ଅର୍ଥ ମନ୍ତ୍ରଣାଳୟ

ଗରିବ, ପ୍ରବାସୀ, କୃଷକ, କ୍ଷୁଦ୍ର ବ୍ୟବସାୟୀ ଓ ଉଠାଦୋକାନୀଙ୍କ ପାଇଁ ସ୍ୱଳ୍ପ ଓ ଦୀର୍ଘକାଳୀନ ସହାୟତା ପଦକ୍ଷେପ ଘୋଷଣା କଲେ ଅର୍ଥମନ୍ତ୍ରୀ

 ଦୁଇ ମାସ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ଖାଦ୍ୟଶସ୍ୟ
 ଏକ ରାଷ୍ଟ୍ର ଓ ଏକ ରାସନ କାର୍ଡ- ମାର୍ଚ୍ଚ 2021 ସୁଦ୍ଧା ଭାରତର ଯେକୌଣସି ପିଡିଏସ କେନ୍ଦ୍ରରୁ ପ୍ରବାସୀଙ୍କୁ ପିଡିଏସ ରାସନ ଯୋଗାଇବା ଲାଗି ପ୍ରଯୁକ୍ତି ବ୍ୟବସ୍ଥାର ହେବ ଉପଯୋଗ
 ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବଙ୍କ ପାଇଁ ଶସ୍ତା ଭଡ଼ା ଘର ଯୋଜନା ଆରମ୍ଭ ହେବ
 ଶିଶୁ ମୁଦ୍ରା ଋଣଗ୍ରହିତାଙ୍କ ପାଇଁ 12 ମାସ ପର୍ଯ୍ୟନ୍ତ 2 ପ୍ରତିଶତ ସୁଧ ଛାଡ଼-1500 କୋଟି ଟଙ୍କାର ସହାୟତା
 ଉଠାଦୋକାନୀଙ୍କ ପାଇଁ 5000 କୋଟି ଟଙ୍କାର ଋଣ ସୁବିଧା
 ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ଏମଆଇଜି ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାର ସମ୍ପ୍ରସାରଣ ଜରିଆରେ ଆବାସିକ କ୍ଷେତ୍ର ଓ ମଧ୍ୟମ ଆୟ ବର୍ଗଙ୍କ ପାଇଁ 70,000 କୋଟି ଟଙ୍କାର ସହାୟତା
 କାମ୍ପା ପାଣ୍ଠି ଉପଯୋଗ କରି ନିଯୁକ୍ତି ସୃଷ୍ଟି ପାଇଁ 6000 କୋଟି ଟଙ୍କା ବିନିଯୋଗ କରାଯିବ
 ନାବାର୍ଡ ଜରିଆରେ କୃଷକମାନଙ୍କ ପାଇଁ 30,000 କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ସହାୟତା
 କିଷାନ କ୍ରେଡିଟ କାର୍ଡ ଯୋଜନା ଅନ୍ତର୍ଗତ 2.5 କୋଟି କୃଷକଙ୍କୁ ରିହାତି ଦରରେ ସୁଧ ଯୋଗାଇ ଦେବାକୁ 2 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ

