ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଲକଡାଉନ ସମୟରେ ରାଜ୍ୟମାନଙ୍କୁ 160 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଯୋଗାଇଛି ଏଫସିଆଇ

• ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଆବଶ୍ୟକତାପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଯଥେଷ୍ଟ ଖାଦ୍ୟ ଶସ୍ୟ ମହଜୁଦ ଅଛି

Posted On: 13 MAY 2020 3:57PM by PIB Bhubaneshwar

ଲକଡାଉନ ସମୟରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ସମଗ୍ର ଦେଶରେ ଚାଉଳ ଓ ଗହମ ଯୋଗାଣ କାର୍ଯ୍ୟ ଅବ୍ୟାହତ ରଖିଛି । ଏହି ସମୟରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ 160 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆବଶ୍ୟକ ପଡୁଥିବା ଖାଦ୍ୟଶସ୍ୟ ଯୋଗାଣକୁ ସରକାର ଏଫସିଆଇ ଜରିଆରେ ପୂରଣ କରିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆବଶ୍ୟକ ହେଉଥିବା  ଅତିରିକ୍ତ ଖାଦ୍ୟଶସ୍ୟ ଆବଶ୍ୟକତା ମେଂଟାଇବାରେ ସଫଳ ହୋଇଛନ୍ତି । ଏହି ଗରିବ ଅନ୍ନ କଲ୍ୟାଣ ଯୋଜନାରେ 81 କୋଟି 35 ଲକ୍ଷ ଲୋକଙ୍କୁ ଏବେ ଅତିରିକ୍ତ ଭାବେ ମୁଣ୍ଡପିଛା 5 କେଜି  ଅଧିକ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି ।

ଦେଶର ଖାଦ୍ୟଶସ୍ୟ ଆବଶ୍ୟକତା ପୂରଣ ପାଇଁ ଏଫସିଆଇ ପାଖରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ଅଛି । ମେ ପହିଲା ସୁଦ୍ଧା ଏଫସିଆଇ ପାଖରେ ମୋଟ 642.7 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ମହଜୁଦ ଥିଲା । ସେଥିରୁ ଚାଉଳ 285.03 ଲକ୍ଷ ମେଟ୍ରିକ ଟନ ଓ ଗହମ 357.7 ଲକ୍ଷ ମେଟ୍ରିକ ଟନ । ଚଳିତ ବର୍ଷ ମେ12 ସୁଦ୍ଧା 159.36 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ରାଜ୍ୟ ସରକାରମାନେ 60.57 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପଠାଇଛନ୍ତି । ଏହା ସେମାନଙ୍କ 45 ଦିନର ଆବଶ୍ୟକତା ପୂରଣ କରିବା ସହ ସମାନ । ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 79.74 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପଠାଯାଇ ବଂଟନ କରାଯାଇଛି ଦେଶରେ ଧାର୍ଯ୍ୟ ମୋଟ ଆବଂଟନ ପରିମାଣ 120 ଲକ୍ଷ ମେଟ୍ରିକ ଟନ ଯାହା ଦୁଇ ମାସର ଆବଶ୍ୟକତା ପୂରଣ କରିପାରିବ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକଡାଉନ  ସମୟ (25.03.2020 ରୁ 12.05.2020)ରେ ରାଜ୍ୟ ୱାରି ଉଠାଯାଇଥିବା ଖାଦ୍ୟଶସ୍ୟର  ତାଲିକା  ତଳେ ପ୍ରଦାନ କରାଯାଇଛି ।

 

Position as on 12.05.2020 Fig. in Lakh MT

States

Wheat

RICE

Grand Total

NFSA

PMGKAY

Total

NFSA

PMGKAY

Total

BIHAR

2.74

0.00

2.74

0.92

7.03

7.95

10.69

JHARKHAND

0.32

0.00

0.32

2.55

2.86

5.41

5.73

ODISHA

0.72

0.00

0.72

4.92

4.65

9.57

10.30

WEST BENGAL

3.41

0.00

3.41

1.34

5.70

7.04

10.46

ASSAM

0.07

0.00

0.07

1.78

2.34

4.13

4.20

RAJASTHAN

3.77

5.63

9.41

0.00

0.00

0.00

9.41

UTTAR PR

6.29

0.00

6.29

5.17

14.14

19.31

25.60

KARNATAKA

0.00

0.00

0.00

2.70

5.33

8.03

8.03

GUJARAT

1.87

2.05

3.92

0.72

0.99

1.71

5.63

MAHARASHTRA

3.15

0.00

3.15

1.35

4.62

5.97

9.12

MADHYA PR

2.20

0.00

2.20

1.17

4.46

5.63

7.83

CHHATTISGARH

0.00

0.00

0.00

3.15

2.00

5.15

5.15

SIKKIM

0.01

0.00

0.01

0.06

0.05

0.11

0.11

ARUNACHAL PR

0.00

0.00

0.00

0.13

0.12

0.24

0.24

TRIPURA

0.03

0.00

0.03

0.30

0.27

0.56

0.60

MANIPUR

0.00

0.00

0.00

0.17

0.15

0.33

0.33

NAGALAND

0.00

0.00

0.00

0.20

0.13

0.33

0.33

MIZORAM

0.00

0.00

0.00

0.09

0.10

0.19

0.19

MEGHALAYA

0.03

0.00

0.03

0.21

0.32

0.52

0.55

DELHI

0.60

0.28

0.89

0.18

0.07

0.25

1.13

HARYANA

0.89

1.06

1.95

0.00

0.00

0.00

1.95

HIMACHAL PR.

0.39

0.00

0.39

0.20

0.41

0.61

1.00

J & K

0.36

0.00

0.36

0.82

1.01

1.83

2.19

LADAKH

0.01

0.00

0.01

0.02

0.02

0.04

0.05

PUNJAB

0.00

1.02

1.02

0.00

0.00

0.00

1.02

CHANDIGARH

0.00

0.04

0.04

0.00

0.00

0.00

0.04

UTTARAKHAND

0.40

0.00

0.40

0.00

0.61

0.61

1.01

ANDHRA PR.

0.00

0.00

0.00

1.54

3.58

5.12

5.12

TELANGANA

0.02

0.00

0.02

1.08

2.19

3.28

3.30

KERALA

0.42

0.00

0.42

1.52

1.73

3.25

3.67

TAMILNADU

0.24

0.00

0.24

0.48

4.56

5.04

5.28

PONDICHERRY

0.00

0.00

0.00

0.00

0.09

0.09

0.09

A&N ISLANDS

0.02

0.00

0.02

0.04

0.01

0.05

0.06

LAKSHADWEEP

0.00

0.00

0.00

0.01

0.00

0.01

0.01

 

**********



(Release ID: 1623648) Visitor Counter : 202