ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ପରିଚାଳନା ପାଇଁ ଦେଶରେ ଆବଶ୍ୟକ ଚିକିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବ୍ୟବସ୍ଥା

Posted On: 10 MAY 2020 2:44PM by PIB Bhubaneshwar

କୋଭିଡ-19ର ପରିଚାଳନା ପାଇଁ ଦେଶରେ ଆବଶ୍ୟକ ଚିକିତ୍ସା ସୁବିଧା ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରାଯାଇଛିସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସମର୍ପିତ କୋଭିଡ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ତିନି ଶ୍ରେଣୀରେ ନିମ୍ନମତେ ବିଭକ୍ତ କରାଯାଇଛି

ପ୍ରଥମ ଶ୍ରେଣୀରେ ରହିଛି ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲ ବା ଡିସିଏଚଏଠାରେ ଗୁରୁତ୍ୱର କରୋନା ସଂକ୍ରମିତଙ୍କୁ ରଖି ପୂର୍ଣ୍ଣାଙ୍ଗ ଚିକିତ୍ସା ସେବାଯତ୍ନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛିଏଥିରେ ସଂପୂର୍ଣ୍ଣ ସୁବିଧା ସୁଯୋଗ ଥିବା ଆଇସିୟୁ, ଭେଂଟିଲେଟର ଅକ୍ସିଜେନ ବ୍ୟବସ୍ଥା ଥିବା ବେଡ(ଶଯ୍ୟା) ରହିଛିଏହି ହସପିଟାଲରେ ସନ୍ଦିଗ୍ଧ ସଂକ୍ରମିତ ପ୍ରମାଣିତ କରୋନା ରୋଗୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବିଭାଗ ରହିଛିଏହିସବୁ ହସପିଟାଲ କୋଭିଡ-19 ଆକ୍ରାନ୍ତଙ୍କ ପାଇଁ ରେଫରାଲ ହସପିଟାଲ ଭାବେ କାମ କରୁଛି

ଦ୍ୱିତୀୟ ଶ୍ରେଣୀରେ ରହିଛି ଉତ୍ସର୍ଗୀକୃତ କୋଭିଡ ହେଲ୍ଥ ସେଣ୍ଟର (ଡିସିଏଚସି) ଏହି  ବର୍ଗର ହସପିଟାଲରେ ମଧ୍ୟମ ସ୍ୱଳ୍ପ ସଂକ୍ରମିତ କୋଭିଡ ରୋଗୀଙ୍କ ଚିକିତ୍ସା ଯତ୍ନର ବ୍ୟବସ୍ଥା ରହିଛିଏଥିରେ ମଧ୍ୟ ଉଭୟ ସଂକ୍ରମିତ ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ଇଲାକାର ବ୍ୟବସ୍ଥା କରାଯାଇଛିଏଠାରେ ଅକ୍ସିଜେନ ଯୋଗାଣର ସୁବିଧା ଥିବା ବେଡ ରହିଛିଏସବୁ ଚିକିତ୍ସା କେନ୍ଦ୍ର କୋଭିଡ ହସପିଟାଲ ବା ଡିସିଏଚ ସହ ସଂପୃକ୍ତ

ତୃତୀୟ ବର୍ଗରେ ରହିଛି ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିସିସି ।   ଏହିସବୁ ସେଣ୍ଟରରେ ସ୍ୱଳ୍ପରୁ ଅତିସ୍ୱଳ୍ପ ସଂକ୍ରମିତ ରୋଗୀଙ୍କ ସେବା ଯତ୍ନ ଚିକିତ୍ସା ପାଇଁ ଉଦ୍ଦିଷ୍ଟମୁଖ୍ୟତଃ ସନ୍ଦିଗ୍ଧ ସଂକ୍ରମିତଙ୍କ ପାଇଁ ଏଠାରେ ପରୀକ୍ଷା ଚିକିତ୍ସାର ବ୍ୟବସ୍ଥା  ରହିଛିଏସବୁ ଅସ୍ଥାୟୀ ହସପିଟାଲ ଏବଂ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବାକୁ ଏସବୁ ଖୋଲିଛନ୍ତିବିଭିନ୍ନ ହଷ୍ଟେଲ, ସ୍କୁଲ, ଷ୍ଟାଡିୟମ, ଲଜ ଆଦିରେ ଏହି ଅସ୍ଥାୟୀ ହସପିଟାଲ ନିର୍ମିତଏଥିରେ ମଧ୍ୟ ଉଭୟ ସନ୍ଦିଗ୍ଧ ସଂକ୍ରମିତ ରୋଗୀଙ୍କ ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ଅଂଚଳର ବ୍ୟବସ୍ଥା ରହିଛିଏହିସବୁ ଡିସିସିସି ଗୋଟିଏ ଗୋଟିଏ କୋଭିଡ ହସପିଟାଲ କୋଭିଡ ହସପିଟାଲ ସହ ସନ୍ଦିଗ୍ଧ ରେଫରାଲ ପାଇଁ ଏସବୁ କେନ୍ଦ୍ର ଉପର ଦୁଇ ହସପିଟାଲର ପରାମର୍ଶ ନେଇ କାମ କରିବେ

