ପ୍ରତିରକ୍ଷା ମନ୍ତ୍ରଣାଳୟ

ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସର 9304 ପଦବୀ ଉଚ୍ଛେଦ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅନୁମୋଦନ

प्रविष्टि तिथि: 07 MAY 2020 1:06PM by PIB Bhubaneshwar

ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସ (MES) 9304 ପଦବୀ ଉଚ୍ଛେଦ ଲାଗି ବିଭାଗୀୟ ପ୍ରମୁଖ ଯନ୍ତ୍ରୀଙ୍କ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅନୁମୋଦନ ପ୍ରଦାନ କରିଛନ୍ତିସଶସ୍ତ୍ର ବାହିନୀର ପ୍ରତିରକ୍ଷା ଖର୍ଚ୍ଚର ସନ୍ତୁଳନ ସଠିକ ପରିଚାଳନା ନିମନ୍ତେ ଲେଫ୍ଟନାଣ୍ଟ ଜେନେରାଲ ସେକତକରଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ କମିଟିର ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛିସିଭିଲିଆନ ୱାର୍କଫୋର୍ସର ପୁନଃ ସଂରଚନା କରାଯାଇ ମିଲିଟାରୀ ଇଞ୍ଜିନିରୟରିଂ ସର୍ଭିସ ଦ୍ୱାରା ସମ୍ପାଦନ କରାଯାଉଥିବା କାର୍ଯ୍ୟକୁ କିପରି କରାଯାଇପାରିବ ସେ ନେଇ କମିଟି ପରାମର୍ଶ ଦେଇଥିଲାକମିଟିର ପରାମର୍ଶ ଅନୁଯାୟୀ ଏମଇଏସ ଅଧିକାରୀଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟର କିଛି ଅଂଶ ସିଭିଲିଆନ ୱାର୍କଫୋର୍ସ କରିବେ ଏବଂ ଆଉ କିଛି ଅଂଶ ଆଉଟ ସୋର୍ସିଂ କରାଯିବକମିଟିର ପରାମର୍ଶ ଅନୁସାରେ ଏମଇଏସର ମୋଟ 13,157 ପଦବୀ ମଧ୍ୟରୁ 9304 ପଦବୀର ଉଚ୍ଛେଦ ଲାଗି ପ୍ରମୁଖ ଯନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଅନୁମୋଦନ କରିଛନ୍ତିଏହି ପ୍ରସ୍ତାବ ଏମଇଏସ ୱାର୍କଫୋର୍ସର ପୁନଃ ସଂରଚନାରେ ସହାୟକ ହେବ ଏବଂ ଜଟିଳ ସମସ୍ୟାଗୁଡିକୁ ଅପେକ୍ଷାକୃତ କମ ମାନବସମ୍ବଳ ଖର୍ଚ୍ଚରେ ତୁଲାଯାଇ ପାରିବ

 

*************


(रिलीज़ आईडी: 1621834) आगंतुक पटल : 315
इस विज्ञप्ति को इन भाषाओं में पढ़ें: Punjabi , Tamil , English , Urdu , हिन्दी , Marathi , Manipuri , Bengali , Telugu