ପ୍ରତିରକ୍ଷା ମନ୍ତ୍ରଣାଳୟ

ମିଶନ ସାଗର – 10 ମେ 2020

ପୋଷ୍ଟ କରାଯିବା ଦିନାଙ୍କ: 10 MAY 2020 3:30PM by PIB Bhubaneswar

କୋଭିଡ-19 ମହାମାରୀ ମୁକାବିଲା ଦିଗରେ ଭାରତ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରି ଭାରତୀୟ ନୌସେନାର ଜାହାଜ ‘କେସରୀ’ ଖାଦ୍ୟ ସାମଗ୍ରୀ, ଏଚସିକ୍ୟୁ ଔଷଧ ସହିତ କୋଭିଡ ସଂକ୍ରାନ୍ତ ବିଭିନ୍ନ ଔଷଧ ଓ ସ୍ଵତନ୍ତ୍ର ଆୟୁର୍ବେଦିକ ଔଷଧ ଏବଂ ଚିକିତ୍ସା ସହାୟତା ଦଳଙ୍କୁ ନେଇ 10 ମେ 2020ରେ ମାଳଦ୍ଵୀପ, ମରିସସ, ସିଚେଲ୍ସ, ମାଡାଗାସ୍କାର ଏବଂ କୋମୋରୋସ ଅଭିମୁଖେ ଯାତ୍ରା କରିଛି କୋଭିଡ-19 ମହାମାରୀ ଏବଂ ଏହାର ପ୍ରଭାବରୁ ଦେଖାଦେଇଥିବା ସଙ୍କଟର ମୁକାବିଲା ନିମନ୍ତେ ଏସବୁ ଦେଶକୁ ସହାୟତା ଯୋଗାଇ ଦେବା ଦିଗରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ‘ମିଶନ ସାଗର’ ଅଭିଯାନ ଆରମ୍ଭ କରିଛି ଏହାଦ୍ଵାରା ଏହି ଦେଶଗୁଡ଼ିକ ସହିତ ବର୍ତ୍ତମାନର ଉତ୍କୃଷ୍ଟ ସମ୍ପର୍କ ଆହୁରି ବିକଶିତ ହେବ

ଏହି ଜାହାଜର ମୁତୟନ ‘ସାଗର’ କ୍ଷେତ୍ରର ସୁରକ୍ଷା ଓ ଅଭିବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀଙ୍କ ସଙ୍କଳ୍ପ ଅନୁରୂପ ତଥା ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ। ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରଣାଳୟ ସମେତ ଭାରତ ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ନିବିଡ଼ ସହଯୋଗ ମାଧ୍ୟମରେ ଏହି ଅପରେସନକୁ କାର୍ଯ୍ୟକାରୀ କରାଯାଉଛି।

ମିଶନ ସାଗରର ଅଂଶବିଶେଷ ସ୍ଵରୂପ ଭାରତୀୟ ନୌସେନାର ଜାହାଜ କେସରୀ ମାଳଦ୍ଵୀପ ଗଣରାଜ୍ୟର ପୋର୍ଟ ଅଫ ମାଲେରେ ପ୍ରବେଶ କରିବ ଓ ସେଠାରେ 600 ଟନ ଖାଦ୍ୟଶସ୍ୟ ଯୋଗାଇ ଦେବ। ଭାରତ ଏବଂ ମାଳଦ୍ଵୀପ ନିବିଡ଼ ସାମୁଦ୍ରିକ ପଡ଼ୋଶୀ ତଥା ଦୁଇ ଦେଶ ମଧ୍ୟରେ ଅତ୍ୟନ୍ତ ସୁଦୃଢ଼ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିରକ୍ଷା ଓ କୂଟନୈତିକ ସମ୍ପର୍କ ରହିଛି।

 

********

 


(ରିଲିଜ ଆଡି: 1622760) ପରିଦର୍ଶକ କାଉଣ୍ଟର : 273