ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ରାସନ କାର୍ଡକୁ ଆଧାର ସହିତ ଯୋଡ଼ିବା ସମ୍ପର୍କରେ ସ୍ପଷ୍ଟୀକରଣ
ପୋଷ୍ଟ କରାଯିବା ଦିନାଙ୍କ:
11 MAY 2020 6:43PM by PIB Bhubaneshwar
ଆଜି କେତେକ ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଛି ଯେ ଯେଉଁ ଲୋକମାନେ ଆଧାର ନମ୍ବର ଉପଲବ୍ଧ କରାଇ ନାହାଁନ୍ତି, ସେମାନଙ୍କ ରାସନ କାର୍ଡ ରଦ୍ଦ କରି ଦିଆଯିବ ।
ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ଦ୍ୱାରା ତା. 07/02/2017ରେ ଜାରି ଆଧାର ଅଧିସୂଚନା ଅଧୀନରେ ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶକୁ ଦିଆ ଯାଇଥିବା ସମୟସୀମା (ସମୟ ଅନୁସାରେ ସଂଶୋଧିତ), ଯାହା ଅଧୀନରେ ସମସ୍ତ ରାସନ କାର୍ଡ / ହିତାଧିକାରୀଙ୍କୁ ଆଧାର ନମ୍ବର ସହିତ ସଂଯୋଗ କରିବାର ଅଛି, ଯାହାକୁ ବିଭାଗ ଦ୍ୱାରା 30/09/2020 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସେ ପର୍ଯ୍ୟନ୍ତ ବିଭାଗ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ତା.24/10/2017 ଏବଂ 08/11/2018ରେ ଜାରି କରାଯାଇଥିବା ପତ୍ର ମାଧ୍ୟମରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି କି କୌଣସି ମଧ୍ୟ ବାସ୍ତବିକ ହିତାଧିକାରୀ/ପରିବାରକୁ ଖାଦ୍ୟଶସ୍ୟ କୋଟା ପାଇବାର ଅଧିକାରରୁ ବଂଚିତ କରାଯିବ ନାହିଁ ଅବା ଆଧାର ନମ୍ବର ନଥିବା ସ୍ଥିତିରେ ତାଙ୍କ ନାମରେ ଥିବା ରାସନ କାର୍ଡ ନଷ୍ଟ କିମ୍ବା ରଦ୍ଦ କରାଯିବ ନାହିଁ ।
ଏହା ବ୍ୟତୀତ, ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ଏନଏଫଏସଏମ ଅଧୀନରେ ବାୟୋମେଟ୍ରିକ/ଆଧାର ପ୍ରମାଣୀକରଣର ବିଫଳତା କାରଣରୁ ସେମାନଙ୍କୁ ଖାଦ୍ୟଶସ୍ୟ ଦେବା ପାଇଁ ମନା କରାଯାଇ ପାରିବ ନାହିଁ, କାରଣ ହିତାଧିକାରୀଙ୍କ ଖରାପ ବାୟୋମେଟ୍ରିକ, ନେଟୱର୍କ/ଯୋଗାଯୋଗ ବ୍ୟବସ୍ଥା/ସଂଯୋଗ ଅବା ଅନ୍ୟ କୌଣସି ବୈଷୟିକ କାରଣ ଯୋଗୁଁ ସମସ୍ୟା ଉତ୍ପନ୍ନ ହୋଇପାରେ । ବର୍ତ୍ତମାନର ସଙ୍କଟଜନକ ସମୟରେ, ଏକ ବ୍ୟବହାରିକ ଦୃଷ୍ଟିକୋଣ ଆପଣାଇବାର ଆବଶ୍ୟକତା ରହିଛି, ଯାହାଦ୍ୱାରା କୌଣସି ମଧ୍ୟ ଗରିବ ଅବା ଅଭାବୀ ବ୍ୟକ୍ତି ଅବା ପରିବାରକୁ ଖାଦ୍ୟଶସ୍ୟ ପାଇବାରୁ ବଂଚିତ କରା ନ ଯାଉ । ଆଧାରକୁ ରାସନ କାର୍ଡ ଏବଂ ହିତାଧିକାରୀଙ୍କ ସହିତ ଯୋଡ଼ିବା ଦ୍ୱାରା ଏହା ସୁନିଶ୍ଚିତ ହୋଇ ପାରିବ କି ଏହି ପ୍ରକାରର ରାସନ ପାଇବାରେ କୌଣସି ମଧ୍ୟ ଯୋଗ୍ୟ ବ୍ୟକ୍ତି ଏଭଳି ଲାଭ ଉଠାଇବାରୁ ବଂଚିତ ନ ହେଉ ।
କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା, ବର୍ତ୍ତମାନ ସମୟରେ ସମସ୍ତ 23.5 କୋଟି ରାସନ କାର୍ଡର ପ୍ରାୟ 90 ପ୍ରତିଶତ ପୂର୍ବରୁ ହିଁ ରାସନ କାର୍ଡ ଧାରୀଙ୍କୁ ଆଧାର ନମ୍ବର (ଅର୍ଥାତ ପରିବାରର ଅତି କମ୍ରେ ଜଣେ ସଦସ୍ୟ) ସହିତ ଯୋଡ଼ା ଯାଇଛି । ଯେତେବେଳେ କି ସମସ୍ତ 80 କୋଟି ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ 85 ପ୍ରତିଶତ ନିଜ ସମ୍ବନ୍ଧିତ ରାସନ କାର୍ଡ ସହିତ ନିଜର ଆଧାର ନମ୍ବର ମଧ୍ୟ ସଂଯୋଗେ କରିଛନ୍ତି । ଏହା ବ୍ୟତୀତ ସମସ୍ତ ସମ୍ବନ୍ଧିତ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଏନଏଫଏସଏମ ଅଧୀନରେ ଅବଶିଷ୍ଟ ରାସନ କାର୍ଡ/ ହିତାଧିକାରୀମାନଙ୍କୁ ଆଧାର ଲିଙ୍କର କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ କ୍ରମାଗତ ଭାବରେ ପ୍ରୟାସ କରୁଛନ୍ତି ।
ଏହା ରେଖାଙ୍କିତ କରାଯାଉଛି କି ଗରିବ ଏବଂ ପ୍ରବାସୀ ହିତାଧିକାରୀଙ୍କ ହିତ ରକ୍ଷାକୁ ଧ୍ୟାନ ଦେଇ, ବିଭାଗ ସାଧାରଣ ବଂଟନ ପ୍ରଣାଳୀର ଏକୀକୃତ ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ଯୋଜନାର ଅଂଶ ସ୍ୱରୂପ ‘ଏକ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନା ଅଧୀନରେ ଏନଏଫଏସଏମ ରାସନ କାର୍ଡଧାରୀଙ୍କ ପାଇଁ ରାଷ୍ଟ୍ରୀୟ/ଆନ୍ତଃରାଜ୍ୟ ପୋର୍ଟେବିଲିଟି କାର୍ଯ୍ୟକାରୀ କରାଇବାର ଶୁଭାରମ୍ଭ କରିଛନ୍ତି ।
ରାସନକାର୍ଡର ଅବାଧ ଆନ୍ତଃରାଜ୍ୟ ପୋର୍ଟେବିଲିଟି ନେଣଦେଣର ପ୍ରାପ୍ତି ପାଇଁ, ଆଗାମୀ ଦିନରେ ଏନଏଫଏସଏମ ଅଧୀନରେ ଆସୁଥିବା ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ରାସନ କାର୍ଡ/ହିତାଧିକାରୀଙ୍କ ସଂଖ୍ୟା ବଜାୟ ରଖିବା ପାଇଁ ଏକ କେନ୍ଦ୍ରୀକୃତ ସଂଗ୍ରାହକ ରହିବା ଆବଶ୍ୟକ । ଏଥିପାଇଁ ଦେଶରେ ଏନଏଫଏସଏମ ଅଧୀନରେ ପ୍ରତ୍ୟେକ ଯୋଗ୍ୟ ରାସନକାର୍ଡଧାରୀ/କହିତାଧିକାରୀଙ୍କ ପାଇଁ ଏକ ଅନନ୍ୟ ରେକର୍ଡ ସ୍ଥାପନ କରିବା ଦିଗରେ ଆଧାର ନମ୍ବରକୁ ସଂଯୋଗ କରିବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି, ଯାହାଦ୍ୱାରା ସେମାନଙ୍କ ଯୋଗ୍ୟତାକୁ ସୁରକ୍ଷିତ ରଖାଯାଇ ପାରିବ ।
**********
(ରିଲିଜ ଆଡି: 1623218)
ପରିଦର୍ଶକ କାଉଣ୍ଟର : 175