Posted On: 14 MAY 2020 6:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 10 ପ୍ରତିଶତ ସହିତ ସମାନ 20 ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ତଥା ବୃହତ ପ୍ୟାକେଜ ଘୋଷଣା କରିଥିଲେ ସେଆତ୍ମନିର୍ଭରଶୀଳ ଭାରତପାଇଁ ଆହ୍ବାନ କରିଥିଲେ ସେ ମଧ୍ୟ ଆତ୍ମନିର୍ଭରଶୀଳ ଭାରତର 5ଟି ସ୍ତମ୍ଭ- ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ବ୍ୟବସ୍ଥା, ଉତ୍ସାହୀ ଜନସଂଖ୍ୟା ଏବଂ ଚାହିଦା ବିଷୟରେ ଉଲ୍ଲେଖ କରିଥିଲେ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଏହି ବିସ୍ତୃତ ତଥା ବୃହତ ଆର୍ଥିକ ପ୍ୟାକେଜ ଅନ୍ତର୍ଗତ ଆଜି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ ଶ୍ରମିକ, ଉଠାଦୋକାନୀ, ପ୍ରବାସୀ ସହରାଞ୍ଚଳ ଗରିବ, କ୍ଷୁଦ୍ର ବ୍ୟବସାୟୀ, ସ୍ୱାବଲମ୍ବୀ ନାଗରିକ, କ୍ଷୁଦ୍ର ଚାଷୀ ଆବାସିକ କ୍ଷେତ୍ର ପାଇଁ ସ୍ୱଳ୍ପ ଦୀର୍ଘକାଳୀନ ସହାୟତା ଯୋଜନାର ଘୋଷଣା କରିଛନ୍ତି କୋଭିଡ-19 ମହାମାରୀ କାରଣରୁ ଉପରୋକ୍ତ ବର୍ଗ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏହା ଦୂର କରିପାରିବ

ଶ୍ରୀମତୀ ସୀତାରମଣ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଦେଶର ଗରିବ, ପ୍ରବାସୀ ଶ୍ରମିକ ଏବଂ କୃଷକଙ୍କ ସମସ୍ୟା ଦୂର କରିବା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି କୃଷକ ଏବଂ ଶ୍ରମିକ ଆମ ଦେଶର ମେରୁଦଣ୍ଡ ସେମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆମ ସମସ୍ତଙ୍କର ସେବା କରିଥାନ୍ତି ସାମାଜିକ ସୁରକ୍ଷା ବ୍ୟତୀତ ସହରାଞ୍ଚଳରେ ପ୍ରବାସୀ ଶ୍ରମିକମାନଙ୍କୁ ଶସ୍ତା ସୁବିଧାଜନକ ଭଡ଼ା ଘରର ଆବଶ୍ୟକତା ରହିଛି ଗରିବ, ପ୍ରବାସୀ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି କୃଷକଙ୍କୁ ଯଥାସମୟରେ ଯଥେଷ୍ଟ ପରିମାଣର ଋଣ ସହାୟତା ମିଳିବା ଜରୁରି

ଶ୍ରୀମତୀ ସୀତାରମଣ ଆହୁରି କହିଥିଲେ ଯେ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ର ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ଅସୁବିଧା ପ୍ରତି ସରକାର ସଚେତନ ଅଛନ୍ତି ସେ ଆହୁରି ଉଲ୍ଲେଖ କରିଥିଲେ ଯେ କ୍ଷୁଦ୍ର ବ୍ୟବସାୟ, ବିଶେଷ କରି ଉଠା ଦୋକାନୀଙ୍କ ଦ୍ବାରା ପରିଚାଳିତ ବ୍ୟବସାୟଗୁଡ଼ିକୁ ଶିଶୁ ମୁଦ୍ରା ଋଣ ଜରିଆରେ ସମ୍ମାନର ସହ ବଞ୍ଚିବାର ସହାୟତା ଯୋଗାଇ ଦିଆଯାଇଛି ବ୍ୟବସାୟ, ସାମାଜିକ ସୁରକ୍ଷା ଅଧିକ ଋଣ ସୁବିଧା ଆଦି ସବୁ ଦିଗରୁ ଏହିସବୁ ବ୍ୟବସାୟକୁ ଆମ ପ୍ରୋତ୍ସାହନର ଆବଶ୍ୟକତା ରହିଛି

ଆଜି ପ୍ରବାସୀ ଶ୍ରମିକ, ଉଠାଦୋକାନୀ, ପ୍ରବାସୀ ସହରାଞ୍ଚଳ ଗରିବ, କ୍ଷୁଦ୍ର ବ୍ୟବସାୟୀ, ସ୍ବାବଲମ୍ବୀ ନାଗରିକ, କ୍ଷୁଦ୍ର ଚାଷୀ ଆବାସିକ କ୍ଷେତ୍ର ପାଇଁ ନିମ୍ନୋକ୍ତ ସ୍ୱଳ୍ପ ଦୀର୍ଘକାଳୀନ ସହାୟତା ଯୋଜନା ଘୋଷଣା କରାଯାଇଛି :-

