ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        କୋଭିଡ-19 ବିରୁଦ୍ଧରେ ଲଢେଇ ପାଇଁ ପିଏମ୍ କେୟାର୍ସ ପାଣ୍ଠି ଟ୍ରଷ୍ଟ ତରଫରୁ 3100 କୋଟି ଟଙ୍କାର ରାଶି ଆବଣ୍ଟନ 
                    
                    
                        
                    
                
                
                    Posted On:
                13 MAY 2020 8:23PM by PIB Bhubaneshwar
                
                
                
                
                
                
                ପିଏମ କେୟାର୍ସ (Prime Minister’s Citizen Assistance and Relief in Emergency Situations) ପାଣ୍ଠି ଟ୍ରଷ୍ଟ କୋଭିଡ-19 ବିରୁଦ୍ଧରେ ଲଢେଇ ପାଇଁ ଆଜି 3100 କୋଟି ଟଙ୍କା ଆବଣ୍ଟନ କରିବାର ନିଷ୍ପତ୍ତି ନେଇଛି । 3100 କୋଟି ଟଙ୍କାରୁ ପ୍ରାୟ 2000 କୋଟି ଟଙ୍କାର ଧନରାଶି ଭେଣ୍ଟିଲେଟର୍ସ କିଣିବା ପାଇଁ ନିଶ୍ଚିତ କରାଯିବ, 1000 କୋଟି ଟଙ୍କାର ଧନ ରାଶିର ଉପଯୋଗ ପ୍ରବାସୀ ଶ୍ରମିକଙ୍କ ଦେଖାଶୁଣା ପାଇଁ ବ୍ୟୟ କରାଯିବ ଏବଂ 100 କୋଟି ଟଙ୍କାର ଧନରାଶି ଟୀକାର ପ୍ରସ୍ତୁତି ତଥା ବିକାଶ କରିବାରେ ସହାୟତା ପାଇଁ ଦିଆଯିବ ।
27 ମାର୍ଚ୍ଚ 2020ରେ ଗଠିତ ଏହି ଟ୍ରଷ୍ଟର ନେତୃତ୍ୱ ମାନନୀୟ ପ୍ରଧାନମନ୍ତ୍ରୀ (ପଦସ୍ଥ ଅଧିକାରୀ)ଙ୍କ ଦ୍ୱାରା କରାଯାଉଛି ଏବଂ ଟ୍ରଷ୍ଟର ଅନ୍ୟ ପଦାଧିକାରୀ ସଦସ୍ୟଗଣଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ସାମିଲ ଅଛନ୍ତି । ଏହି ପ୍ୟାକେଜର ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଉଦାରତାର ପ୍ରଦର୍ଶନ କରି ପିଏମ କେୟାର୍ସ ଫଣ୍ଡରେ ଯୋଗଦାନ କରିବା ପାଇଁ ଦାନ କରିଥିବା ସମସ୍ତ ଦାତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପାଣ୍ଠି  ଭାରତକୁ କୋଭିଡ଼-19 ବିରୁଦ୍ଧରେ ଲଢ଼େଇ କରିବାରେ ସହାୟତା ପ୍ରଦାନ କରିବ ।
	- 50,000 ଭେଣ୍ଟିଲେଟର୍ସ
ସମଗ୍ର ଦେଶରେ କୋଭିଡ଼-19 ମାମଲା ସହିତ ଲଢ଼େଇ କରିବା ପାଇଁ ମୌଳିକ ସୁବିଧାଗୁଡ଼ିକରେ ବୃଦ୍ଧି କରିବା ନିମନ୍ତେ ପିଏମ କେୟାର୍ସ ପାଣ୍ଠିରୁ ପ୍ରାୟ 2000 କୋଟି ଟଙ୍କା ବ୍ୟୟରେ 50,000 ‘ମେଡ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟର୍ସ କ୍ରୟ କରାଯିବ । ଏହି ଭେଣ୍ଟିଲେଟର୍ସଗୁଡ଼ିକ କୋଭିଡ଼-19ର ଗୁରୁତର ରୋଗୀମାନଙ୍କର ଉପଚାର ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ସରକାରଙ୍କ ଦ୍ୱାରା ସଂଚାଳିତ କରାଯାଉଥିବା କୋଭିଡ଼ ହସ୍ପିଟାଲଗୁଡ଼ିକୁ ପ୍ରଦାନ କରାଯିବ ।
	- ପ୍ରବାସୀମାନଙ୍କ ପାଇଁ ଆଶ୍ୱାସନାର/ସହାୟତାର ଉପାୟ 
