ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଦେଶରେ ଗବେଷଣାକୁ ପ୍ରୋତ୍ସାହନ ଲାଗି ପିଏମଆରଏଫ ଯୋଜନାରେ ପରିବର୍ତ୍ତନ

• ଏହି ପରିବର୍ତ୍ତନ ଫଳରେ ଅଧିକ ଛାତ୍ରଛାତ୍ରୀ ପିଏମଆରଏଫ ଯୋଜନାରେ ଲାଭ ପାଇପାରିବେ : ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2020 4:14PM by PIB Bhubaneswar

ଦେଶରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ଯୋଜନାରେ ବିଭିନ୍ନ ସଂଶୋଧନ କରାଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଆଜି ଘୋଷଣା କରିଛନ୍ତି  ସେ କହିଛନ୍ତି ଯେ ଏହି ସଂଶୋଧନ ଫଳରେ ଏବେ ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନ/ ବିଶ୍ୱବିଦ୍ୟାଳୟ (ଆଇଆଇଏସସି, ଆଇଆଇଟି, ଏନଆଇଟି, ଆଇଆଇଏସଇଆର, ଆଇଆଇଇଏସଟି, ସିଏଫ ଟ୍ରିପଲ ଆଇଟିକୁ ଛାଡ଼ି)ର ଛାତ୍ରଛାତ୍ରୀ ସର୍ବନିମ୍ନ 8 ସିଜିପିଏ କିମ୍ବ ତତୁଲ୍ୟ ସ୍କୋର ସହିତ 750 ଗେଟ ସ୍କୋର ପରିବର୍ତ୍ତେ 650 ସ୍କୋର ସହିତ ପିଏମଆରଏଫ ଯୋଜନାରେ  ଗବେଷଣା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ

ମନ୍ତ୍ରୀ ସୂଚନା ଦେଇଥିଲେ ଯେ ବର୍ତ୍ତମାନ ପ୍ରତ୍ୟକ୍ଷ ଏବଂ ଲାଟେରାଲ ପ୍ରବେଶିକା ମାଧ୍ୟମରେ ନାମଲେଖା ଯାଇପାରିବ ଲାଟେରାଲ ପ୍ରବେଶିକା ମାଧ୍ୟମରେ ପିଏମଆରଏଫ ଅନୁଦାନପ୍ରାପ୍ତ ସଂସ୍ଥାନରେ ପିଏଚଡି କରୁଥିବା ଛାତ୍ରଛାତ୍ରୀମାନେ ନୂଆ ଗାଇଡଲାଇନ ଅନୁସାରେ ଗବେଷଣା ନିମନ୍ତେ ଆବେଦନ କରିପାରିବେ ଶ୍ରୀ ପୋଖରିୟଲ ଆହୁରି କହିଥିଲେ ଯେ ଏନଆଇଆରଏଫର ସାମଗ୍ରିକ ରାଙ୍କିଙ୍ଗ ଅନୁଯାୟୀ ଶୀର୍ଷେ 25ଟି ସଂସ୍ଥାନରେ ସ୍ଥାନିତ ଏନଆଇଟିଗୁଡ଼ିକ ପିଏମଆରଏଫ ଅନୁଦାନପ୍ରାପ୍ତ ସଂସ୍ଥାନ ହୋଇପାରିବ ମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ ଏହି ପରିବର୍ତ୍ତନ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ବିବେଚିତ କରିବ

 

https://twitter.com/DrRPNishank/status/1258340738502361088?s=19

 

ସେ ଆହୁରି ସୂଚନା ଦେଇଥିଲେ ଯେ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରଣାଳୟରେ “ଗବେଷଣା ଓ ନବୋନ୍ମେଷ” ନାମକ ଆଉ ଏକ ସମର୍ପିତ ଡିଭିଜନ ଖୋଲାଯାଇଛି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଭିନ୍ନ ସଂସ୍ଥାନରେ ଗବେଷଣା କାର୍ଯ୍ୟ ଅନୁଧ୍ୟାନ କରୁଥିବା ଜଣେ ନିର୍ଦ୍ଦେଶକ ଏହି ଡିଭିଜନର ଅଧ୍ୟକ୍ଷ ରହିବେ କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ ଦେଶର ବିଭିନ୍ନ ଉଚ୍ଚଶିକ୍ଷା ସଂସ୍ଥାନରେ ଉନ୍ନତମାନର ଗବେଷଣା ନିମନ୍ତେ ପିଏମଆରଏଫ ଯୋଜନାର ଡିଜାଇନ କରାଯାଇଛି ଏହି ଯୋଜନା 2018-19 ବଜେଟରେ ଘୋଷଣା କରାଯାଇଥିଲା। ସମସ୍ତ ଆଇଆଇଟି, ଆଇଜର, ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ଶୀର୍ଷ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପିଏମଆରଏଫ ଯୋଜନାର ସୁବିଧା ରହିଛି

 

**************

 


(ରିଲିଜ ଆଡି: 1621949) ପରିଦର୍ଶକ କାଉଣ୍ଟର : 285