1. ପ୍ରବାସୀ ଶ୍ରମିକମାନଙ୍କ ପାଇଁ 2 ମାସ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ

ପ୍ରତ୍ୟେକ ପ୍ରବାସୀ ଶ୍ରମିକ ପିଛା 5କିଗ୍ରା ଖାଦ୍ୟଶସ୍ୟ ପ୍ରତ୍ୟେକ ପରିବାର ପିଛା 1 କିଗ୍ରା ଚଣା ଡାଲି ଦୁଇ ମାସ ପର୍ଯ୍ୟନ୍ତ (ମେ ଜୁନ, 2020) ମାଗଣାରେ ଯୋଗାଇ ଦିଆଯିବ ଏଥିପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ କରାଯିବ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କିମ୍ବା ରାସନ କାର୍ଡ ନଥିଲେ ମଧ୍ୟ ଯେକୌଣସି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଫସି ରହିଥିବା ପ୍ରବାସୀମାନେ ଏହି ସହାୟତା ପାଇବା ଲାଗି ସକ୍ଷମ ହୋଇପାରିବେ ଏହି ଯୋଜନା ଅନୁଯାୟୀ, ପ୍ରକୃତ ହିତାଧିକାରୀଙ୍କୁ ବିତରଣ ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରିବା ଲାଗି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯିବ 8 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଓ 50 ହଜାର ମେଟ୍ରିକ ଟନ ଚଣା ଏଥିପାଇଁ ଆବଣ୍ଟିତ ହେବ ଏହି ଯୋଜନାର ସମ୍ପୂର୍ଣ୍ଣ ବ୍ୟୟଭାର 3500 କୋଟି ଟଙ୍କା ଭାରତ ସରକାର ବହନ କରିବେ

2. ମାର୍ଚ୍ଚ 2021 ସୁଦ୍ଧା ସାରା ଦେଶରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଲାଗୁ କରାଯିବ, ଏହାଦ୍ବାରା ସାରା ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ପ୍ରବାସୀ ଶ୍ରମିକମାନେ ପିଡିଏସ ରାସନ ପାଇପାରିବେ

ରାସନ କାର୍ଡ ପୋର୍ଟେବିଲିଟି ପାଇଁ ଆରମ୍ଭ କରାଯାଇଥିବା ପାଇଲଟ ଯୋଜନାକୁ 23ଟି ରାଜ୍ୟକୁ ସମ୍ପ୍ରସାରିତ କରାଯିବ ଜାତୀୟ ରାସନ କାର୍ଡ ପୋର୍ଟେବିଲିଟି ମାଧ୍ୟମରେ ଅଗଷ୍ଟ, 2020 ସୁଦ୍ଧା 83 ପ୍ରତିଶତ ପିଡିଏସ ଜନସଂଖ୍ୟାର 67 କୋଟି ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇପାରିବ ମାର୍ଚ୍ଚ 2021 ସୁଦ୍ଧା 100 ପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ କରାଯିବ ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରଯୁକ୍ତି ପରିଚାଳିତ ସଂସ୍କାର ବ୍ୟବସ୍ଥାର ଅଂଶବିଶେଷ ଏହି ଯୋଜନା ଫଳରେ ଦେଶର ଯେକୌଣସି ପିଡିଏସ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ପିଡିଏସ ରାସନ ସାମଗ୍ରୀ ପାଇପାରିବେ ଫଳରେ ସାରା ଦେଶରେ ଲଗାତାର ସ୍ଥାନାନ୍ତରିତ ହେଉଥିବା ଲୋକ, ବିଶେଷ କରି ପ୍ରବାସୀ ଶ୍ରମିକମାନେ ପିଡିଏସ ଯୋଜନାର ଲାଭ ପାଇପାରିବେ

