On:
                20 MAY 2020 2:26PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ କେତେକ ଯୋଜନାକୁ ମଞ୍ଜୁର ପ୍ରଦାନ କରିଛନ୍ତି । 
(କ)   31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନାର ଅବଧିକୁ ଆଉ 3 ବର୍ଷ ବୃଦ୍ଧି କରାଯାଇ 31 ମାର୍ଚ୍ଚ 2023 ପର୍ଯ୍ୟନ୍ତ କରାଯାଇଛି ।
(ଖ)   2020-21 ଆର୍ଥିକ ବର୍ଷ ପାଇଁ ବାର୍ଷିକ ସୁଧା ହାର ସେହି 7.40 ରହିବା ବେଳେ ଏହାର ସୁଧ ହାର ପରବର୍ତ୍ତୀ ବର୍ଷଠାରୁ ପ୍ରତି ବର୍ଷ ପରିବର୍ତ୍ତନ କରାଯିବ । 
(ଗ)   ପ୍ରତିଶ୍ରୁତିବଦ୍ଧ ସୁଧା ହାର ପ୍ରତି ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଲାଗୁ ହେବ । ତେବେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ନିମନ୍ତେ ସଂଶୋଧିତ ସୁଧ ହାରର ସିଲିଂ 7.75କୁ  ବର୍ଷର ଯେକୌଣସି ସମୟରେ ସମୀକ୍ଷା କରାଯିବ ।  
(ଘ)   ଏଲଆଇସି ବଜାର ଦର ହାର ଏବଂ ଏହି ଯୋଜନା ଅଧୀନରେ ରିଟର୍ଣ୍ଣର ସୁନିଶ୍ଚିତ ହାର ମଧ୍ୟରେ ପାର୍ଥକ୍ୟକୁ ବିଚାରକୁ ନେଇ ଅନୁମୋଦନ ଦିଆଯିବ  ।
(ଉଁ)   କ୍ୟାପିଂ ପରିଚାଳନା ଖର୍ଚ୍ଚ ବାର୍ଷିକ 0.5% ଯୋଜନାର ପ୍ରଥମ ବର୍ଷ ପାଇଁ ଯୋଜନା ପାଣ୍ଠିର ନୂତନ ନୀତି ସମ୍ବନ୍ଧରେ ଏବଂ ତା’ପରେ ଦ୍ଵିତୀୟ ବର୍ଷଠାରୁ ବାର୍ଷିକ 0.3% ପରବର୍ତ୍ତୀ 9 ବର୍ଷ ପାଇଁ । 
(ଚ)   ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ବାର୍ଷିକ ସ୍ଥିରୀକୃତି ରିଟର୍ଣ୍ଣ ନିର୍ଦ୍ଧାରଣ ପାଇଁ ଅର୍ଥମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ । 
(ଛ)    ଯୋଜନାର ଅନ୍ୟ ସମସ୍ତ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଅପରିବର୍ତ୍ତିତ ରହିବ । 
ବାର୍ଷିକ 12,000 ଟଙ୍କା ପର୍ଯ୍ୟନ୍ତ ପେନସନ ପାଇବା ପାଇଁ ସର୍ବନିମ୍ନ ବିନିଯୋଗ ରାଶିର ସଂଶୋଧନ କରାଯାଇ 1,56,658 ଟଙ୍କା କରାଯାଇଥିବା ବେଳେ ଏହି ଯୋଜନାରେ ମାସିକ 1,000 ଟଙ୍କା ପେନସନ ପାଇବା ପାଇଁ ବାର୍ଷିକ 1,62,162 ଟଙ୍କାକୁ ବୃଦ୍ଧି କରାଯାଇଛି । 
ଆର୍ଥିକ ପ୍ରଭାବ:
ସରକାରଙ୍କ ଆର୍ଥିକ ବୋଝ ଏଲଆଇସିର ବଜାର ରିଟର୍ଣ୍ଣ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ଉପରେ ନିରବରଶୀଳ ହେଉଥିବା ବେଳେ 2020-21 ବର୍ଷ ପାଇଁ ବାର୍ଷିକ 7.40% ଏବଂ ତା’ପରେ ପ୍ରତିବର୍ଷ ଏସସିଏସଏସ ଦ୍ଵାରା ନିର୍ଦ୍ଧାରିତ ନୀତି ଅନୁସାରେ କରାଯିବ । ଏହି ଯୋଜନାର ପରିଚାଳନାଗତ ବ୍ୟୟ ପ୍ରଥମ ବର୍ଷ ନିମନ୍ତେ ସମ୍ପତ୍ତିର 0.5% ଏବଂ ଦ୍ଵିତୀୟ ବର୍ଷଠାରୁ ପରବର୍ତ୍ତୀ 9 ବର୍ଷ ପର୍ଯ୍ୟନ୍ତ 0.3% । ଆର୍ଥିକ ବୋଝ 2023-24 ବର୍ଷ ପର୍ଯ୍ୟନ୍ତ 829 କୋଟି ଟଙ୍କା ଦର୍ଶାଯାଇଥିବା ବେଳେ 2032-33 ବର୍ଷ ବେଳକୁ ଏହା 264 କୋଟି ଟଙ୍କାରେ ପହଞ୍ଚିବ । ଏହି ଯୋଜନା ଯୋଗୁଁ ସବସିଡ ବାବଦ ଆର୍ଥିକ ବୋଝ ବର୍ଷକୁ 614 କୋଟି ଟଙ୍କା ହେବାର ଅନୁମାନ କରାଯାଉଛି ।     
ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ଏକ ସାମାଜିକ ନିରାପତ୍ତା ଯୋଜନା ଯାହାକି ସୁନିଶ୍ଚିତ ସର୍ବନିମ୍ନ ପେନସନ ଦେୟ ମୁତାବକ ପ୍ରଦାନ କରିଥାଏ । 
**********
                
                
                
                
                
                (Release ID: 1625460)
                Visitor Counter : 368
                
                
                
                    
                
                
                    
                
                Read this release in: 
                
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Kannada