ଅର୍ଥ ମନ୍ତ୍ରଣାଳୟ

ଜିଆଇଏଫଟି-ଆଇଏଫଏସସି ଅନ୍ତରାଷ୍ଟ୍ରୀୟ ଏକ୍ସଚେଞ୍ଜରେ ଆଇଏନଆର-ୟୁଏସଡ଼ି ଫ୍ୟୁଚର୍ସ ଓ ଅପସନ୍‌ ଚୁକ୍ତିନାମାର ଶୁଭାରମ୍ଭ କଲେ ଶ୍ରୀମତୀ ନିର୍ମଳା ସୀତାରମଣ

Posted On: 08 MAY 2020 4:03PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଜିଆଇଏଫଟି- ଆଇଏଫଏସସି ଅନ୍ତରାଷ୍ଟ୍ରୀୟ ଏକ୍ସଚେଞ୍ଜରେ ଆଇଏନଆର- ୟୁଏସଡ଼ି ଫ୍ୟୁଚର୍ସ ଓ ଅପସନ୍‌ ଚୁକ୍ତିନାମାର ଶୁଭାରମ୍ଭ କରିଛନ୍ତି । ଏହି ଚୁକ୍ତିନାମା ଦୁଇଟି ଅନ୍ତରାଷ୍ଟ୍ରୀୟ ଏକ୍ସଚେଞ୍ଜ ହେଲା- ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ଇଣ୍ଡିଆ ଆଇଏଏକ୍ସ ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ଏନଏସଓ- ଆଇଏଫଏସସି । ଗୁଜରାଟର ଗାନ୍ଧୀନଗରସ୍ଥିତ ଗିଫ୍ଟ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଶ୍ରୀମତୀ ସୀତାରମଣ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ନିଜର ମତ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଲେ ଯେ, ଗତ ଏକ ଦଶନ୍ଧି ବା ଆଉ କିଛି ଅଧିକ ସମୟ ମଧ୍ୟରେ ଭାରତ ସଂପର୍କୀତ ଆର୍ଥିକ ସେବାର ଗୁରୁତ୍ୱପୂର୍ଣ୍ଣ ବଜାର ଭାଗ ଅନ୍ୟ ଅନ୍ତରାଷ୍ଟ୍ରୀୟ ଆର୍ଥିକ କେନ୍ଦ୍ରକୁ ଘୁଞ୍ଚିସାରିଛି । ଭାରତକୁ ଏଭଳି ବ୍ୟବସାୟ ଆଣିବାର ସ୍ପଷ୍ଟ ସୁବିଧାଟି ଆର୍ଥିକ କାର୍ଯ୍ୟକଳାପ ଏବଂ ନିଯୁକ୍ତିର ସୁଯୋଗ ଦେଶକୁ ମିଳିପାରିବ ।  ଗିଫ୍ଟ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ରଠାରେ ଏହି ଏକ୍ସଚେଞ୍ଜ ଆଇଏନଆର-ୟୁଏସଡ଼ି ଚୁକ୍ତିନାମା କରିବା ଦ୍ୱାରା ଦେଶ ଆଉ ଏକ ପାଦ ଆଗକୁ ବଢ଼ିଲା ବୋଲି ବୁଝାପଡ଼ିବ । ଏହା ସମସ୍ତ ଟାଇମ୍‌ ଜୋନରେ 22 ଘଣ୍ଟା ପାଇଁ  ଗିଫ୍ଟ- ଆଇଏଫଏସସି ସକାଶେ ଉପଲବ୍ଧ ହେବ ।

ଗିଫ୍ଟ-ଆଇଏଫଏସସିରେ ଦେଶରେ ଅନ୍ତରାଷ୍ଟ୍ରୀୟ ସ୍ତରର ବ୍ୟବସାୟିକ ବାତାବରଣ ତଥା ପ୍ରତିଯୋଗିତାମୂଳକ ଟିକସ ବ୍ୟବସ୍ଥା ଉପଲବ୍ଧ ହେବ । ଆଶା କରାଯାଉଛି ଯେ ଆଇଏନଆର- ଆମେରିକୀୟ ଡ଼ଲାର ଚୁକ୍ତିନାମା ବ୍ୟବସାୟ ଦେଶକୁ ଅଧିକ ଆର୍ଥିକ ବ୍ୟବସାୟ ଆଣିପାରିବ । ସେହିଭଳି ଭାରତରେ ଆଇଏଫଏସସି ମାଧ୍ୟମରେ ଅଧିକ ବୈଶ୍ୱିକ ସହଭାଗୀତା ବୃଦ୍ଧି ପାଇବ ଏବଂ ଭାରତ ଆଇଏଫଏସସି ମାଧ୍ୟମରେ ବିଶ୍ୱ ସହ ଅଧିକ ମାତ୍ରାରେ ଯୋଡ଼ି ହୋଇପାରିବ ବୋଲି ଶ୍ରୀମତୀ ସୀତାରମଣ ମତ ପୋଷଣ କରିଥିଲେ ।

**********



(Release ID: 1622276) Visitor Counter : 138