3. ପ୍ରବାସୀ ଶ୍ରମିକ ସହରାଞ୍ଚଳ ଗରିବଙ୍କ ପାଇଁ ଶସ୍ତା ଆବାସିକ କମ୍ପ୍ଲେକ୍ସ ଯୋଜନା ଆସିବ

ପ୍ରବାସୀ ଶ୍ରମିକ ସହରାଞ୍ଚଳ ଗରିବ ଲୋକମାନଙ୍କୁ କମ ଭଡ଼ାରେ ରହିବା ସୁବିଧା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ ପ୍ରବାସୀ ଶ୍ରମିକ, ସହରାଞ୍ଚଳ ଗରିବ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶସ୍ତା ଭଡ଼ା ଆବାସିକ କମ୍ପ୍ଲେକ୍ସ ସାମାଜିକ ନିରାପତ୍ତା ଏବଂ ଉନ୍ନତ ଜୀବନ ଧାରଣ ସୁବିଧା ପ୍ରଦାନ କରିବ ସହରାଞ୍ଚଳରେ ସରକାରୀ ପାଣ୍ଠିରେ ହେଉଥିବା ଘରଗୁଡ଼ିକୁ ପିପିପି ମୋଡରେ ରିହାତି ପ୍ରଦାନ କରାଯାଇ କମ ଭଡ଼ାଭିତ୍ତିକ ଆବାସିକ କମ୍ପ୍ଲେକ୍ସରେ‍ ପରିଣତ କରାଯିବ ଉତ୍ପାଦନ ୟୁନିଟ, ଶିଳ୍ପ, ବିଭିନ୍ନ ସଂସ୍ଥା, ଏବଂ ବିଭିନ୍ନ ସଂଘ ସେମାନଙ୍କ ଘରୋଇ ଜମିରେ ଶସ୍ତା ଆବାସିକ କମ୍ପ୍ଲେକ୍ସ ତିଆରି କରି ସେଗୁଡ଼ିକୁ ପରିଚାଳିତ କରିବେ ଏହାଛଡ଼ା ଶସ୍ତା ଆବାସିକ କମ୍ପ୍ଲେକ୍ସ ବିକାଶ ପରିଚାଳନା ଲାଗି ଏହି ମାର୍ଗରେ ରାଜ୍ୟ ସରକାରୀ ସଂସ୍ଥା/କେନ୍ଦ୍ର ସରକାରୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ ମନ୍ତ୍ରଣାଳୟ/ବିଭାଗ ଦ୍ବାରା ଏହି ଯୋଜନାର ସଠିକ ବିବରଣୀ ଜାରି କରାଯିବ

4. ଶିଶୁ ମୁଦ୍ରା ଋଣଗ୍ରହିତାମାନଙ୍କୁ 12 ମାସ ପାଇଁ 2 ପ୍ରତିଶତ ସୁଧ ଛାଡ଼-1500 କୋଟି ଟଙ୍କାର ସହାୟତା

ଶିଶୁ ମୁଦ୍ରା ଋଣଗ୍ରହିତା, ଯେଉଁମାନେ 50,000 ଟଙ୍କାରୁ କମ ଋଣ ନେଇଥିବେ ସେମାନଙ୍କୁ 12 ମାସ ପାଇଁ 2ପ୍ରତିଶତ ସୁଧ ଛାଡ଼ ସୁବିଧା ଭାରତ ସରକାର ପ୍ରଦାନ କରିବେ ବର୍ତ୍ତମାନ ମୁଦ୍ରା ଶିଶୁ ଋଣର ମୋଟ ପରିମାଣ 1.62 ଲକ୍ଷ କୋଟି ଟଙ୍କା ରହିଛି ସୁଧ ଛାଡ଼ ଜରିଆରେ ସରକାର ପାଖାପାଖି 1500 କୋଟି ଟଙ୍କାର ସହାୟତା ପ୍ରଦାନ କରିବେ

5. ଉଠାଦୋକାନୀମାନଙ୍କୁ 5000 କୋଟି ଟଙ୍କାର ଋଣ ସୁବିଧା

ବର୍ତ୍ତମାନର ପରିସ୍ଥିତି ଯୋଗୁ ଉଠାଦୋକାନୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ପୁଣିଥରେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବା ଲାଗି ସହଜ ଋଣ ପ୍ରଦାନ କରିବା ସକାଶେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯିବ ଏହି ଯୋଜନା ଅନ୍ତର୍ଗତ, ପ୍ରତ୍ୟେକ ବ୍ୟବସାୟକୁ ମିଳୁଥିବା 10,000 ଟଙ୍କାର ପ୍ରାରମ୍ଭିକ କାର୍ଯ୍ୟଶୀଳ ପୁଞ୍ଜି ସୀମାକୁ ବ୍ୟାଙ୍କ ଋଣ ସୁବିଧା ପାଇଁ ବୃଦ୍ଧି କରାଯିବ ଏହି ଯୋଜନାରେ ସହରାଞ୍ଚଳ ଉଠାଦୋକାନୀଙ୍କ ସମେତ ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀମାନଙ୍କୁ ମଧ୍ୟ ସାମିଲ କରାଯିବ ଡିଜିଟାଲ ପଇଠ ବ୍ୟବସ୍ଥାର ଉପଯୋଗ ଏବଂ ସମୟୋପଯୋଗୀ ପରିଶୋଧ ପାଇଁ ନଗଦ ରିହାତି ମଧ୍ୟ ଯୋଗାଇ ଦିଆଯିବ ଏହି ଯୋଜନାରେ 50 ଲକ୍ଷ ଉଠାଦୋକାନୀ ଲାଭବାନ ହେବେ ଏବଂ ସେମାନଙ୍କୁ 5000 କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦିଆଯିବ

6. ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅନ୍ତର୍ଗତ ଏମଆଇଜି ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାର ସମ୍ପ୍ରସାରଣ ମାଧ୍ୟମରେ ଆବାସିକ କ୍ଷେତ୍ର ଏବଂ ମଧ୍ୟମ ଆୟବର୍ଗ ପାଇଁ 70,000 କୋଟି ଟଙ୍କାର ସହାୟତା

ମଧ୍ୟମ ଆୟ ବର୍ଗ (6ରୁ 18 ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଆୟ ଥିବା)ର ଲୋକମାନଙ୍କ ପାଇଁ ଋଣ ସଂଯୁକ୍ତ ସବସିଡି ଯୋଜନାକୁ ମାର୍ଚ୍ଚ 2021 ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ଏହା ଫଳରେ 2020-21 ଆର୍ଥିକ ବର୍ଷରେ 2.5 ଲକ୍ଷ ମଧ୍ୟମ ଆୟ ବର୍ଗର ପରିବାର ଉପକୃତ ହେବେ ଏବଂ ଆବାସିକ କ୍ଷେତ୍ରରେ 70,000 କୋଟି ଟଙ୍କାର ନିବେଶ ପାଇଁ ବାଟ ଖୋଲିବ ଏହା ଆବାସିକ କ୍ଷେତ୍ରରେ ବହୁସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଇସ୍ପାତ, ସିମେଣ୍ଟ, ପରିବହନ ଏବଂ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀର ଚାହିଦାକୁ ବୃଦ୍ଧି କରିବ

7. କାମ୍ପା ପାଣ୍ଠି ଉପଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ 6000 କୋଟି ଟଙ୍କା

