ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 MAY 2020 4:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସମସ୍ତ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯେଉଁମାନେ ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରୁଛନ୍ତି

ଜାତୀୟ ପ୍ରଯୁକ୍ତି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଟ୍ଵିଟ କରି କହିଛନ୍ତି,

ଜାତୀୟ ପ୍ରଯୁକ୍ତି ଦିବସରେ ଟେକ୍ନୋଲୋଜି ବ୍ୟବହାର କରି ଅନ୍ୟମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣୁଥିବା ବୈଜ୍ଞାନିକମାନଙ୍କୁ ଦେଶ ଅଭିବାଦନ ଜଣାଉଛି 1998ର ଏହି ଦିନରେ ଆମ ବୈଜ୍ଞାନିକମାନେ ହାସଲ କରିଥିବା ଅତୁଳନୀୟ ସଫଳତାକୁ ଆମେ ମନେ ରଖିଛୁ ଏହା ଭାରତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା ବୋଲି ସେ କହିଥିଲେ

ମେ’ 11, 1998ରେ ହୋଇଥିବା ପୋଖରାନ ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଦୃଢ ରାଜନୈତିକ ନେତୃତ୍ୱ ହେତୁ ସେତେବେଳେ ପରମାଣୁ ପରୀକ୍ଷଣ  ସମ୍ଭବ ହୋଇପାରିଥିଲା ପ୍ରଧାନମନ୍ତ୍ରୀ ତାଙ୍କର ଏକ ମନ କି ବାତ କାର୍ଯ୍ୟକ୍ରମରେ ଏହି ପରୀକ୍ଷା ଉପରେ ନିଜର ଉକ୍ତି ମଧ୍ୟ ବାଣ୍ଟିଥିଲେ

“1998ରେ ପୋଖରାନରେ ହୋଇଥିବା ପରୀକ୍ଷଣ ଏକ ଦୃଢ ରାଜନୈତିକ ନେତୃତ୍ୱର ପାର୍ଥକ୍ୟକୁ  ପ୍ରତିପାଦିତ କରିଥିଲା ମନ କି ବାତ କାର୍ଯ୍ୟକ୍ରମ ଏକ ଅଧ୍ୟାୟରେ ଭାରତର ବୈଜ୍ଞାନିକ ଏବଂ ଅଟଳ ଜୀଙ୍କ ଉଲ୍ଲେଖନୀୟ ନେତୃତ୍ୱ ବିଷୟରେ ମୁଁ କହିଥିଲି,” ବୋଲି ସେ କହିଛନ୍ତି

ଅନ୍ୟ ଏକ ଟ୍ଵିଟରେ ଶ୍ରୀ ମୋଦୀ କରିଛନ୍ତି, “ଆଜି କୋଭିଡ-19ରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ଟେକ୍ନୋଲୋଜି ଅନେକଙ୍କୁ ସାହାଯ୍ୟ କରୁଛି ମୁଁ କରୋନା ଭୂତାଣୁକୁ ପରାସ୍ତ କରିବା ଦିଗରେ  ଗବେଷଣା ଏବଂ ନବସୃଜନର ଆଗଧାଡିରେ ଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି ଆଶା କରୁଛି ଏକ ସୁସ୍ଥ ଓ ଉନ୍ନତ ପୃଥିବୀ ତିଆରି କରିବା ଲାଗି ଆମେ ଟେକ୍ନୋଲୋଜି ବ୍ୟବହାର ଜାରି ରଖିବା

 

**********



(Release ID: 1623100) Visitor Counter : 228