ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟଶସ୍ୟ ବିତରଣ ସଂକ୍ରାନ୍ତରେ 24ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ସଚିବମାନଙ୍କ ସହିତ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ସମୀକ୍ଷା ବୈଠକ

• କୋଭିଡ-19 ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଦେଶର ଜନସଂଖ୍ୟାର ଦୁଇ ତୃତୀୟାଂଶ ଭାଗ ପ୍ରାୟ 80 କୋଟି ଲୋକଙ୍କୁ 120 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିତରଣ
• ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ 69 ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଉଠାଣ; ତିନି ମାସର କୋଟା ବାବଦରେ ଖାଦ୍ୟଶସ୍ୟ ଗ୍ରହଣ କରିଛନ୍ତି 5 କେନ୍ଦ୍ରଶାସିତ ପ୍ରଦେଶ, 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ 2 ମାସର କୋଟା ଏବଂ 14ଟି ରାଜ୍ୟ ଗୋଟିଏ ମାସର କୋଟା ଉଠାଇଛନ୍ତି
• ଏହି ଯୋଜନାରେ ସମ୍ପୂର୍ଣ୍ଣ 46,000 କୋଟି ଟଙ୍କାର ଖର୍ଚ୍ଚ ସମ୍ପୂର୍ଣ୍ଣ କେନ୍ଦ୍ର ସରକାର ବହନ କରିବେ

Posted On: 06 MAY 2020 7:01PM by PIB Bhubaneshwar

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସୁଧାଂଶୁ ପାଣ୍ଡେ ଆଜି 24ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ସଚିବ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି ବର୍ତ୍ତମାନର କୋଭିଡ-19 ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଏପ୍ରିଲ ଓ ମେ 2020 ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଖାଦ୍ୟଶସ୍ୟ ଗ୍ରହଣ ଓ ବିତରଣ, ସାଧାରଣ ଖାଦ୍ୟସୁରକ୍ଷା ଯୋଜନା/ଟିଡିପିଏସ ଅଧୀନରେ ଯଥେଷ୍ଟ ଖାଦ୍ୟଶସ୍ୟ ଉଲବ୍ଧତା ଓ ସମସ୍ତ ଏନଏଫଏସଏ ହିତାଧିକାରୀଙ୍କୁ ବିତରଣର ସ୍ଥିତି ଏହି ବୈଠକରେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନାର କାର୍ଯ୍ୟକାରିତା ଏବଂ ଏ ସମ୍ପର୍କରେ ସଚେନତତା ସୃଷ୍ଟି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଭିଡିଓ କନଫରେନ୍ସିଂରେ ଓଡ଼ିଶା ସମେତ 24ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ତିନି ମାସ ପାଇଁ ଯୋଗାଇ ଦେବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟା ପ୍ରାୟ 80 କୋଟି ଲୋକଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ଆସନ୍ତା 3 ମାସ ପାଇଁ ସେମାନଙ୍କର ଧାର୍ଯ୍ୟ କୋଟା ଠାରୁ ଦୁଇଗୁଣା ପରିମାଣର ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏହା ଅତିରିକ୍ତ ଭାବେ ମାଗଣାରେ ମିଳିବ।

ଏହି ଯୋଜନାରେ ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ସମାଜରୁ ସବୁଠୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ 120 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିତରଣ କରାଯାଉଛି। ଏହାଛଡ଼ା ଏପ୍ରିଲ, ମେ ଓ ଜୁନ 2020 ତିନି ମାସ ପାଇଁ  ଏନଏଫଏସଏ ହିତାଧିକାରୀମାନେ ସେମାନଙ୍କ ଧାର୍ଯ୍ୟ କୋଟାଠାରୁ ଦୁଇଗୁଣ ଅଧିକ ଖାଦ୍ୟଶସ୍ୟ ଯେପରି ପାଇପାରିବେ ତାହା ସୁନିଶ୍ଚିତ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ଏହାଛଡ଼ା ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀମାନେ ସେମାନଙ୍କର ମାସିକ କୋଟା 35 କିଗ୍ରା ବ୍ୟତୀତ ପ୍ରତି ମାସ ଅତିରିକ୍ତ 5 କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ପାଇବେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ଯୋଜନା ପାଇଁ ଉତ୍ସାହଜନକ ପଦକ୍ଷେପ ଗ୍ରହଣ କରାଯାଇଛି।  06.05.2020 ସୁଦ୍ଧା ଏହି ଯୋଜନାରେ 69.28 ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଉଠାଯାଇସାରିଛି।

ତିନି ମାସର କୋଟା ବାବଦରେ 5 କେନ୍ଦ୍ରଶାସିତ ପ୍ରଦେଶ ଖାଦ୍ୟଶସ୍ୟ ଗ୍ରହଣ କରିଛନ୍ତି, 18ଟି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ 2 ମାସର କୋଟା ଏବଂ 14ଟି ରାଜ୍ୟ ଗୋଟିଏ ମାସର କୋଟା ଉଠାଇଛନ୍ତି ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି

 

***********

 



(Release ID: 1621710) Visitor Counter : 187