ପ୍ରବାସୀ ଏବଂ ଗରିବଙ୍କ କଲ୍ୟାଣ ପାଇଁ କରାଯାଉଥିବା ବର୍ତ୍ତମାନର ଉପାୟଗୁଡ଼ିକୁ ଦୃଢ଼ତା ପ୍ରଦାନ କରିବା ପାଇଁ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପିଏମ କେୟାର୍ସ ପାଣ୍ଠିରୁ ମୋଟ 1000 କୋଟି ଟଙ୍କାର ଏକକାଳୀନ ଏକ ମୁକ୍ତ ସହାୟତା ପ୍ରଦାନ କରାଯିବ । ଏହି ରାଶି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ/ ନଗର ଆୟୁକ୍ତମାନଙ୍କୁ ଉପଲବ୍ଧ କରାଇବା ପାଇଁ ପ୍ରଦାନ କରାଯିବ, ଫଳରେ ଆବାସର ସୁବିଧା ପ୍ରଦାନ କରିବାରେ, ଭୋଜନ ବ୍ୟବସ୍ଥା କରିବାରେ, ଚିକିତ୍ସା ଉପଚାର ପ୍ରଦାନ କରିବାରେ ଏବଂ ପ୍ରବାସୀମାନଙ୍କ ପାଇଁ ପରିବହନର ବ୍ୟବସ୍ଥା କରିବା ପାଇଁ କରାଯାଉଥିବା ପ୍ରୟାସଗୁଡ଼ିକୁ ଦୃଢ଼ତା ବା ଶକ୍ତି ପ୍ରଦାନ କରାଯାଇ ପାରିବ । ଏହି ଧନରାଶି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ – ବାର ୱେଟେଜ (a) 2011ର ଜନଗଣନା ଅନୁସାରେ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଜନସଂଖ୍ୟା – 50 ପ୍ରତିଶତ ୱେଟେଜ (b) କୋଭିଡ଼-19 ପଜିଟିଭ ମାମଲାର ଏ ପର୍ଯ୍ୟନ୍ତର ସଂଖ୍ୟା – 40 ପ୍ରତିଶତ ୱେଟେଜ ଏବଂ (c) ସମସସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସମାନ ଭାଗ (10 ପ୍ରତିଶତ ୱେଟେଜ) ଆଧାରରେ ଜାରି କରାଯିବ, ଫଳରେ ସମସ୍ତ ରାଜ୍ୟଗୁଡ଼ିକ ପାଇଁ ମୌଳିକ ସର୍ବନିମ୍ନ ରାଶି ସୁନିଶ୍ଚିତ କରାଯାଇ ପାରିବ । ଏହି ଧନରାଶି ଜିଲ୍ଲାର ଜିଲ୍ଲାପାଳ/ଜିଲ୍ଲା ମାଜିଷ୍ଟ୍ରେଟ/ନଗର ଆୟୁକ୍ତମାନଙ୍କୁ ସମ୍ବନ୍ଧିତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟ ଜରୁରୀକାଳୀନ ସହାୟତା ଆୟୁକ୍ତଙ୍କ ମାଧ୍ୟମରେ ଜାରି କରାଯିବ ।
	- ଟୀକାର ବିକାଶ
କୋଭିଡ଼-19 ସହିତ ଲଢ଼େଇ କରିବା ପାଇଁ ଟୀକାର ଆବଶ୍ୟକତା ସବୁଠାରୁ ଅଧିକ ମାତ୍ରାରେ ରହିଛି ଏବଂ ଭାରତୀୟ ଶୈକ୍ଷଣୀକ ସମୁଦାୟ, ଷ୍ଟାଟ୍-ଅପ୍ସ ଏବଂ ଉଦ୍ୟୋଗ ଜଗତ ଏକଜୁଟ ହୋଇ ଏହି ଅତ୍ୟାଧୁନିକ ଟୀକାର ଡିଜାଇନ ଏବଂ ବିକାଶ କରିବାରେ ଜଡିତ ହୋଇଛନ୍ତି । କୋଭିଡ଼-19 ଟୀକାର ଡିଜାଇନ ଏବଂ ବିକଶିତ କରିବା, ଲୋକଙ୍କର ସହାୟତା କରିବା ପାଇଁ 100 କୋଟି ଟଙ୍କାର ରାଶି ପିଏମ କେୟାର୍ସ ଫଣ୍ଡରୁ ଦିଆଯିବ, ଫଳରେ ଟୀକା ବିକାଶକୁ ପ୍ରେରିତ କରିବାର ଦିଗରେ ସହାୟତା ଦିଆଯାଇପାରିବ । ଏହି ରାଶିର ଉପଯୋଗ ପ୍ରଧାନ ବୈଜ୍ଞାନିକ ଉପଦେଷ୍ଟାଙ୍କ ନିରୀକ୍ଷଣରେ କରାଯିବ ।
 
****************
                
                
                
                
                
                (Release ID: 1623812)
                Visitor Counter : 344
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada