ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଆୟୁଷ ସଞ୍ଜିବନୀ ଆପ ଓ କୋଭିଡ-19 ପାଇଁ ଆୟୁଷ ହସ୍ତକ୍ଷେପ ନିମନ୍ତେ ଆନ୍ତଃବିଭାଗୀୟ ଗବେଷଣାର ଶୁଭାରମ୍ଭ କଲେ ଡ. ହର୍ଷ ବର୍ଦ୍ଧନ
• ପ୍ରଯୁକ୍ତି ଅଂଶୀଦାରଙ୍କ ମଧ୍ୟରେ ସହଯୋଗ ଫଳରେ ଆୟୁଷର ପାରମ୍ପରିକ ଜ୍ଞାନ ବ୍ୟାପକ ବିଶ୍ୱ ଜନସଂଖ୍ୟା ନିକଟରେ ପହଞ୍ଚି ପାରିବ : ଡ. ହର୍ଷ ବର୍ଦ୍ଧନ
Posted On:
07 MAY 2020 4:08PM by PIB Bhubaneshwar
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ‘ଆୟୁଷ ସଞ୍ଜିବନୀ’ ଆପ ଏବଂ କୋଭିଡ-19 ସଂକ୍ରାନ୍ତ ଦୁଇଟି ଆୟୁଷ ଆଧାରିତ ଗବେଷଣାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟଶୋ ନାଏକ ଗୋଆରୁ ଭିଡିଓ କନଫରେନ୍ସ ଜରିଆରେ ଅଂଶଗ୍ରହଣ କରିଥିଲେ।
କୋଭିଡ-19 ମୁକାବିଲାରେ ପ୍ରଯୁକ୍ତିର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଆଜି ଶୁଭାରମ୍ଭ କରାଯାଇଥିବା ‘ଆୟୁଷ ସଞ୍ଜିବନୀ’ ମୋବାଇଲ ଆପ ଲୋକମାନଙ୍କ ମଧ୍ୟରେ ଆୟୁଷ ଚିକିତ୍ସା ପଦ୍ଧତିର ଗ୍ରହଣୀୟତା ଏବଂ ଉପଯୋଗ ତଥା କୋଭିଡ-19 ନିରାକରଣରେ ଏହାର ପ୍ରଭାବ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ଏହାକୁ ଆୟୁଷ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି ଏବଂ 50 ଲକ୍ଷ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ କୋଭିଡ-19 ମୁକାବିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆୟୁଷ ମନ୍ତ୍ରଣାଳୟ ଏବଂ ସିଏସଆଇଆର, ଆଇସିଏମଆର ଓ ୟୁଜିସି ଭଳି ପ୍ରଯୁକ୍ତି ସଂସ୍ଥାନକୁ ଏକତ୍ର ହେବା ଲାଗି ମଞ୍ଚ ଯୋଗାଇଛି। ଏମାନେ ମିଳିତ ଭାବେ ଆୟୁଷ ହସ୍ତକ୍ଷେପ ଏବଂ ସମାଧାନ ବିକଶିତ କରିବା ସହିତ ବିଶ୍ୱ ସମୁଦାୟର କଲ୍ୟାଣ ଲାଗି ଆୟୁଷ ଜ୍ଞାନର ପ୍ରସାର ପାଇଁ ପ୍ରୟାସ କରୁଛନ୍ତି ।
ଏହି ଆପ ବ୍ୟତୀତ ଡ. ହର୍ଷ ବର୍ଦ୍ଧନ ମଧ୍ୟ ଦୁଇଟି ବୈଜ୍ଞାନିକ ଅଧ୍ୟୟନର ଶୁଭାରମ୍ଭ କରିଥିଲେ।
ପ୍ରଥମ ହେଉଛି କୋଭିଡ-19ଚିକିତ୍ସା ଲାଗି ରୋଗନିରୋଧୀ ଏବଂ ଅତିରିକ୍ତ ହସ୍ତକ୍ଷେପ ପାଇଁ ଆୟୁର୍ବେଦ ଉପରେ ଚିକିତ୍ସା ଗବେଷଣା : ଆଇସିଏମଆରର ବୈଷୟିକ ସହଯୋଗରେ ଭାରତୀୟ ବିଜ୍ଞାନ ଓ ଔଦ୍ୟୋଗିକ ଗବେଷଣା ପରିଷଦ ଜରିଆରେ ଆୟୁଷ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ଅଧ୍ୟୟନ କରାଯାଉଛି । ଏହି ପ୍ରୟାସ ପାଇଁ ରଣନୀତି ପ୍ରସ୍ତୁତି ଓ ବିକାଶ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏକ ଆନ୍ତଃବିଭାଗୀୟ ଆୟୁଷ ଗବେଷଣା ଓ ବିକାଶ ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି) ଉପାଧ୍ୟକ୍ଷ ଡ. ଭୂଷଣ ପଟୱର୍ଦ୍ଧନଙ୍କ ଅଧ୍ୟକ୍ଷାରେ ଏହି ଗୋଷ୍ଠୀରେ ବହୁସଂଖ୍ୟକ ବିଶେଷଜ୍ଞ ରହିଛନ୍ତି । ବିଶେଷଜ୍ଞମାନେ ଚାରିଟି ଚିକିତ୍ସା ପଦ୍ଧତି ଉପରେ ସମୀକ୍ଷା ଏବଂ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅଶ୍ୱଗନ୍ଧା, ଯଷ୍ଟିମଧୁ, ଗୁଡ଼ୁଚି+ପିପ୍ପଳି ଏବଂ ଏକ ପଲ ହର୍ବାଲ ମିଶ୍ରଣ (ଆୟୁଷ-64) ପ୍ରସ୍ତୁତ କରାଯାଇ ରୋଗୀଙ୍କ ଠାରେ ଏହାର ପ୍ରୟୋଗକୁ ଅଧ୍ୟୟନ କରାଯାଉଛି । ଏଥିରେ ଦୁଇଟି କ୍ଷେତ୍ର ରହିଛି:
ସାର୍ସ-କୋଭ-2 ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଅଶ୍ୱଗନ୍ଧାକୁ କୋଭିଡ-19ମହାମାରୀର ଅଧିକ ଗୁରୁତର ମାମଲାରେ ପ୍ରୟୋଗ : ଏହାକୁ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଦ୍ୱାରା ହାଇଡ୍ରୋକ୍ଲୋରୋକୁଇନ ସହ ତୁଳନା କରାଯାଉଛି ।
ସାଧାରଣ ଏବଂ ଅତି କମ କୋଭିଡ-19 ମାମଲାରେ ସାଧାରଣ ଚିକିତ୍ସା ଲାଗି ଆୟୁର୍ବେଦର ପ୍ରଭାବ : ଏକ ଇଚ୍ଛାଧୀନ, ମୁକ୍ତ, ସମାନ୍ତରାଳ ଦକ୍ଷତାସମ୍ପନ୍ନ, ସକ୍ରିୟ ନିୟନ୍ତ୍ରଣ, ମଲ୍ଟି ସେଣ୍ଟ ଏକ୍ସପ୍ଲୋରାଟୋରୀ ଔଷଧ ପରୀକ୍ଷଣ।
ଡ. ହର୍ଷ ବର୍ଦ୍ଧନ ଅଧିକ ବିପଦ ଥିବା ଜନସଂଖ୍ୟା ମଧ୍ୟରେ କୋଭିଡ-19ମହାମାରୀ ନିରାକରଣ ଲାଗି ଆୟୁର୍ବେଦିକ ହସ୍ତକ୍ଷେପର ଜନସଂଖ୍ୟା ଉପରେ ପ୍ରଭାବକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଅଧ୍ୟୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, କୋଭିଡ-19 ନିଦାନ ପାଇଁ ଆୟୁଷ ହସ୍ତକ୍ଷେପର ସମ୍ଭାବନା ଏବଂ ଅଧିକ ବିପଦ ଥିବା ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବା । ଏହି ଅଧ୍ୟୟନ ଆୟୁଷ ମନ୍ତ୍ରଣାଳୟର ଚାରିଟି ଗବେଷଣା ପରିଷଦ ଏବଂ 25ଟି ରାଜ୍ୟରେ ଥିବା ଜାତୀୟ ସଂସ୍ଥାନ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା 5 ଲକ୍ଷ ଲୋକଙ୍କ ଉପରେ କରାଯାଉଛି । ଏହି ଅଧ୍ୟୟନ ଆୟୁଷ ଚିକିତ୍ସା ପଦ୍ଧତିର ଗୁରୁତ୍ୱକୁ ପ୍ରତିପାଦିତ କରିବ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସଡି ତଥା ସଚିବ ଶ୍ରୀ ରାଜେଶ ଭୂଷଣ, ଆୟୁଷ ସଚିବ ଶ୍ରୀ ବୈଦ୍ୟ ରାଜେଶ କୋଟେଚା, ସିଏସଆଇଆରର ମହାନିର୍ଦ୍ଦେଶକ ଡ. ଶେଖର ମାଣ୍ଡେ, ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଡ. ଭି.ଜି ସୋମାନି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
**********
(Release ID: 1621944)
Visitor Counter : 273