ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ ଦ୍ଵିତୀୟ ପର୍ଯ୍ୟାୟ

ମାଳଦୀପରୁ 588 ଭାରତୀୟଙ୍କୁ ଘରକୁ ଆଣିଲା ଆଇଏନଏସ ଜଳଶ୍ଵ

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2020 4:14PM by PIB Bhubaneswar

ଅପରେସନ ସମୁଦ୍ର ସେତୁ ପାଇଁ ନିୟୋଜିତ ହୋଇଥିବା ଆଇଏନଏସ ଜଳଶ୍ଵ ମାଲେ, ମାଲଦୀପରୁ ଭାରତୀୟମାନଙ୍କୁ ଫେରାଇ ଆଣି ଆଜି (17.05.2020) ସକାଳେ କୋଚି ବନ୍ଦରରେ ପ୍ରବେଶ କରି ଏହାର ଦ୍ୱିତୀୟ ଯାତ୍ରା ଶେଷ କରିଛି ଏହି ଜାହାଜରେ ଆସିଥିବା 70 ମହିଳା (06 ପ୍ରତ୍ୟାସୀ ମା) ଏବଂ 21 ଶିଶୁଙ୍କ ସମେତ ମୋଟ 588 ଭାରତୀୟ ନାଗରିକ କୋଚିନ ପୋର୍ଟ ଟ୍ରଷ୍ଟର ସାମୁଦ୍ରିକ କ୍ରୁଜ ଟର୍ମିନାଲରେ ଓହ୍ଲାଇଥିଲେ

ଆଇଏନଏସ ଜଳଶ୍ଵ ସକାଳ 11.30ରେ କୋଚିନ ପୋର୍ଟ ଟ୍ରଷ୍ଟରେ ପହଞ୍ଚିବା ପରେ ଭାରତୀୟ ନୌସେନା, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବନ୍ଦର ଟ୍ରଷ୍ଟର କର୍ମଚାରୀମାନେ ଯାତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ କୋଭିଡ ସ୍କ୍ରିନିଂ ଏବଂ ଇମିଗ୍ରେସନ ପ୍ରକ୍ରିୟାକୁ ସରଳ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ଵାରା ବିସ୍ତୃତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା

ଆଇଏନଏସ ଜଳଶ୍ଵ ଭାରତୀୟ ନାଗରିକମାନଙ୍କୁ ବିଦେଶୀ ଉପକୂଳରୁ ଫେରିବାରେ ସହଜ କରିବା ପାଇଁ ଭାରତ ସରକାରଙ୍କ ଜାତୀୟ ଉଦ୍ୟମର ଏକ ଅଂଶ ଭାବରେ 15 ମେ’ 2020ରେ ମାଲେରୁ ଭାରତୀୟ ନାଗରିକମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା ମେ’ 15ରେ ପ୍ରତିକୂଳ ପାଗ ଯୋଗୁଁ ଜାହାଜର ନିର୍ଦ୍ଧାରିତ ପ୍ରସ୍ଥାନ ପ୍ରକ୍ରିୟା ବିଳମ୍ବ ହୋଇଥିଲା ଏବଂ ଏହା ମେ’ 16, 2020ରେ ମାଲେରୁ କୋଚି ଅଭିମୁଖେ ପ୍ରସ୍ଥାନ କରିଥିଲା

 

**********


(ରିଲିଜ ଆଡି: 1624709) ପରିଦର୍ଶକ କାଉଣ୍ଟର : 187