ସଂସ୍କୃତି ମନ୍ତ୍ରଣାଳୟ

ଗାନ୍ଧୀ ଶାନ୍ତି ପୁରସ୍କାର 2020 ପାଇଁ ମନୋନୟନ ପତ୍ର ଗ୍ରହଣର ଶେଷ ତାରିଖ 15.6.2020 ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର

Posted On: 11 MAY 2020 6:23PM by PIB Bhubaneshwar

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଗାନ୍ଧୀ ଶାନ୍ତି ପୁରସ୍କାର ପାଇଁ ପ୍ରତିବର୍ଷ ମନୋନୟନ ପତ୍ର ଆହ୍ୱାନ କରିଥାନ୍ତି । ଏଭଳି ମନୋନୟନ ପତ୍ର ଗାନ୍ଧୀ ଶାନ୍ତି ପୁରସ୍କାରର ପାଇଁ ପ୍ରଚଳିତ ବିଧି ବିଧାନ ଅନୁସାରେ ଦାଖଲ କରାଯାଇଥାଏ । ଏହାର ନିୟମାବଳୀ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ୱେବସାଇଟ୍‌ : www.indiaculture.nic.in.ରେ ଉପଲବ୍ଧ ।

ଚଳିତ ବର୍ଷ 2020 ପାଇଁ ମନୋନୟନ ପତ୍ର ଗ୍ରହଣର ଶେଷ ତାରିଖ  ଅପ୍ରେଲ 30, 2020 ପର୍ଯ୍ୟନ୍ତ ଧାର୍ଯ୍ୟ  କରାଯାଇଥିଲା । ତେବେ କୋଭିଡ଼-19 ମହାମାରୀ ଯୋଗୁ ଦେଶ ବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିବା ଯୋଗୁ ଗାନ୍ଧୀ ଶାନ୍ତି ପୁରସ୍କାର ସକାଶେ ମନୋନୟନ ପତ୍ର ଦାଖଲର ଶେଷ ତାରିଖକୁ 15.6.2020 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ଏଥି ପାଇଁ ମନୋନୟନ ପତ୍ର/ ସୁପାରିଶ ନିର୍ଦ୍ଧାରିତ ପ୍ରୋଫର୍ମାରେ ଦୟାପୂର୍ବକ ନିମ୍ନ ଠିକଣାରେ ଡାକଯୋଗେ/ ଇ ମେଲ୍‌ରେ ପଠାଇବାକୁ ଅନୁରୋଧ:

ସୁଶ୍ରୀ ନିରୁପମା କୋଟ୍ରୁ, ଯୁଗ୍ମ ସଚିବ,

ସଂସ୍କୃତି ମନ୍ତ୍ରଣାଳୟ,

ରୁମ୍‌ ନଂ.334- ସି, ଶାସ୍ତ୍ରୀ ଭବନ,

ନୂଆଦିଲ୍ଲୀ

ଟେଲିଫାକ୍ସ ନଂ. 011-23381198

ଇ-ମେଲ : jsmuseakad-culture[at]gov[dot]in

mdehuri.rgi[at]nic[dot]in

 

**********



(Release ID: 1623161) Visitor Counter : 156