ରେଳ ମନ୍ତ୍ରଣାଳୟ

ପାର୍ସଲ ଟ୍ରେନରୁ ରେଳବାଇ କରିଛି ରାଜସ୍ୱ ଅର୍ଜନ;

• ଲକଡାଉନ୍ ଆରମ୍ଭରୁ 54,292 ଟନ୍ ସାମଗ୍ରୀ ପରିବହନ ଦ୍ଵାରା 19.77 କୋଟି ରାଜସ୍ୱ ଆଦାୟ
• ପାର୍ସଲ ଟ୍ରେନର ମୋଟ ସଂଖ୍ୟା 2000 ଅତିକ୍ରମ କଲା; ମଇ 05, 2020 ପର୍ୟ୍ୟନ୍ତ ସମୁଦାୟ 2,067 ଟ୍ରେନ୍ ଚଳାଚଳ କରିଥିଲା ଯେଉଁଥିରେ 1,988 ସମୟ ସାରଣୀ ଟ୍ରେନ୍
• ଇ-ବାଣିଜ୍ୟ ଏବଂ ଲଜିଷ୍ଟିକ୍ କମ୍ପାନୀଗୁଡ଼ିକୁ ରେଳବାଇର ସହଯୋଗୀ କରିବା ପାଇଁ ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀଙ୍କ ଦ୍ଵାରା ବୈଠକ ଅନୁଷ୍ଠିତ
• ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ଜନିତ ଛୋଟ ପାର୍ସଲଗୁଡିକର ତ୍ଵରିତ ପରିବହନ ଲାଗି ପାର୍ସଲ୍ ଭ୍ୟାନ୍ ଉପଲବ୍ଧ

Posted On: 06 MAY 2020 5:16PM by PIB Bhubaneshwar

କୋଭିଡ-19କୁ ଦୃଷ୍ଟିରେ ରଖି ଲକଡାଉନ୍ ସମୟରେ ଚିକିତ୍ସା ସାମଗ୍ରୀ, ସ୍ୱାସ୍ଥ୍ୟ ଉପକରଣ, ଛୋଟ ପାର୍ସଲରେ ଖାଦ୍ୟ ସାମଗ୍ରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ ଇ-ବାଣିଜ୍ୟ କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ଶୀଘ୍ର ପରିବହନ ପାଇଁ ରେଳବାଇର ପାର୍ସଲ୍ ଭ୍ୟାନ୍ ଯୋଗାଇ ଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବାକୁ ସମୟ ସାରଣୀ ଉପରେ ଆଧାର କରି ରେଳବାଇ ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଏହି ସ୍ୱତନ୍ତ୍ର ପାର୍ସଲ ଟ୍ରେନ୍ ପାଇଁ ରେଳ ବିଭାଗ ନିୟମିତ ଭାବେ ଚିହ୍ନଟ ଏବଂ ବିଜ୍ଞପ୍ତି ପ୍ରକାଶ କରୁଛି ସମ୍ପ୍ରତି ଏହି ଟ୍ରେନଗୁଡିକ 82ଟି ରୁଟରେ ଚାଲୁଛି

ଚିହ୍ନଟ ହୋଇଥିବା ମାର୍ଗଗୁଡ଼ିକ ନିମ୍ନଲିଖିତ ଅଟେ :

1) ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ପରି ଦେଶର ପ୍ରମୁଖ ସହର ମଧ୍ୟରେ ନିୟମିତ ଚଳାଚଳ

2) ରାଜ୍ୟଗୁଡିକର ସମସ୍ତ ରାଜଧାନୀ / ପ୍ରମୁଖ ସହରଗୁଡ଼ିକ ସହିତ ଯୋଗାଯୋଗ

3) ଦେଶର ଉତ୍ତର-ପୂର୍ବ ଭାଗ ସହିତ ଯୋଗାଯୋଗ ସୁନିଶ୍ଚିତ କରିବା

4) ଅତିରିକ୍ତ ଉତ୍ପାଦନ କ୍ଷେତ୍ର (ଗୁଜୁରାଟ, ଆନ୍ଧ୍ରପ୍ରଦେଶ)ରୁ ଅଧିକ ଚାହିଦା ଥିବା ଅଞ୍ଚଳକୁ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ

5) ଉତ୍ପାଦିତ ସ୍ଥାନରୁ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ (କୃଷିଜାତ ଦ୍ରବ୍ୟ, ଔଷଧ, ଚିକିତ୍ସା ସାମଗ୍ରୀ ଇତ୍ୟାଦି) ଯୋଗାଣ

ରେଳ ପାର୍ସଲ ଟ୍ରେନଗୁଡିକର ଚଳାଚଳ ବୃଦ୍ଧି ଏହାକୁ ଶୀଘ୍ର, ଯାତ୍ରା ଅନୁକୂଳ ଏବଂ ସମସ୍ତଙ୍କ ପାଇଁ ଲାଭଦାୟକ କରିବାକୁ ଉଦ୍ୟମ କରି ଦେଶରେ ମାଲ ପରିବହନ ଟ୍ରାଫିକ୍ ବୃଦ୍ଧି ଭାବରେ ଦେଖାଯିବା ଉଚିତ୍

ଇ-ବାଣିଜ୍ୟ ଏବଂ ଲଜିଷ୍ଟିକ୍ କମ୍ପାନୀଗୁଡ଼ିକୁ ରେଳବାଇର ନିକଟତର କରିବା ପାଇଁ ନିକଟରେ ରେଳ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଏକ ବୈଠକ ଆୟୋଜନ କରିଥିଲେ।

05 ମେ’ 2020ରେ, 66ଟି ନିର୍ଦ୍ଦିଷ୍ଟ ପାର୍ସଲ୍ ଟ୍ରେନ୍ ଚଳାଚଳ କରିଥିଲା, ଯେଉଁଥିରେ 65ଟି ସମୟ ସାରଣୀ ଟ୍ରେନ୍ ଥିଲା ସେମାନଙ୍କ ମାଧ୍ୟମରେ 1,936 ଟନ୍ ସାମଗ୍ରୀ ପରିବହନ ହେବାଦ୍ଵାରା ରେଳବାଇକୁ 57.14 ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି

05 ମେ’ 2020 ପର୍ୟ୍ୟନ୍ତ ସମୁଦାୟ 2,067ଟି ଟ୍ରେନ୍ ଚଳାଚଳ କରିଥିଲା, ସେଥିମଧ୍ୟରୁ 1,988ଟି ସମୟ ସାରଣୀ ଟ୍ରେନ୍ ଥିଲା ସେଥିରେ 54,292 ଟନ୍ ସାମଗ୍ରୀ ପଠାଯାଇଥିଲା ଏବଂ 19.77 କୋଟି ଟଙ୍କା ଆୟ ହୋଇଛି

 

**********



(Release ID: 1621688) Visitor Counter : 204