ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ଟ୍ରାଇଫେଡ ଏବଂ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ସହଯୋଗରେ ଜନଜାତି ଇଣ୍ଡିଆ କାରିଗରଙ୍କୁ ମାଗଣା ରେସନ କିଟ

ପୋଷ୍ଟ କରାଯିବା ଦିନାଙ୍କ: 08 MAY 2020 5:47PM by PIB Bhubaneswar

ଆଦିବାସୀ ବ୍ୟାପାର ଏବଂ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ (AOL) ଅଧୀନରେ ଟ୍ରାଇଫେଡ ଆଦିବାସୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ସଂସ୍ଥାର ସମ୍ପୃକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ଲାଗି ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛି । ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆବଶ୍ୟକ କରୁଥିବା ଜନଜାତି ଇଣ୍ଡିଆ କାରିଗରମାନଙ୍କୁ ମାଗଣା ରେସନ କିଟ ଯୋଗାଇବାକୁ ସହମତି ହୋଇଛି ।

ଟ୍ରାଇଫେଡ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ଅଭାବୀ ଆଦିବାସୀ କାରିଗରମାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ଆର୍ଟ ଅଫ୍ ଲିଭିଙ୍ଗର #iStandWithHumanity ଅଭିଯାନ ଅଧୀନରେ ରାସନ କିଟ ବଣ୍ଟନ ପାଇଁ 9,409 ଜଣ ଆଦିବାସୀ କାରିଗରଙ୍କୁ ଚିହ୍ନଟ କରିଛନ୍ତି । ସମସ୍ତ ରାଜ୍ୟରେ AOL କାର୍ଯ୍ୟାଳୟ ସହିତ ଏହାକୁ ସମନ୍ୱିତ କରାଯାଉଛି ।

 

କ୍ରମିକ ସଂ.  ଆଞ୍ଚଳିକ କାର୍ୟ୍ୟାଳୟ   ଆବଶ୍ୟକ ରାସନ କିଟ୍ସ

  1         ଅହମ୍ମଦାବାଦ                     756

  2         ଚଣ୍ଡିଗଡ଼                          191

  3         ଭୋପାଳ                         954

  4         ଜୟପୁର                        2707

  5         କୋଲକାତା                    1576

 6          ମୁମ୍ବାଇ                           817

 7          ରାଞ୍ଚି                            2017

 8          ଦେରାଡୁନ                        391

             ମୋଟ                          9404

 10 ମେ’ 2020ରୁ ସାପ୍ତାହିକ ଅପଡେଟଗୁଡିକ ଉପଲବ୍ଧ ହେବ  ।

 

**********


(ରିଲିଜ ଆଡି: 1622317) ପରିଦର୍ଶକ କାଉଣ୍ଟର : 236