ରେଳ ମନ୍ତ୍ରଣାଳୟ

ମେ 12 ପୂର୍ବାହ୍ନ 9.30 ସୁଦ୍ଧା ଭାରତୀୟ ରେଳବାଇ ପକ୍ଷରୁ ଦେଶବ୍ୟାପୀ 542 ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ

• ମୋଟ 6.48 ଲକ୍ଷ ଯାତ୍ରୀଙ୍କୁ ପରିବହନ ସେବା ମିଳିଛି
• ଓଡିଶାରେ ପହଞ୍ଚିଛି 29ଟି ଟ୍ରେନ
• ସବୁ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଦିଆଯାଉଛି
• ଟ୍ରେନ ଚଳାଚଳ ସମୟରେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ପାଳନ କରାଯାଉଛି

प्रविष्टि तिथि: 12 MAY 2020 12:50PM by PIB Bhubaneswar

ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟନ, ଛାତ୍ରଛାତ୍ରୀ ଅନ୍ୟାନ୍ୟ ଲୋକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହେବା ପରେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଥିଲା

ମେ 12 ତାରିଖ ପୂର୍ବାହ୍ନ 9.30 ମିନିଟ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ 542ଟି ଶ୍ରମିକ ସ୍ପେଶାଲ ଟ୍ରେନର ଚଳାଚଳ ଆରମ୍ଭ ହୋଇଛିସେଥି ମଧ୍ୟରୁ 448ଟି ଟ୍ରେନ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବାବେଳେ ଅନ୍ୟ 94ଟି ଯାତ୍ରା ଜାରି ରଖିଛନ୍ତି

ଇତି ମଧ୍ୟରେ ଆନ୍ଧ୍ରରେ ଗୋଟିଏ, ବିହାରରେ 117ଟି , ଛତିଶଗଡରେ 1, ହିମାଚଳ ପ୍ରଦେଶରେ 1, ଝାଡ଼ଖଣ୍ଡରେ 27, କର୍ଣ୍ଣାଟକରେ 1, ମଧ୍ୟପ୍ରଦେଶରେ 38, ମହାରାଷ୍ଟ୍ରରେ 3, ଓଡ଼ିଶାରେ 29, ରାଜସ୍ଥାନରେ 4, ତାମିଲନାଡୁରେ 1, ତେଲଙ୍ଗାନାରେ 2, ଉତ୍ତରପ୍ରଦେଶରେ 221 ପଶ୍ଚିମବଙ୍ଗରେ 2ଟି ଟ୍ରେନ ପହଞ୍ଚିସାରିଛି

ତିରୁଚିରାପଲ୍ଲୀ, ଟିଟିଲାଗଡ ବାରାଉଣି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧାରୋଡ, ପ୍ରୟାଗରାଜ, ଛାପ୍ରା, ବଲିଆ, ଗୟା, ପୂର୍ଣ୍ଣିଆ, ବାରଣାସୀ, ଦରଭଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଜଉନପୁର, ହଟିଆ, ବସ୍ତି, କଟିହାର, ଦାନାପୁର, ମୁଜାଫରପୁର, ସହରସା ଆଦି ଷ୍ଟେସନରେ ପ୍ରବାସୀ ଶ୍ରମିକ ଅଟକ ଯାତ୍ରୀମାନେ ଇତି ମଧ୍ୟରେ ପହଞ୍ଚିଛନ୍ତିସେଠାରୁ ସେମାନଙ୍କୁ ନିଜନିଜ ଘରକୁ ନେବା ଲାଗି ରାଜ୍ୟ ପ୍ରଶାସନ ତରଫରୁ ବ୍ୟବସ୍ଥା ହୋଇଛି

ଏସବୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଉପଯୁକ୍ତ ଭାବେ କରାଯାଇ ଯାତ୍ରା ପାଇଁ ଅନୁମତି ଦିଆଯାଇଥିଲାଯାତ୍ରା ସମୟରେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ମାଗଣାରେ ଖାଦ୍ୟ ପାନୀୟ ଯୋଗାଣର ବ୍ୟବସ୍ଥା କରାଯାଇଥିଲାଯାତ୍ରା ସମୟରେ ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ରକ୍ଷା ନିୟମମାନ ଉପଯୁକ୍ତ ଭାବେ ପାଳନ କରାଯାଇଛି

ନିଜ ନିଜ ରାଜ୍ୟର ଲୋକଙ୍କୁ ଫେରାଇ ନେବାକୁ ସଂପୃକ୍ତ ସରକାରଙ୍କ ଅନୁରୋଧ କ୍ରମେ ଏବଂ ଯେଉଁ ରାଜ୍ୟରୁ ଶ୍ରମିକ ଆସିବେ ସେଠାରେ ସରକାରଙ୍କ ଅନୁମତି ଅନୁସାରେ ଏହି ସ୍ୱତନ୍ତ୍ର ଟ୍ରେନ ସବୁ ଚଳାଚଳ କରୁଛି

 

***************


(रिलीज़ आईडी: 1623294) आगंतुक पटल : 308
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Telugu , Kannada , Malayalam