ପ୍ରତିରକ୍ଷା ମନ୍ତ୍ରଣାଳୟ

ଅପରେସନ ସମୁଦ୍ର ସେତୁ ଦ୍ଵିତୀୟ ପର୍ଯ୍ୟାୟ

ମାଳଦୀପରୁ 588 ଭାରତୀୟଙ୍କୁ ଘରକୁ ଆଣିଲା ଆଇଏନଏସ ଜଳଶ୍ଵ

ପୋଷ୍ଟ କରାଯିବା ଦିନାଙ୍କ: 17 MAY 2020 4:14PM by PIB Bhubaneswar

ଅପରେସନ ସମୁଦ୍ର ସେତୁ ପାଇଁ ନିୟୋଜିତ ହୋଇଥିବା ଆଇଏନଏସ ଜଳଶ୍ଵ ମାଲେ, ମାଲଦୀପରୁ ଭାରତୀୟମାନଙ୍କୁ ଫେରାଇ ଆଣି ଆଜି (17.05.2020) ସକାଳେ କୋଚି ବନ୍ଦରରେ ପ୍ରବେଶ କରି ଏହାର ଦ୍ୱିତୀୟ ଯାତ୍ରା ଶେଷ କରିଛି । ଏହି ଜାହାଜରେ ଆସିଥିବା 70 ମହିଳା (06 ପ୍ରତ୍ୟାସୀ ମା) ଏବଂ 21 ଶିଶୁଙ୍କ ସମେତ ମୋଟ 588 ଭାରତୀୟ ନାଗରିକ କୋଚିନ ପୋର୍ଟ ଟ୍ରଷ୍ଟର ସାମୁଦ୍ରିକ କ୍ରୁଜ ଟର୍ମିନାଲରେ ଓହ୍ଲାଇଥିଲେ ।

ଆଇଏନଏସ ଜଳଶ୍ଵ ସକାଳ 11.30ରେ କୋଚିନ ପୋର୍ଟ ଟ୍ରଷ୍ଟରେ ପହଞ୍ଚିବା ପରେ ଭାରତୀୟ ନୌସେନା, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବନ୍ଦର ଟ୍ରଷ୍ଟର କର୍ମଚାରୀମାନେ ଯାତ୍ରୀଙ୍କୁ ସ୍ଵାଗତ ଜଣାଇଥିଲେ । କୋଭିଡ ସ୍କ୍ରିନିଂ ଏବଂ ଇମିଗ୍ରେସନ ପ୍ରକ୍ରିୟାକୁ ସରଳ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ଵାରା ବିସ୍ତୃତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

ଆଇଏନଏସ ଜଳଶ୍ଵ ଭାରତୀୟ ନାଗରିକମାନଙ୍କୁ ବିଦେଶୀ ଉପକୂଳରୁ ଫେରିବାରେ ସହଜ କରିବା ପାଇଁ ଭାରତ ସରକାରଙ୍କ ଜାତୀୟ ଉଦ୍ୟମର ଏକ ଅଂଶ ଭାବରେ 15 ମେ’ 2020ରେ ମାଲେରୁ ଭାରତୀୟ ନାଗରିକମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ମେ’ 15ରେ ପ୍ରତିକୂଳ ପାଗ ଯୋଗୁଁ ଜାହାଜର ନିର୍ଦ୍ଧାରିତ ପ୍ରସ୍ଥାନ ପ୍ରକ୍ରିୟା ବିଳମ୍ବ ହୋଇଥିଲା ଏବଂ ଏହା ମେ’ 16, 2020ରେ ମାଲେରୁ କୋଚି ଅଭିମୁଖେ ପ୍ରସ୍ଥାନ କରିଥିଲା ।

 

**********


(ରିଲିଜ ଆଡି: 1624709) ପରିଦର୍ଶକ କାଉଣ୍ଟର : 201