ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ବନ୍ଦେ ଭାରତ ମିଶନରେ 43 ବିମାନ ଯୋଗେ ଦେଶକୁ ଫେରିଲେ 8503 ଭାରତୀୟ

Posted On: 13 MAY 2020 11:58AM by PIB Bhubaneshwar

ବନ୍ଦେ ଭାରତ ମିଶନରେ ମେ 7 ତାରିଖରୁ 6 ଦିନରେ 8503 ଜଣ ଭାରତୀୟ 43ଟି ବିମାନ ଯୋଗେ ସ୍ୱଦେଶକୁ ଫେରିଛନ୍ତିକରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ମେ 7 ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲାଏୟାର ଇଣ୍ଡିଆ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ୱାରା ପରିଚାଳିତ ବିମାନ ମାଧ୍ୟମରେ ଏହି ଭାରତୀୟମାନଙ୍କୁ ଅଣାଯାଉଛି

ବନ୍ଦେ ଭାରତ ମିଶନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ସମନ୍ୱୟରେ କାର୍ଯ୍ୟକାରୀ ହେଉଛିବିଭିନ୍ନ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟ କରାଯାଉଛି

ଏହି କାର୍ଯ୍ୟକ୍ରମରେ ଏୟାର ଇଣ୍ଡିଆ ଏହାର ସହକାରୀ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସ ମୋଟ 64ଟି ବିମାନକୁ ନିୟୋଜିତ କରିଛନ୍ତିସେଥି ମଧ୍ୟରୁ ଏୟାର ଇଣ୍ଡିଆର 42 ଏୟାର ଇଣ୍ଡିଆ ଏକ୍ସପ୍ରେସର 24ଟି ବିମାନ ଅନ୍ତର୍ଭୁକ୍ତଆମେରିକା, ବ୍ରିଟେନ, ବାଂଲାଦେଶ, ସିଙ୍ଗାପୁର, ସାଉଦି ଆରବ, କୁଏତ, ଫିଲିପାଇନ୍ସ, ମାଲେସିଆ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ମୋଟ 12ଟି ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟ ଫେରାଇ ଅଣାଯାଉଛି

ବନ୍ଦେ ଭାରତମିଶନ ଅଟକି ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବାର ଏକ ବିରାଟ କାର୍ଯ୍ୟକ୍ରମଏଥିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ନିରାପତ୍ତା ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ, ଏୟାର ଇଣ୍ଡିଆ   ଏୟାର ଇଣ୍ଡିଆ ଏକ୍ସପ୍ରେସ କଡାକଡି ଭାବେ ପାଳନ କରୁଛିବିମାନ କର୍ମଚାରୀ, ବୈମାନିକ, ଯାତ୍ରୀ ଏବଂ ବିମାନ ବନ୍ଦରର ଗ୍ରାଉଣ୍ଡ ଷ୍ଟାଫ ଅନ୍ୟାନ୍ୟ କର୍ମଚାରୀ ଯେପରି ଭୂତାଣୁ ସଂକ୍ରମିତ ହୁଅନ୍ତି ସେଥିପାଇଁ ସବୁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ନିରାପତ୍ତା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛିସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଯାଉଛି

 

*****************

 

 



(Release ID: 1623563) Visitor Counter : 237