କ୍ଷତିପୂରଣ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ (କାମ୍ପା) ଅଧୀନରେ ଆନୁମାନିକ 6000 କୋଟି ଟଙ୍କା ବ୍ୟୟ କରାଯିବ ଏହି ଅର୍ଥକୁ ସହରାଞ୍ଚଳ ସମେତ ଅନ୍ୟ ଅଞ୍ଚଳରେ ବନୀକରଣ ଚାରାରୋପଣ କାର୍ଯ୍ୟ, କୃତ୍ରିମ ଚାରା ସୃଷ୍ଟି, ସହାୟକ ପ୍ରାକୃତିକ ଚାରା ସୃଷ୍ଟି, ବନୀକରଣ ପରିଚାଳନା, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ, ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବନ୍ୟପ୍ରାଣୀ ସଂକ୍ରାନ୍ତ ଭିତ୍ତିଭୂମି ବିକାଶ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ପରିଚାଳନା ଆଦି କାର୍ଯ୍ୟରେ ବିନିଯୋଗ କରାଯିବ ଏହି ଯୋଜନା ପାଇଁ ଭାରତ ସରକାର ତୁରନ୍ତ 6 ହଜାର କୋଟି ଟଙ୍କା ଅନୁମୋଦନ କରିବେ ଏହା ସହରାଞ୍ଚଳ, ଉପନଗର, ଗ୍ରାମୀଣ ଏବଂ ଜନଜାତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

8.ନାବାର୍ଡ ଜରିଆରେ କୃଷକମାନଙ୍କୁ 30,000 କୋଟି ଟଙ୍କାର ଅତିରିକ୍ତ ଜରୁରିକାଳୀନ କାର୍ଯ୍ୟଶୀଳ ପୁଞ୍ଜି ଯୋଗାଇ ଦିଆଯିବ

ଗ୍ରାମୀଣ ସମବାୟ ବ୍ୟାଙ୍କ ଏବଂ ଆରଆରବିଗୁଡ଼ିକୁ ଫସଲ ଋଣ ଆବଶ୍ୟକତା ପୂରଣ କରିବା ଲାଗି ନାବାର୍ଡ ପକ୍ଷରୁ ଅତିରିକ୍ତ ପୁନଃ-ଅର୍ଥଲଗାଣ ସହାୟତା ଯୋଗାଇ ଦିଆଯିବ ଏହି ପୁନଃପୁଞ୍ଜିଲଗାଣ ସୁବିଧା ପ୍ରତ୍ୟକ୍ଷ ଏବଂ ସହଜରେ ଉପଲବ୍ଧ ହେବ ସାଧାରଣ ପ୍ରକ୍ରିୟାରେ ନାବାର୍ଡ ପକ୍ଷରୁ ଦିଆଯାଉଥିବା 90,000 କୋଟି ଟଙ୍କାକୁ ଛାଡ଼ି ଏହି ଅତିରିକ୍ତ ସହାୟତା ପ୍ରଦାନ କରାଯିବ ଏହା ପାଖାପାଖି 3 କୋଟି କୃଷକ, ବିଶେଷ କରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭାନ୍ବିତ କରିବ ଏବଂ ଏହା ସେମାନଙ୍କ ରବି ଚାଷ ପରବର୍ତ୍ତୀ ଚଳିତ ଖରିଫ ଋତୁର ଆବଶ୍ୟକତାକୁ ପୂରଣ କରିବ

9. କିଷାନ କ୍ରେଡିଟ କାର୍ଡ ଯୋଜନା ଅନ୍ତର୍ଗତ 2.5 କୋଟି କୃଷକଙ୍କୁ 2 ଲକ୍ଷ କୋଟି ଟଙ୍କାର ଋଣ ସହାୟତା

କିଷାନ କ୍ରେଡିଟ କାର୍ଡ ଜରିଆରେ ପିଏମ-କିଷାନ ହିତାଧିକାରୀମାନଙ୍କୁ ରିହାତି ଦରରେ ଋଣ ପ୍ରଦାନ ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ଏହି ଯୋଜନାରେ ମତ୍ସ୍ୟଚାଷୀ ପଶୁପାଳନ କୃଷକମାନଙ୍କୁ ସାମିଲ କରାଯିବ   ଏହା କୃଷି କ୍ଷେତ୍ରରେ ଅତିରିକ୍ତ 2 ଲକ୍ଷ କୋଟି ଟଙ୍କାର ନଗଦ ନିବେଶ କରିବ ଏଥିରେ 2.5 କୋଟି କୃଷକ ସାମିଲ ହେବେ

 

*******


(Release ID: 1623917) Visitor Counter : 372