ମେ’ 10 ସୁଦ୍ଧା ଦେଶର 483 ଜିଲ୍ଲାରେ 7740 ଏଭଳି ହସପିଟାଲ, ଚିକିତ୍ସାକେନ୍ଦ୍ର ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମିତ ହୋଇଛିଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କର ଏଥିରେ ଅବଦାନ ରହିଛିଏଥିରେ ମୋଟ 656769 ଆଇସୋଲେସନ ବେଡ, ସଂକ୍ରମିତଙ୍କ ପାଇଁ 305567 ବେଡ, ସନ୍ଦିଗ୍ଧ ରୋଗୀଙ୍କ ପାଇଁ 351204 ବେଡ, 99492 ଅକ୍ସିଜେନ ଯୋଗାଣ ସୁବିଧା ଥିବା ବେଡ, 1696 ଅକ୍ସିଜେନ ମେନିଫୋଲ୍ଡ ସୁବିଧା 34076 ଆଇସିୟୁ ବେଡ ରହିଛି

ନିଜ ଅଂଚଳରେ ଥିବା ଏସବୁ ହସପିଟାଲର ସଂଖ୍ୟା ବେଡ ଆଇସିୟୁ ଅନ୍ୟାନ୍ୟ ସୁବିଧା ଆଦି ସଂପର୍କରେ ସବୁ ରାଜ୍ୟ ସରକାର ନିଜ ୱେବସାଇଟରେ ଏମାନଙ୍କ ସ୍ୱାର୍ଥରେ ଉଲ୍ଲେଖ କରିବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତିଏପର୍ଯ୍ୟନ୍ତ 32ଟି ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ଏହି ତଥ୍ୟ ୱେବସାଇଟରେ ଅପଲୋଡ କରିସାରିଲେଣିଅନ୍ୟମାନେ ଏ କାର୍ଯ୍ୟ ସାରିବା ଉପରେ

କୋଭିଡ ଟେଷ୍ଟିଂ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ନିମନ୍ତେ ଅତ୍ୟାବଶ୍ୟକ ମେସିନ କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦିତ ହୋଇଛିଏନସିଡିସିରେ ଇତିମଧ୍ୟରେ କୋବାସ 6500 ଟେଷ୍ଟିଂ ମେସିନ ସଫଳତାର ସହ ସ୍ଥାପନ  କରାଯାଇଛିଏଥିରେ ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର, ଲଦାଖ, ଜମ୍ମୁ କଶ୍ମୀର ସମେତ ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳର ନମୁନା ପରୀକ୍ଷା କରାଯାଉଛି ।  ଏବେ ଏନସିଡିସିର ଦୈନିକ ଟେଷ୍ଟିଂ ଦକ୍ଷତା 300 ରୁ 350 ରହିଛିଅତ୍ୟାଧୁନିକ କୋବାସ 6500 ମେସିନ କାର୍ଯ୍ୟକ୍ଷମ ହେବାପରେ 24 ଘଂଟାରେ 1200 ସ୍ୱାବ (ନମୁନା) ପରୀକ୍ଷା ହୋଇ ପାରିବ

ଏପର୍ଯ୍ୟନ୍ତ ସମଗ୍ର ଦେଶରେ 19,357 ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତିଗତ ୨୪24 ଘଂଟା ମଧ୍ୟରେ 1511 ରୋଗୀ ସୃଷ୍ଟି ହୋଇଥିଲେଏହା  ଫଳରେ ମୋଟ ଆରୋଗ୍ୟ ହାର 30.76%ରେ ପହଁଚିଛିଦେଶରେ ଏବେ ମୋଟ କରୋନା ଆକ୍ରାନ୍ତ (ପ୍ରମାଣିତ)ଙ୍କ ସଂଖ୍ୟା 62,939 ଜଣଗତକାଲି ଠାରୁ ଏହି ସଂଖ୍ୟା 3277 ବଢିଛି

କୋଭିଡ-19 ସଂକ୍ରାନ୍ତ ନିର୍ଭୁଲ ସରକାରୀ ତଥ୍ୟ ପାଇଁ https://www.mohfw.gov.in/

ଏବଂ @MoHFW_INDIA ଭିଜିଟ କରିବାକୁ ପରାମର୍ଶ ଦିଆଯାଇଛି

 

**********



(Release ID: 1622810) Visitor Counter : 240